୩ ଟଙ୍କା ୨୪ ପଇସା ପଇଠ ପାଇଁ ୧୫ କିଲୋମିଟର ଚାଲି ବ୍ୟାଙ୍କ ଗଲେ ଚାଷୀ

ନୂଆଦିଲ୍ଲୀ: ଋଣ ସୁଝିବାକୁ ୧୫ କିଲୋମିଟର ଚାଲିଲେ ଚାଷୀ। କରୋନା ପାଇଁ ସାଧାରଣ ପରିବହନ ସେବା ବ୍ୟାହତ ରହିଥିବାରୁ ଚାଲିଚାଲି ଯାଇଛନ୍ତି କର୍ଣ୍ଣାଟକର ଏହି ଚାଷୀ ଜଣଙ୍କ। ଋଣର ପରିମାଣ ମାତ୍ର ୩ ଟଙ୍କା ୨୪ ପଇସା। ଚାଷୀଙ୍କ ନାମ ଆମଡେ ଲକ୍ଷ୍ମୀନାରାୟଣ। ତାଙ୍କ ଘର କର୍ଣ୍ଣାଟକର ଶିମୋଗା ଜିଲ୍ଲାର ବରୁଭେ ଗାଁରେ। ନିକଟରେ ଋଣ ପରିଶୋଧ ନେଇ ବ୍ୟାଙ୍କରୁ ଚାଷୀଙ୍କ ପାଖକୁ ଫୋନ୍ ଆସିଥିଲା। ଶୀଘ୍ର ବ୍ୟାଙ୍କ ଶାଖାକୁ ଆସି ଋଣ ପରିଶୋଧ କରିବାକୁ ବ୍ୟାଙ୍କରୁ […]

FARMER

FARMER

Subhransu Sekhar
  • Published: Saturday, 27 June 2020
  • Updated: 27 June 2020, 09:10 PM IST

Sports

Latest News

ନୂଆଦିଲ୍ଲୀ: ଋଣ ସୁଝିବାକୁ ୧୫ କିଲୋମିଟର ଚାଲିଲେ ଚାଷୀ। କରୋନା ପାଇଁ ସାଧାରଣ ପରିବହନ ସେବା ବ୍ୟାହତ ରହିଥିବାରୁ ଚାଲିଚାଲି ଯାଇଛନ୍ତି କର୍ଣ୍ଣାଟକର ଏହି ଚାଷୀ ଜଣଙ୍କ। ଋଣର ପରିମାଣ ମାତ୍ର ୩ ଟଙ୍କା ୨୪ ପଇସା।

ଚାଷୀଙ୍କ ନାମ ଆମଡେ ଲକ୍ଷ୍ମୀନାରାୟଣ। ତାଙ୍କ ଘର କର୍ଣ୍ଣାଟକର ଶିମୋଗା ଜିଲ୍ଲାର ବରୁଭେ ଗାଁରେ। ନିକଟରେ ଋଣ ପରିଶୋଧ ନେଇ ବ୍ୟାଙ୍କରୁ ଚାଷୀଙ୍କ ପାଖକୁ ଫୋନ୍ ଆସିଥିଲା। ଶୀଘ୍ର ବ୍ୟାଙ୍କ ଶାଖାକୁ ଆସି ଋଣ ପରିଶୋଧ କରିବାକୁ ବ୍ୟାଙ୍କରୁ ଫୋନ୍ କରିଥିବା ବ୍ୟକ୍ତି ଜଣଙ୍କ ଲକ୍ଷ୍ମୀଙ୍କୁ କହିଥିଲେ। ଏହାପରେ ଚାଷୀ ଜଣଙ୍କ ତାଙ୍କ ଘରଠୁ ୧୫ କିଲୋମିଟର ଦୂରରେ ଥିବା ନିତୁରକୁ ଚାଲି ଚାଲି ଯାଇଥିଲେ। ଯେଉଁଠି ବ୍ୟାଙ୍କର ଶାଖା ରହିଛି। ବ୍ୟାଙ୍କରେ ପହଞ୍ଚିବା ପରେ ଋଣ ଟଙ୍କା ସୁଝିବାକୁ ଆସିଥିବା କହିଥିଲେ ଏବଂ ସଙ୍ଗେସଙ୍ଗେ ବ୍ୟାଙ୍କରେ ବାକି ଥିବା ୩ ଟଙ୍କା ୨୪ ପଇସା ଋଣ ପୈଠ କରିଥିଲେ।

ସୂଚନାଯୋଗ୍ୟ, ଲକ୍ଷ୍ମୀନାରାୟଣ ମାତ୍ର ୩୫ ହଜାର ଟଙ୍କା ଚାଷ କାମ ପାଇଁ ଋଣ ନେଇଥିଲେ। କର୍ଣ୍ଣାଟକ ସରକାରଙ୍କ ଦ୍ୱାରା ୩୨ ହଜାର ଟଙ୍କା ଋଣ ଛାଡ଼ ହୋଇଥିଲା। ଆଉ କିଛି ଦିନ ପୂର୍ବରୁ ଲକ୍ଷ୍ମୀନାରାୟଣ ୩ ହଜାର ଟଙ୍କା ବ୍ୟାଙ୍କକୁ ଦେଇଥିଲେ। ତେବେ ଆଉ ୩ ଟଙ୍କା ୨୪ ପଇସା ବାକି ଥିବା କହି ବ୍ୟାଙ୍କରୁ ଫୋନ୍ ଆସିଥିଲା।

ଲକ୍ଷ୍ମୀନାରାୟଣ ପ୍ରତିକ୍ରିୟାରେ କହିଛନ୍ତି, “୩ ଟଙ୍କା ୨୪ ପଇସା ତୁରନ୍ତ ପରିଶୋଧ କରିବାକୁ ହେବ ବୋଲି ଫୋନ୍ ଆସିଥିଲା। ବସ୍ ଓ ଅନ୍ୟାନ୍ୟ ସେବା ବନ୍ଦ ରହିଥିବା କଥା କହିଥିଲି। ମୋର ଗାଡ଼ି କି ସାଇକେଲ ନାହିଁ ବୋଲି କହିଥିଲି। ଏହାପରେ ପାଦରେ ଚାଲିଚାଲି ବ୍ୟାଙ୍କକୁ ଯାଇ ଋଣ ପରିଶୋଧ କରିଛି। ତେବେ ମାତ୍ର ୩ ଟଙ୍କା ପାଇଁ ବ୍ୟାଙ୍କ କତ୍ତୃପକ୍ଷ ଏଭଳି ଶୀଘ୍ର ଆସି ପରିଶୋଧ କରିଥିବା କଥା ମୋତେ ଆଘାତ ଦେଇଛି। କରୋନା ବେଳେ ବ୍ୟାଙ୍କ କତ୍ତୃପକ୍ଷ ମାନବିକତା ଭୁଲିଯାଇଛନ୍ତି”।

ତେବେ ବ୍ୟାଙ୍କ କତ୍ତୃପକ୍ଷ ଲକ୍ଷ୍ମୀନାରାୟଣଙ୍କ ଅଭିଯୋଗର ଜବାବ ଦେବାକୁ ଯାଇ କହିଛନ୍ତି, ଏବେ ବ୍ୟାଙ୍କର ଅଡ଼ିଟ୍ ଚାଲିଛି। ଚାଷୀଙ୍କର ଦସ୍ତଖତ ଆବଶ୍ୟକ ରହିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story