ୟୁପି ଯିବାକୁ ଚେଷ୍ଟା କରୁଥିବା ରାହୁଲ ଗାନ୍ଧି ଓ ପ୍ରିୟଙ୍କାଙ୍କ ବିରୋଧରେ ଏଫଆଇଆର

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ହାଥରସ ଗଣଦୁଷ୍କର୍ମ ଘଟଣାକୁ ନେଇ ତମ୍ବିତୋଫାନ ଜାରି ରହିଥିବା ବେଳେ ଗତକାଲି ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧି ଭଦ୍ରା ପୀଡ଼ିତାଙ୍କ ପରିବାର ଲୋକଙ୍କୁ ଭେଟିବାକୁ ଯିବା ବେଳେ ପ୍ରବଳ ଉତ୍ତେଜନା ଦେଖାଯାଇଥିଲା। ପୁଲିସ୍‌ ସହ ଧସ୍ତାଧସ୍ତି ବେଳେ ରାହୁଲ ଗାନ୍ଧି ତଳେ ପଡ଼ି ଯାଇଥିଲେ। ଏପରି କି ଶତାଧିକ କଂଗ୍ରେସ କର୍ମୀ ଆହତ ହୋଇଥିଲେ। ତେବେ ଏହି ଘଟଣା ପରେ ୨୦୩ ଜଣ କଂଗ୍ରେସ ସଦସ୍ୟଙ୍କ ବିରୋଧରେ ଉତ୍ତର ପ୍ରଦେଶ ପୁଲିସ୍‌ […]

n

Hemant Lenka
  • Published: Friday, 02 October 2020
  • , Updated: 02 October 2020, 03:47 PM IST

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ହାଥରସ ଗଣଦୁଷ୍କର୍ମ ଘଟଣାକୁ ନେଇ ତମ୍ବିତୋଫାନ ଜାରି ରହିଥିବା ବେଳେ ଗତକାଲି ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧି ଭଦ୍ରା ପୀଡ଼ିତାଙ୍କ ପରିବାର ଲୋକଙ୍କୁ ଭେଟିବାକୁ ଯିବା ବେଳେ ପ୍ରବଳ ଉତ୍ତେଜନା ଦେଖାଯାଇଥିଲା। ପୁଲିସ୍‌ ସହ ଧସ୍ତାଧସ୍ତି ବେଳେ ରାହୁଲ ଗାନ୍ଧି ତଳେ ପଡ଼ି ଯାଇଥିଲେ। ଏପରି କି ଶତାଧିକ କଂଗ୍ରେସ କର୍ମୀ ଆହତ ହୋଇଥିଲେ।

ତେବେ ଏହି ଘଟଣା ପରେ ୨୦୩ ଜଣ କଂଗ୍ରେସ ସଦସ୍ୟଙ୍କ ବିରୋଧରେ ଉତ୍ତର ପ୍ରଦେଶ ପୁଲିସ୍‌ ଏଫଆଇଆର ରୁଜୁ କରିଛି। ଏହି ୨୦୩ ଜଣଙ୍କ ମଧ୍ୟରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଓ ସାଧାରଣ ସାମ୍ପାଦକ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କ ନାଁ ରହିଛି। ମହାମାରୀ କରୋନା ଭାଇରସ ସଂକ୍ରମଣକୁ ଦୃଷ୍ଟିରେ ରଖି ଗ୍ରେଟର ନୋଏଡାରେ ୧୪୪ ଧାରା ଜାରି କରାଯାଇଥିଲା। ତେବେ ଏହାକୁ ରାହୁଲ ଆଣ୍ଡ କୋ ଉଲ୍ଲଙ୍ଘନ କରିଥିବାରୁ ସମସ୍ତଙ୍କ ବିରୋଧରେ ଇକୋଟେକ୍‌ ଥାନାରେ ଏଫଆଇଆର ରୁଜୁ କରାଯାଇଛି। ସମସ୍ତଙ୍କ ନାଁରେ ଧାରା ୩୩୨, ୩୩୫,୪୨୭,୩୨୩,୩୫୪(ବି),୧୪୭ ଓ ୧୪୮ ଧାରା ଲଗାଯାଇଛି। ଏଫଆଇଆରରେ ୧୫୩ ଜଣଙ୍କ ନାଁ ଥିବା ବେଳେ ୫୦ ଜଣ ଅଚିହ୍ନା ଲୋକ ବୋଲି ଉଲ୍ଲେଖ କରାଯାଇଛି।

ପୁଲିସ୍‌ ପକ୍ଷରୁ କୁହାଯାଇଛି ଯେ ଦିଲ୍ଲୀରୁ ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧି ଭଦ୍ରା ଏକାଧିକ କାର୍ ଧରି ଉତ୍ତର ପ୍ରଦେଶର ହାଥରସ ଯାଉଥିଲେ। ଏହି କନଭୟରେ ପ୍ରାୟ ୫୦ଟି କାର ଥିଲା। ଗୌତମ ବୁଦ୍ଧ ଅଞ୍ଚଳରେ ୧୪୪ ଧାରା ଲାଗୁ ହୋଇଥିବାରୁ ପୁଲିସ୍ କନଭୟକୁ ଅଟକାଇଥିଲା। ତଥାପି ଦଳୀୟ କର୍ମୀମାନେ କିଛି ନ ଶୁଣି ଯମୁନା ଏକ୍ସପ୍ରେସ ୱେ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ।

ସେମାନେ ଟ୍ରାଫିକ ଜାମ କରିଥିଲେ ଓ ନିୟମକୁ ମଧ୍ୟ ଉଲ୍ଲଙ୍ଘନ କରିଥିଲେ। କନଭୟରେ ଥିବା ଦୁଇଟି ଗାଡ଼ି ମଧ୍ୟ ଦୁର୍ଘଟଣାଗ୍ରସ୍ତ ହୋଇଛି। କନଭୟ ଯୋଗୁ ସୃଷ୍ଟି ହୋଇଥିବା ଟ୍ରାଫିକ ଜାମରେ ଏକାଧିକ ଆମ୍ବୁଲାନ୍ସ ମଧ୍ୟ ଫସି ରହିଥିଲା। ଯମୁନା ଏକ୍ସପ୍ରେସର ଜିରୋ ପିଏଣ୍ଟରେ ପୁଲିସ୍ ଗାଡ଼ି ଅଟକାଇବାରୁ ରାହୁଲ ଓ ପ୍ରିୟଙ୍କା ଗାନ୍ଧି ପଦଯାତ୍ରା ଆରମ୍ଭ କରିଥିଲେ।

ପୁଲିସ୍‌ ସେମାନଙ୍କୁ ଅଟକାଇବାରୁ ସେମାନେ ଧକ୍କା ମାରିବା ଆରମ୍ଭ କରିଥିଲେ। ଅଧିକାଂଶ କର୍ମକର୍ତ୍ତା ମାସ୍କ ମଧ୍ୟ ପିନ୍ଧି ନଥିଲେ। ଏଥିପାଇଁ ଏଫଆଇଆର ରୁଜୁ କରାଯାଇଥିବା ପୁଲିସ୍ କହିଛି।

Related story