ସ୍ୱାସ୍ଥ୍ୟ କ୍ଷେତ୍ର ପାଇଁ ୬୪,୧୮୦ କୋଟି

ନୂଆଦିଲ୍ଲୀ: କରୋନା ମହାମାରୀ ଭିତରେ ଉପସ୍ଥାପିତ ହୋଇଥିବା କେନ୍ଦ୍ରୀୟ ବଜେଟ୍‌ରେ ସ୍ୱାସ୍ଥ୍ୟ କ୍ଷେତ୍ରକୁ ସବୁଠାରୁ ଅଧିକ ଗୁରୁତ୍ୱ ଦିଆଯାଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୧-୨୨ ବଜେଟ୍‌ ଉପସ୍ଥାପନ କରିବା ବେଳେ ସ୍ୱାସ୍ଥ୍ୟ ସେବାକୁ ପ୍ରୋତ୍ସାହିତ କରିବା ପାଇଁ ନୂଆ କେନ୍ଦ୍ରୀୟ ଯୋଜନା ଘୋଷଣା କରିଛନ୍ତି। ଦେଶରେ ପ୍ରଧାନମନ୍ତ୍ରୀ ଆତ୍ମନିର୍ଭର ସ୍ୱାସ୍ଥ୍ୟ ଭାରତ ଯୋଜନା କାର୍ଯ୍ୟକାରୀ କରାଯିବ। ଏହି ଯୋଜନାରେ ଆସନ୍ତା ୬ ବର୍ଷ ପାଇଁ ୬୪,୧୮୦ କୋଟି ଟଙ୍କାର ବ୍ୟୟବରାଦ ହୋଇଛି। ସୀତାରମଣ କହିଛନ୍ତି, ଏହି ଯୋଜନାରେ […]

cf

Hemant Lenka
  • Published: Monday, 01 February 2021
  • , Updated: 01 February 2021, 12:45 PM IST

ନୂଆଦିଲ୍ଲୀ: କରୋନା ମହାମାରୀ ଭିତରେ ଉପସ୍ଥାପିତ ହୋଇଥିବା କେନ୍ଦ୍ରୀୟ ବଜେଟ୍‌ରେ ସ୍ୱାସ୍ଥ୍ୟ କ୍ଷେତ୍ରକୁ ସବୁଠାରୁ ଅଧିକ ଗୁରୁତ୍ୱ ଦିଆଯାଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୧-୨୨ ବଜେଟ୍‌ ଉପସ୍ଥାପନ କରିବା ବେଳେ ସ୍ୱାସ୍ଥ୍ୟ ସେବାକୁ ପ୍ରୋତ୍ସାହିତ କରିବା ପାଇଁ ନୂଆ କେନ୍ଦ୍ରୀୟ ଯୋଜନା ଘୋଷଣା କରିଛନ୍ତି।

ଦେଶରେ ପ୍ରଧାନମନ୍ତ୍ରୀ ଆତ୍ମନିର୍ଭର ସ୍ୱାସ୍ଥ୍ୟ ଭାରତ ଯୋଜନା କାର୍ଯ୍ୟକାରୀ କରାଯିବ। ଏହି ଯୋଜନାରେ ଆସନ୍ତା ୬ ବର୍ଷ ପାଇଁ ୬୪,୧୮୦ କୋଟି ଟଙ୍କାର ବ୍ୟୟବରାଦ ହୋଇଛି। ସୀତାରମଣ କହିଛନ୍ତି, ଏହି ଯୋଜନାରେ ସ୍ୱାସ୍ଥ୍ୟ ବ୍ୟବସ୍ଥା ସହ ନୂଆ କରି ଆର୍ବିଭାବ ହେଉଥିବା ରୋଗର ଚିକିତ୍ସା ପାଇଁ ବ୍ୟବସ୍ଥା କରାଯିବ।

ଗ୍ରାମାଞ୍ଚଳରେ ଥିବା ୧୭ ହଜାର ଓ ସହରରେ ଥିବା ୧୧ ହଜାର ସ୍ୱାସ୍ଥ୍ୟ କେନ୍ଦ୍ରକୁ ଏହି ଯୋଜନାରେ ସହାୟତା ମିଳିବ। ନ୍ୟାଶନାଲ ହେଲଥ ମିଶନରେ ଏହା ଆଉ ଏକ ନୂଆ ଯୋଜନା ଭାବେ ସାମିଲ ହେବ। ୨୦୨୧-୨୦୨୨ରେ ଭାରତ ସରକାର କରୋନା ଟିକା ପାଇଁ ୩୫ ହଜାର କୋଟି ଟଙ୍କା ଦେବେ। ବର୍ତ୍ତମାନ ଭାରତରେ ଦୁଇଟି କରୋନା ଟିକା ମିଳୁଥିବା ବେଳେ ଖୁବଶୀଘ୍ର ଆଉ ଦୁଇଟି ଭାରତ ନିର୍ମିତ ଟିକା ମିଳିବ।

Related story