ବେଙ୍ଗାଲୁରୁ: ଫେବୃଆରୀ ୬ ତାରିଖରେ କର୍ଣ୍ଣାଟକ ସରକାରର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହେବ। ରବିବାର କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ ୟେଦ୍ୟୁରପ୍ପା ଏହି ସୂଚନା ଦେଇଛନ୍ତି। ଏହି ସମ୍ପ୍ରସାରଣ ବେଳେ ୧୩ ଜଣ ବିଧାୟକ ମନ୍ତ୍ରୀ ଭାବରେ ଶପଥ ନେବେ। ସକାଳ ୧୦ଟା ୩୦ରେ ରାଜଭବନରେ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ହେବ। ଏହି ୧୩ ଜଣଙ୍କ ମଧ୍ୟରେ ୧୦ ଜଣ କଂଗ୍ରେସ ଏବଂ ଜେଡିଏସ ଛାଡ଼ି ବିଜେପିରେ ଯୋଗଦେଇଥିଲେ।
ଡିସେମ୍ୱର ୫, ୨୦୧୯ରେ କର୍ଣ୍ଣାଟକ ବିଧାନସଭାର ଉପନିର୍ବାଚନ ହୋଇଥିଲା। ଉପନିର୍ବାଚନରେ ବିଜେପି ଭଲ ପ୍ରଦର୍ଶନ କରିବାର ୨ ମାସ ପରେ ୟୁଦ୍ୟୁରପ୍ପା ସରକାର ମନ୍ତ୍ରିମଣ୍ଡଳ ସଂପ୍ରସାରଣ କରିବାକୁ ଯାଉଛନ୍ତି।