ସଡ଼କ ଦୁର୍ଘଟଣାରେ ପ୍ରସିଦ୍ଧ ନୃତ୍ୟାଙ୍ଗନା 'କୁଇନ୍‌ ହାରିଶ୍‌' ମୃତ

ଯୋଧପୁର: ରବିବାର ସକାଳେ ରାଜସ୍ଥାନର ଯୋଧପୁରଠାରେ ଏକ ସଡ଼କ ଦୁର୍ଘଟଣାରେ ବିଶ୍ୱପ୍ରସିଦ୍ଧ ଲୋକନୃତ୍ୟ ନର୍ତ୍ତକୀ ‘କୁଇନ୍‌ ହାରିଶ୍‌’ ଏବଂ ଅନ୍ୟ ୩ ଜଣ ସହଯୋଗୀଙ୍କର ମୃତ୍ୟୁ ହୋଇଛି। ଯୋଧପୁର ନିକଟସ୍ଥ କପର୍ଦ୍ଦା ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଥିଲା। ପୁଲିସ୍‌ ପକ୍ଷରୁ କୁହାଯାଇଛି, ସେମାନଙ୍କ ଗାଡ଼ି ଏକ ମାଲବୋଝେଇ ହୋଇଥିବା ଟ୍ରକ୍‌ ସାମ୍ନାକୁ ଚାଲିଆସିଥିଲା। ଏଥିରେ ହାରିଶ୍‌ଙ୍କ ବ୍ୟତୀତ ରବୀନ୍ଦର, ଭିଖେ ଖାନ୍‌ ଏବଂ ଲତିଫ୍‌ ଖାନ୍‌ ପ୍ରାଣ ହରାଛନ୍ତି। ଖବର ପାଇ ସେମାନଙ୍କ ପରିବାରବର୍ଗ ଘଟଣାସ୍ଥଳରେ […]

queen-Harish

queen-Harish

Subrat Kumar Nayak
  • Published: Sunday, 02 June 2019
  • Updated: 02 June 2019, 06:36 PM IST

Sports

Latest News

ଯୋଧପୁର: ରବିବାର ସକାଳେ ରାଜସ୍ଥାନର ଯୋଧପୁରଠାରେ ଏକ ସଡ଼କ ଦୁର୍ଘଟଣାରେ ବିଶ୍ୱପ୍ରସିଦ୍ଧ ଲୋକନୃତ୍ୟ ନର୍ତ୍ତକୀ 'କୁଇନ୍‌ ହାରିଶ୍‌' ଏବଂ ଅନ୍ୟ ୩ ଜଣ ସହଯୋଗୀଙ୍କର ମୃତ୍ୟୁ ହୋଇଛି। ଯୋଧପୁର ନିକଟସ୍ଥ କପର୍ଦ୍ଦା ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଥିଲା।

ପୁଲିସ୍‌ ପକ୍ଷରୁ କୁହାଯାଇଛି, ସେମାନଙ୍କ ଗାଡ଼ି ଏକ ମାଲବୋଝେଇ ହୋଇଥିବା ଟ୍ରକ୍‌ ସାମ୍ନାକୁ ଚାଲିଆସିଥିଲା। ଏଥିରେ ହାରିଶ୍‌ଙ୍କ ବ୍ୟତୀତ ରବୀନ୍ଦର, ଭିଖେ ଖାନ୍‌ ଏବଂ ଲତିଫ୍‌ ଖାନ୍‌ ପ୍ରାଣ ହରାଛନ୍ତି। ଖବର ପାଇ ସେମାନଙ୍କ ପରିବାରବର୍ଗ ଘଟଣାସ୍ଥଳରେ ପହଞ୍ଚି ସାରିଛନ୍ତି। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ହାରିଶ ଏବଂ ଅନ୍ୟମାନେ ଏକ କାର୍ଯ୍ୟକ୍ରମରେ ଯୋଗଦେବାପାଇଁ ଯାଉଥିଲେ।

ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ ଏହି ଘଟଣାରେ ଶୋକ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ସଡ଼କ ଦୁର୍ଘଟଣାରେ ପ୍ରସିଦ୍ଧ ନୃତ୍ୟଶିଳ୍ପୀ ହାରିଶଙ୍କ ଦେହାନ୍ତ ଖବର ଅତ୍ୟନ୍ତ ଦୁଃଖଦ। ସେ ରାଜସ୍ଥାନର ଲୋକକଳା ପାଇଁ ଉତ୍ସର୍ଗୀକୃତ ଥିଲେ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos