ସାବଧାନ: ଏମିତି ଖବର ପୋଷ୍ଟକୁ ଆଉ ବରଦାସ୍ତ କରିବନି ଫେସ୍‌ବୁକ୍‌ ଏବଂ ଟ୍ୱିଟର

ନୂଆଦିଲ୍ଲୀ: ଫେକ୍‌ ନ୍ୟୁଜ୍‌କୁ ରୋକିବା ପାଇଁ  ନିର୍ବାଚନ କମିଶନଙ୍କ ସହ ହାତ ମିଳାଇଲେ ସୋଶାଲ୍ ମିଡିଆ। ବିଶେଷକରି ଆଗକୁ ୨୦୧୯ରେ ସାଧାରଣ ନିର୍ବାଚନ ଆସୁଥିବାରୁ ମିଛ ଖବର ପ୍ରସାରଣ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଜୋରଦାର ଗୁରୁତ୍ୱ ଦିଆଯାଉଛି। ଏନେଇ ଫେସ୍‌ବୁକ୍‌, ଗୁଗୁଲ ଏବଂ ଟ୍ୱିଟର ଭଳି ଆଗଧାଡ଼ିର ସୋଶାଲ୍ ମିଡିଆ କମ୍ପାନୀମାନେ ସେନ୍ସର ଲଗାଇବା ପାଇଁ ଯୋଜନା କରୁଛନ୍ତି। ଏହି ସେନ୍ସର ମିଛ ଖବର ପୋଷ୍ଟ ଉପରେ ନଜର ରଖିବ। ସେହିପରି ମତଦାନର ୪୮ ଘଣ୍ଟା […]

Google-Facebook-Twitter-FT-montage-Getty-AFP-640x480

Tapas Behera
  • Published: Thursday, 06 September 2018
  • Updated: 06 September 2018, 06:58 AM IST

Sports

Latest News

ନୂଆଦିଲ୍ଲୀ: ଫେକ୍‌ ନ୍ୟୁଜ୍‌କୁ ରୋକିବା ପାଇଁ  ନିର୍ବାଚନ କମିଶନଙ୍କ ସହ ହାତ ମିଳାଇଲେ ସୋଶାଲ୍ ମିଡିଆ। ବିଶେଷକରି ଆଗକୁ ୨୦୧୯ରେ ସାଧାରଣ ନିର୍ବାଚନ ଆସୁଥିବାରୁ ମିଛ ଖବର ପ୍ରସାରଣ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଜୋରଦାର ଗୁରୁତ୍ୱ ଦିଆଯାଉଛି। ଏନେଇ ଫେସ୍‌ବୁକ୍‌, ଗୁଗୁଲ ଏବଂ ଟ୍ୱିଟର ଭଳି ଆଗଧାଡ଼ିର ସୋଶାଲ୍ ମିଡିଆ କମ୍ପାନୀମାନେ ସେନ୍ସର ଲଗାଇବା ପାଇଁ ଯୋଜନା କରୁଛନ୍ତି।

ଏହି ସେନ୍ସର ମିଛ ଖବର ପୋଷ୍ଟ ଉପରେ ନଜର ରଖିବ। ସେହିପରି ମତଦାନର ୪୮ ଘଣ୍ଟା ପୂର୍ବରୁ ଯେମିତି କୌଣସି ରାଜନୈତିକ ବିଜ୍ଞାପନ ପ୍ରସାରଣକୁ ବନ୍ଦ କରାଯାଇପାରିବ ସେଥିପାଇଁ ‘ସାଇଲେନ୍ସ ପିରିୟଡ୍’ ଲାଗୁ କରାଯିବା ନେଇ ଗୁରୁତ୍ୱ ଦିଆଯାଇଛି। ଅର୍ଥାତ ଏହି ୪୮ ଘଣ୍ଟା ମଧ୍ୟରେ ସୋଶାଲ୍ ମିଡିଆରେ କୌଣସି ରାଜନୈତିକ ବିଜ୍ଞାପନ ପ୍ରକାଶ ପାଇପାରିବ ନାହିଁ।

ମୁଖ୍ୟତଃ ଆଗକୁ ସାଧାରଣ ନିର୍ବାଚନ ଆସୁଥିବାରୁ ଏଭଳି ସତର୍କତା ଅବଲମ୍ବନ କରାଯାଉଛି। ବିଶେଷକରି ନିର୍ବାଚନ ସମୟରେ ମିଛ ପ୍ରଚାର, ମାନହାନି ଏବଂ ହିଂସା ଉଦ୍ରେକକାରୀ ପୋଷ୍ଟ ନେଇ ଅଧିକ ଆଶଙ୍କା ରହିଛି। ତେଣୁ ଏହା ଉପରେ ନଜର ରଖିବାକୁ ନିର୍ବାଚନ କମିଶନ ପୂର୍ବରୁ ସୋଶାଲ୍ ମିଡିଆ କମ୍ପାନୀମାନଙ୍କୁ ପରାମର୍ଶ ଦେଇଥିଲେ।

ପୂର୍ବରୁ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଉପରେ ରୋକ୍‌ ଲଗାଇବା ପାଇଁ ନିର୍ବାଚନ କମିଶନ (ଇସି) ଏକ ସ୍ୱତନ୍ତ୍ର ଆଣ୍ଡ୍ରଏଡ୍‌ ଆପ୍‌ ଉନ୍ମୋଚନ କରିଛନ୍ତି। ଏହା ଜରିଆରେ ଲୋକେ ବେଆଇନ ଅର୍ଥ କାରବାର ଏବଂ ବିବାଦୀୟ ଭାଷଣର ଫଟୋ ଏବଂ ଭିଡିଓ ଅପ୍‌ଲୋଡ୍‌ କରିପାରିବେ।

ଏହାକୁ ତର୍ଜମା କରି ଇସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ଇଣ୍ଟରନେଟ ଚାଲୁଥିବା ବେଟା ଭର୍ସନ୍‌ର ଏହି ଆପ୍ଲିକେଶନର ନାମ ରଖାଯାଇଛି 'ସିଭିଜିଲ୍‌'। ନିର୍ବାଚନ ପ୍ରକ୍ରିୟା ଉପରେ ଲୋକଙ୍କ ନଜର ରଖିବା ପାଇଁ ଏହି ବ୍ୟବସ୍ଥା କରାଯାଇଛି।  ଗୁଗୁଲ୍‌ ପ୍ଲେ ଷ୍ଟୋରକୁ ଯାଇ 'ସିଭିଜିଲ୍‌' ଆପ୍‌ ଡାଉନ୍‌ଲୋଡ୍‌ କରିହେବ। କେବଳ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଥିବା ସମୟରେ ଏହି ଆପ୍‌ କାମ କରିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story