୨୦୨୨ ସୁଦ୍ଧା ଅଭିବୃଦ୍ଧି ହାର ୧୯% ବଢ଼ିବ ବୋଲି ଆକଳନ କଲା କେନ୍ଦ୍ର

ନୁଆଦିଲ୍ଲୀ: କରୋନା ମହାମାରୀ ଏବଂ ଅନ୍ୟାନ୍ୟ କାରଣ ପାଇଁ ଦେଶର ଅର୍ଥନୀତି ଏବେ ତଳମୁହାଁ। ଏହାରି ଭିତରେ କେନ୍ଦ୍ର ସରକାର ଅଭିବୃଦ୍ଦି ହାରର ଗୋଲାପୀ ସ୍ୱପ୍ନ ଦେଖାଇଛନ୍ତି। ୨୦୨୧-୨୨ ଆର୍ଥିକ ବର୍ଷରେ ଦେଶର ଅଭିବୃଦ୍ଧି ହାର ୧୯ ପ୍ରତିଶତକୁ ବୃଦ୍ଧି ପାଇବ ବୋଲି ଅର୍ଥ ମନ୍ତ୍ରାଳୟ ଆକଳନ କରିଛି। ଜିଡିପିର ଏହି ଆକଳନରେ ସାମଗ୍ରୀ ଏବଂ ସେବାଗୁଡିକର ବର୍ତ୍ତମାନର ମୂଲ୍ୟକୁ ସାମିଲ୍ କରିଛି କେନ୍ଦ୍ର ଅର୍ଥମନ୍ତାଳୟ। ୧୫ ତମ ଅର୍ଥ କମିଶନର ଚେୟାରମ୍ୟାନ୍ ଏନ.କେ ସିଂ କହିଛନ୍ତି […]

gdp

gdp

Subhransu Sekhar
  • Published: Sunday, 20 September 2020
  • Updated: 20 September 2020, 09:10 PM IST

Sports

Latest News

ନୁଆଦିଲ୍ଲୀ: କରୋନା ମହାମାରୀ ଏବଂ ଅନ୍ୟାନ୍ୟ କାରଣ ପାଇଁ ଦେଶର ଅର୍ଥନୀତି ଏବେ ତଳମୁହାଁ। ଏହାରି ଭିତରେ କେନ୍ଦ୍ର ସରକାର ଅଭିବୃଦ୍ଦି ହାରର ଗୋଲାପୀ ସ୍ୱପ୍ନ ଦେଖାଇଛନ୍ତି। ୨୦୨୧-୨୨ ଆର୍ଥିକ ବର୍ଷରେ ଦେଶର ଅଭିବୃଦ୍ଧି ହାର ୧୯ ପ୍ରତିଶତକୁ ବୃଦ୍ଧି ପାଇବ ବୋଲି ଅର୍ଥ ମନ୍ତ୍ରାଳୟ ଆକଳନ କରିଛି। ଜିଡିପିର ଏହି ଆକଳନରେ ସାମଗ୍ରୀ ଏବଂ ସେବାଗୁଡିକର ବର୍ତ୍ତମାନର ମୂଲ୍ୟକୁ ସାମିଲ୍ କରିଛି କେନ୍ଦ୍ର ଅର୍ଥମନ୍ତାଳୟ।

୧୫ ତମ ଅର୍ଥ କମିଶନର ଚେୟାରମ୍ୟାନ୍ ଏନ.କେ ସିଂ କହିଛନ୍ତି ଯେ ଜିଡିପି ବିଷୟରେ ଅନେକ ଆକଳନ ରହିଛି। ସେ କହିଛନ୍ତି ଯେ ତାଙ୍କ ଉପସ୍ଥାପନାରେ ମୁଖ୍ୟ ଅର୍ଥନୀତିକ ପରାମର୍ଶଦାତା ଜିଡିପିର ୧୯ ପ୍ରତିଶତ ପର୍ଯ୍ୟନ୍ତ ଯିବେ ବୋଲି ଆକଳନ କରିଛନ୍ତି। ତେବେ ବିଶେଷ କ୍ଷେତ୍ରରେ ଏହା ୨୧ ପ୍ରତିଶତ ହୋଇପାରେ ବୋଲି ସେ କହିଛନ୍ତି।

୨୦୨୦-୨୧ ଆର୍ଥିକ ବର୍ଷର ପ୍ରଥମ ତ୍ରୟ ମାସରେ ଜିଡିପି ୨୨.୬ ପ୍ରତିଶତ ବୃଦ୍ଧି ହୋଇ ୩୮.୦୮ ଲକ୍ଷ କୋଟି ଟଙ୍କା ହୋଇଛି। ଯାହା ଗତ ବର୍ଷ ଏହି ସମୟରେ ୪୯.୧୮ ଲକ୍ଷ କୋଟି ଥିଲା ବୋଲି ସେ କହିଛନ୍ତି।

ମୁଖ୍ୟ ଅର୍ଥନୀତିକ ପରାମର୍ଶଦାତା କୃଷ୍ଣମୂର୍ତ୍ତି ସୁବ୍ରମଣ୍ୟମ କହିଛନ୍ତି ଯେ କୋଭିଡ -୧୯ ମହାମାରୀ ପାଇଁ ଅନେକ ସେକ୍ଟର ପୁନରୁଦ୍ଧାର ପ୍ରକ୍ରିୟାରେ ଅଛନ୍ତି। ସେ କହିଛନ୍ତି ଯେ ଯେତେବେଳେ ଆପଣ କୃଷିର ଉନ୍ନତି କରନ୍ତି, ଶ୍ରମ, ଘରୋଇକରଣ ଉପରେ ଧ୍ୟାନ ଦିଅନ୍ତି, ସେମାନେ ସମସ୍ତେ ଅର୍ଥନୀତିକୁ ଏକତ୍ର କରିବାରେ ସାହାଯ୍ୟ କରନ୍ତି।

ସୂଚନାଯୋଗ୍ୟ, ନିକଟରେ ସେପ୍ଟେମ୍ବର ୧୧ ରେ ମୁଡି ଇନଭେଷ୍ଟର୍ସ ସର୍ଭିସ ୨୧-୨୨ ଆର୍ଥିକ ବର୍ଷ ପାଇଁ ଜିଡିପି ଅଭିବୃଦ୍ଧି ୧୦.୬ ପ୍ରତିଶତ ଏବଂ ସିପିଆଇରେ ୪ ପ୍ରତିଶତ ମୁଦ୍ରାସ୍ଫୀତି ପୂର୍ବାନୁମାନ କରିଛି। ମାର୍ଚ୍ଚ ୨୦୨୧ ରେ ଗୋଲ୍ଡମ୍ୟାନ୍ ଗ୍ରୁପ୍ ଜିଡିପି ୧୪.୮ ପ୍ରତିଶତ ହ୍ରାସ ପାଇଥିବାବେଳେ ଏଡିବି ୯ ପ୍ରତିଶତ କମ୍ ହେବ ବୋଲି ଆକଳନ କରିଛି। ଅକ୍ଟୋବର ୧ରେ ଆରବିଆଇ ମଧ୍ୟ ଅଭିବୃଦ୍ଧି ହାରର ପୂର୍ବାନୁମାନ ପ୍ରକାଶ କରିପାରେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos