ମମତାଙ୍କ ନାଁରେ ଏତଲା

ନୂଆଦିଲ୍ଲୀ: ଏନ୍‌ଆର୍‌ସି (ନ୍ୟାସ୍‌ନାଲ୍‌ ରେଜିଷ୍ଟର ଅଫ୍‌ ସିଟିଜେନ୍‌ସ) ପ୍ରସଙ୍ଗରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନାଁରେ ଥାନାରେ ଅଭିଯୋଗ ହୋଇଛି। ଆସାମର ଡିବ୍ରୁଗଡ଼ ଜିଲ୍ଲାର ନାହରକଟିୟା ଥାନାରେ ଏନେଇ ଏତଲା ଦିଆଯାଇଛି। ମମତା ରାଜ୍ୟରେ ସାମ୍ପ୍ରଦାୟିକ ସଦ୍‌ଭାବନାକୁ ନଷ୍ଟ କରିବାକୁ ଉଦ୍ୟମ କରୁଥିବା ନେଇ ଏଥିରେ ଅଭିଯୋଗ କରାଯାଇଛି। ବିଜେପି ଯୁବ ମୋର୍ଚ୍ଚାର ୩ ଜଣ ସଦସ୍ୟ ଏହି ଏତଲା ଦେଇଛନ୍ତି। ସେମାନେ ଅଭିଯୋଗ କରିଛନ୍ତି, ଆସାମରେ ଏନ୍‌ଆର୍‌ସିର ଶାନ୍ତିପୂର୍ଣ୍ଣ ପ୍ରକ୍ରିୟାରେ ମମତା ବାଧା ପହଞ୍ଚାଇବାକୁ ଚାହୁଁଛନ୍ତି। […]

banerjee

Rakesh Mallick
  • Published: Wednesday, 01 August 2018
  • , Updated: 01 August 2018, 10:04 AM IST

ନୂଆଦିଲ୍ଲୀ: ଏନ୍‌ଆର୍‌ସି (ନ୍ୟାସ୍‌ନାଲ୍‌ ରେଜିଷ୍ଟର ଅଫ୍‌ ସିଟିଜେନ୍‌ସ) ପ୍ରସଙ୍ଗରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନାଁରେ ଥାନାରେ ଅଭିଯୋଗ ହୋଇଛି। ଆସାମର ଡିବ୍ରୁଗଡ଼ ଜିଲ୍ଲାର ନାହରକଟିୟା ଥାନାରେ ଏନେଇ ଏତଲା ଦିଆଯାଇଛି। ମମତା ରାଜ୍ୟରେ ସାମ୍ପ୍ରଦାୟିକ ସଦ୍‌ଭାବନାକୁ ନଷ୍ଟ କରିବାକୁ ଉଦ୍ୟମ କରୁଥିବା ନେଇ ଏଥିରେ ଅଭିଯୋଗ କରାଯାଇଛି। ବିଜେପି ଯୁବ ମୋର୍ଚ୍ଚାର ୩ ଜଣ ସଦସ୍ୟ ଏହି ଏତଲା ଦେଇଛନ୍ତି।

ସେମାନେ ଅଭିଯୋଗ କରିଛନ୍ତି, ଆସାମରେ ଏନ୍‌ଆର୍‌ସିର ଶାନ୍ତିପୂର୍ଣ୍ଣ ପ୍ରକ୍ରିୟାରେ ମମତା ବାଧା ପହଞ୍ଚାଇବାକୁ ଚାହୁଁଛନ୍ତି।

ସୂଚନାଯୋଗ୍ୟ, ଗତକାଲି ଗୃହମନ୍ତ୍ରୀଙ୍କୁ ଭେଟିବା ପରେ ମମତା କହିଥିଲେ, ‘ଯଦି ପଶ୍ଚିମବଙ୍ଗରେ ଏନ୍‌ଆର୍‌ସି ଲାଗୁ କରାଯିବାକୁ ଉଦ୍ୟମ କରାଯାଏ, ତା’ହେଲେ ଗୃହଯୁଦ୍ଧ ପରିସ୍ଥିତି ସୃଷ୍ଟି ହେବ ଓ ରକ୍ତପାତ ହେବ। ବିଜେପି ଲୋକଙ୍କୁ ଭାଗ ଭାଗ କରିବାକୁ ଚେଷ୍ଟା କରୁଛି। ଏହାକୁ ଆଦୌ ବରଦାସ୍ତ କରାଯିବ ନାହିଁ।”

ଏହି ପ୍ରସଙ୍ଗରେ ସେ ସମସ୍ତ ବିରୋଧୀ ଦଳଙ୍କ ସହ ଆଲୋଚନା କରିବେ ବୋଲି ମଧ୍ୟ ମମତା କହିଥିଲେ।

ସେ ଆହୁରି କହିଥିଲେ, “ରାଜନୈତିକ ଉଦ୍ଦେଶ୍ୟ ରଖି ଏନ୍‌ଆର୍‌ସି ଲାଗୁ କରାଯାଉଛି। ଆମେ ଏପରି ହେବାକୁ ଦେବୁନାହିଁ।”

ମମତାଙ୍କ ଏପରି ବୟାନ ଉପରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, “ମମତା ବାନାର୍ଜୀ କହୁଛନ୍ତି, ଦେଶରେ ଗୃହଯୁଦ୍ଧ ହେବ। ସେ ସ୍ପଷ୍ଟ କରନ୍ତୁ, କେଉଁ ପ୍ରକାର ଗୃହଯୁଦ୍ଧ ହେବ। ଏହି ମାମଲାରେ ସେ ଦେଶର ଜନତାଙ୍କ ଆଗରେ ନିଜର ମତ ସ୍ପଷ୍ଟ କରନ୍ତୁ।”

Related story