ହାତରେ ମଣିଷର ଖପୁରୀ ଓ ବେକରେ ଶିକୁଳି ବାନ୍ଧି ଚାଷୀ ବିଲ୍‌କୁ କୃଷକଙ୍କ ବିରୋଧ

ଚେନ୍ନାଇ: କେନ୍ଦ୍ର ସରକାର ସଂସଦରେ ପାରତ କରିଥିବା ନୂଆ ଚାଷୀ ସଂସ୍କାର ବିଲ୍‌କୁ ବିରୋଧ କରି ଆଜି କୃଷକ ସଂଗଠନ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି। ଏହି ବିଲ ଚାଷୀଙ୍କୁ ସହାୟକ ହେବ ବୋଲି କେନ୍ଦ୍ର ସରକାର କହୁଥିବା ବେଳେ କୃଷକମାନେ କିନ୍ତୁ ଏହାକୁ ଚାଷୀ ବିରୋଧୀ ବିଲ୍‌ ବୋଲି କହିଛନ୍ତି। ଆଜି ଏଥିପାଇଁ ଭାରତୀୟ କିଷାନ ୟୁନିୟନ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି। ଏହାକୁ ସଫଳ କରିବା ପାଇଁ ପଞ୍ଜାବ, ହରିଆଣା, ଉତ୍ତର […]

bg

Hemant Lenka
  • Published: Friday, 25 September 2020
  • , Updated: 25 September 2020, 06:05 PM IST

ଚେନ୍ନାଇ: କେନ୍ଦ୍ର ସରକାର ସଂସଦରେ ପାରତ କରିଥିବା ନୂଆ ଚାଷୀ ସଂସ୍କାର ବିଲ୍‌କୁ ବିରୋଧ କରି ଆଜି କୃଷକ ସଂଗଠନ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି। ଏହି ବିଲ ଚାଷୀଙ୍କୁ ସହାୟକ ହେବ ବୋଲି କେନ୍ଦ୍ର ସରକାର କହୁଥିବା ବେଳେ କୃଷକମାନେ କିନ୍ତୁ ଏହାକୁ ଚାଷୀ ବିରୋଧୀ ବିଲ୍‌ ବୋଲି କହିଛନ୍ତି।

ଆଜି ଏଥିପାଇଁ ଭାରତୀୟ କିଷାନ ୟୁନିୟନ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି। ଏହାକୁ ସଫଳ କରିବା ପାଇଁ ପଞ୍ଜାବ, ହରିଆଣା, ଉତ୍ତର ପ୍ରଦେଶ ଓ ତାମିଲନାଡୁ ଭଳି ବିଭିନ୍ନ ରାଜ୍ୟରେ ରାସ୍ତା ଓ ରେଳ ରୋକ କରାଯାଇଛି। ଚାଷୀମାନେ ବିଲକୁ ବିରୋଧ କରି ଦିଲ୍ଲୀ-ଅମୃତସର, ଦିଲ୍ଲୀ-ମୀରଟ ଓ କର୍ଣ୍ଣାଟକା-ତାମିଲନାଡୁ ଜାତୀୟ ରାଜପଥକୁ ଅବରୋଧ କରି ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି।

ଏହି ସବୁ ଭିତରେ ତାମିଲନାଡୁରୁ ଆଶ୍ଚର୍ଯ୍ୟ ଚକିତ କରିବା ଭଳି ଫଟୋ ସାମ୍ନାକୁ ଆସିଛି। କେନ୍ଦ୍ର ସରକାରଙ୍କ ଚାଷୀ ମାରଣାନୀତି ବିରୋଧରେ ତାମିଲନାଡୁର ଚାଷୀମାନେ ହାତରେ ମଣିଷର ଖପୁରୀ ଧରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସେହିପରି ଆନ୍ଦୋଳନ କରୁଥିବା ଚାଷୀମାନେ ନିଜ ବେକରେ ଶିକୁଳି ବାନ୍ଧି ଥିବା ମଧ୍ୟ ଦେଖିବାକୁ ମିଳିଛି।


ତାମିଲନାଡୁର ଥ୍ରୀଚି ଜିଲ୍ଲାର ଚାଷୀମାନେ ଏଭଳି ଅଭିନବ ଢଙ୍ଗରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏଠାରେ National South Indian Rivers Link Agricultural Association ପକ୍ଷରୁ ଆନ୍ଦୋଳନ କରାଯାଇଥିଲା। ସେମାନେ ନୂଆ ଚାଷୀ ବିଲ୍‌କୁ ଜୋରଦାର ବିରୋଧ କରିଥିଲେ। ନୂଆ ବିଲ୍‌ ଦ୍ୱାରା ଚାଷୀଙ୍କ ବେକରେ ଶିକୁଳି ପକାଇବାକୁ କେନ୍ଦ୍ର ସରକାର ଉଦ୍ୟମ କରୁଥିବା ସେମାନେ କହିଛନ୍ତି। ଏଥିପାଇଁ ସେମାନେ ବେକରେ ଶିକୁଳି‌ ବାନ୍ଧି ଏହାର ପ୍ରତିବାଦ କରିଛନ୍ତି। ସେହିପରି ନୂଆ ବିଲ୍‌ କାର୍ଯ୍ୟକାରୀ ହେଲେ ଚାଷୀଙ୍କ ଜୀବନ ଯିବ। ତେଣୁ ସେମାନେ ହାତରେ ମଣିଷର ଖପୁରୀ ଧରି ଆନ୍ଦୋଳନରେ ସାମିଲ ହୋଇଥିଲେ ବୋଲି ମତ ରଖିଛନ୍ତି।

Related story