ନିଷିଦ୍ଧ ସଂଗଠନଙ୍କ ମଦ୍ରାସା ଲିଙ୍କ୍‌ ନେଇ ପ୍ରଶ୍ନ ଉଠାଇଲା ଏଫ୍‌ଏଟିଏଫ୍

ଇସ୍‌ଲାମାବାଦ୍‌: ବିଶ୍ୱ ସ୍ତରରେ ଟେରର୍‌ ଫାଇନାନ୍ସିଂ ଉପରେ ନଜର ରଖୁଥିବା ଏଫ୍‌ଏଟିଏଫ୍‌ ପାକିସ୍ତାନକୁ ୧୫୦ ପ୍ରଶ୍ନ ପଚାରିଛି। ଏହି ପ୍ରଶ୍ନ ସବୁରେ ମଦ୍ରାସା ବାବଦରେ ମଧ୍ୟ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ରହିଛି। ନିଷିଦ୍ଧ ଘୋଷିତ ସଂଗଠନ ସହ ଜଡ଼ିତ ମଦ୍ରାସାଙ୍କ ବିରୋଧରେ କ’ଣ କ’ଣ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ସେଥିନେଇ ପ୍ରଶ୍ନ କରାଯାଇଛି। ଆତଙ୍କବାଦ ଏବଂ ମନି ଲଣ୍ତରିଂ ଉପରେ ରୋକ ଲଗାଇବା ପାଇଁ ନିଆଯାଇଥିବା ପଦକ୍ଷେପ ବାବଦରେ ପାକିସ୍ତାନର ରିପୋର୍ଟ ଦାଖଲ ପରେ ଏହି ପ୍ରଶ୍ନ ପଚାରିଛି […]

fatf

Subrat Kumar Nayak
  • Published: Sunday, 22 December 2019
  • , Updated: 22 December 2019, 05:23 PM IST

ଇସ୍‌ଲାମାବାଦ୍‌: ବିଶ୍ୱ ସ୍ତରରେ ଟେରର୍‌ ଫାଇନାନ୍ସିଂ ଉପରେ ନଜର ରଖୁଥିବା ଏଫ୍‌ଏଟିଏଫ୍‌ ପାକିସ୍ତାନକୁ ୧୫୦ ପ୍ରଶ୍ନ ପଚାରିଛି। ଏହି ପ୍ରଶ୍ନ ସବୁରେ ମଦ୍ରାସା ବାବଦରେ ମଧ୍ୟ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ରହିଛି। ନିଷିଦ୍ଧ ଘୋଷିତ ସଂଗଠନ ସହ ଜଡ଼ିତ ମଦ୍ରାସାଙ୍କ ବିରୋଧରେ କ’ଣ କ’ଣ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ସେଥିନେଇ ପ୍ରଶ୍ନ କରାଯାଇଛି। ଆତଙ୍କବାଦ ଏବଂ ମନି ଲଣ୍ତରିଂ ଉପରେ ରୋକ ଲଗାଇବା ପାଇଁ ନିଆଯାଇଥିବା ପଦକ୍ଷେପ ବାବଦରେ ପାକିସ୍ତାନର ରିପୋର୍ଟ ଦାଖଲ ପରେ ଏହି ପ୍ରଶ୍ନ ପଚାରିଛି ଏଫ୍‌ଏଟିଏଫ୍‌।

ପାକିସ୍ତାନକୁ ଗ୍ରେ ତାଲିକାଭୁକ୍ତ କରିଥିବା ଏଫ୍‌ଏଟିଏଫ୍‌ ଏହାର ଅବଧି ୨୦୨୦ ଫେବୃଆରୀ ଯାଏ ବଢ଼ାଇ ଦେଇଛି। ଅକ୍ଟୋବରରେ ପାକିସ୍ତାନକୁ ଏଫ୍‌ଏଟିଏଫ୍‌ ଧମକାଇଥିଲା ୨୭ଟି ପ୍ରଶ୍ନରୁ ୨୨ଟିର ଯଥାର୍ଥ ଉତ୍ତର ନଦେଲେ ପାକିସ୍ତାନ କଳା ତାଲିକାଭୁକ୍ତ ହେବ। ଏହାପରେ ଗତ ଡିସେମ୍ବରରେ ଏଫ୍‌ଏଟିଏଫ୍‌ ନିକଟରେ ପାକିସ୍ତାନ ୨୨ଟି ପ୍ରଶ୍ନର ଉତ୍ତର ରଖିଥିଲା।

ଏହି ରିପୋର୍ଟ ଆସିବା ପରେ ଏଫ୍‌ଏଟିଏଫ୍‌ର ଜଏଣ୍ଟ ଗ୍ରୁପ୍‌ ପାକିସ୍ତାନକୁ ୧୫୦ ପ୍ରଶ୍ନ ପଚାରିଛି। ଅଧିକ କ୍ଲାରିଫିକେସନ୍‌, ଅପଡେଟ୍‌ସ ଏବଂ ନିଷିଦ୍ଧ ସଂଗଠନଙ୍କ ସହ ଜଡ଼ିତ ମଦ୍ରାସା ବିରୋଧରେ କ’ଣ ପଦକ୍ଷେପ ନିଆଯାଇଛି ଆଦି ପ୍ରଶ୍ନ ରହିଛି। ଏକ ଖବରସଂସ୍ଥା ପାକିସ୍ତାନର ଜଣେ ବରିଷ୍ଠ ଅଧିକାରୀଙ୍କୁ ଉଦ୍ଧୃତ କରି ଲେଖିଛି, “ଆମେ ରିପୋର୍ଟ ଦାଖଲ କରିବା ପରେ ଏଫ୍‌ଏଟିଏଫ୍‌ ପକ୍ଷରୁ ଏକ ଇମେଲ ପାଇଛୁ ଯେଉଁଥିରେ ୧୫୦ଟି ପ୍ରଶ୍ନ ରହିଛି। ଏଥିରେ ଅଧିକ ତଥ୍ୟ, କ୍ଲାରିଫିକେସନ୍‌ ଏବଂ ମଦ୍ରାସା ସମ୍ପର୍କିତ ପ୍ରଶ୍ନ ରହିଛି। ନିଷିଦ୍ଧ ସଂଗଠନ ସହ ଏମାନଙ୍କ ଲିଙ୍କ ବାବଦରେ ପ୍ରଶ୍ନ କରାଯାଇଛି।”

ପାକିସ୍ତାନକୁ ଏହି ୧୫୦ ପ୍ରଶ୍ନର ଉତ୍ତର ରଖିବା ପାଇଁ ୨୦୨୦ ଜାନୁଆରୀ ୮ ଯାଏ ସମୟ ଦିଆଯାଇଛି। ଆସନ୍ତା ଜାନୁଆରୀ ୨୧ରୁ ୨୪ ଯାଏ ଏଫ୍‌ଏଟିଏଫ୍‌ ବୈଠକ ହେବାର ଥିବାରୁ ଏ ବିଷୟରେ ସେଠାରେ ଆଲୋଚନା ହେବ ବୋଲି ଆଶଙ୍କା କରାଯାଉଛି। ତେବେ ଏହା ବେଜିଂରେ ହେବାର ଥିବାରୁ ପାକିସ୍ତାନକୁ ଏହା ସୁହାଇବ। ପାକିସ୍ତାନ ଚାହୁଁଛି ଏହି ବୈଠକରେ ଗ୍ରେ ତାଲିକା ଅବଧି ଜୁନ୍‌ ୨୦୨୦ ଯାଏ ଟାଣିନେବ। କାରଣ ଫେବୃଆରୀ ଭିତରେ ପାକିସ୍ତାନ ୨୨ଟି ଆକ୍ସନ୍‌ ପ୍ଲାନ୍ ଉପରେ କାମ କରିବା କାଠିକର ପାଠ ହେବ।

ଏଫ୍‌ଏଟିଏଫ୍‌ ଏହାର ପୂର୍ବ ବିବୃତିରେ କହିଥିଲା, “ଆସନ୍ତା ସମୀକ୍ଷା ବୈଠକ ସୁଦ୍ଧା ପାକିସ୍ତାନ ଯଥାଥଇ ପଦକ୍ଷେପ ନନେଲେ ଏଫ୍‌ଏଟିଏଫ୍‌ ଏହାର ସଦସ୍ୟମାନଙ୍କୁ ଡାକି ପାକିସ୍ତାନ ସହ ଜଡ଼ିତ ବ୍ୟବସାୟିକ ସମ୍ପର୍କ ଏବଂ କାରବାର ଉପରେ କଟକଣା ଜାରି କରିବାକୁ କହିବ।” ଏହା ପୂର୍ବରୁ ଏଫ୍‌ଏଟିଏଫ୍‌ ୨୭ଟି ପ୍ରଶ୍ନ ପଚାରିଥିଲେ ମଧ୍ୟ ପାକିସ୍ତାନ ମାତ୍ର ୫ଟିର ସନ୍ତୋଷଜନକ ଉତ୍ତର ରଖିପାରିଥିଲା।

ଗତ ବର୍ଷ ଜୁନ୍‌ରେ ପାକିସ୍ତାନକୁ ଏଫ୍‌ଏଟିଏଫ୍‌ ଗ୍ରେ ତାଲିକାରେ ସାମିଲ କରିଥିଲା। ଏଥି ସହିତ ଅକ୍ଟୋବର ୨୦୧୯ ସୁଦ୍ଧା ପଦକ୍ଷେପ ନେବାକୁ କହିଥିଲା। ଏପରି ନକଲେ ପାକିସ୍ତାନ ଇରାନ ଏବଂ ଉତ୍ତର କୋରିଆ ସହ କଳା ତାଲିକାଭୁକ୍ତ ହେବ ବୋଲି କୁହାଯାଇଥିଲା। ଏହି ଧମକରେ କୁହାଯାଇଥିଲା, ପାକିସ୍ତାନ ଜାତିସଂଘ ତାଲିକାଭୁକ୍ତ ଲସ୍କର ଇ ତାଏବା ପ୍ରତିଷ୍ଠାତା ହାଫିଜ ସୟିଦ୍‌, ଜୈଶ୍‌ ଇ ମହମ୍ମଦ ମୁଖ୍ୟ ମୌଲାନା ମାସୁଦ୍‌ ଆଝାର ଏବଂ ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ସହ ଟେରର ଫଣ୍ଡିଂ ଉପରେ ପଦକ୍ଷେପ ନେବ।

Related story