ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ପୁଣି ଥରେ ଏକ କୋଠାରେ ନିଆଁ ଲାଗିଛି। କୃଷ୍ନାନଗର କୋଠାରେ ବିଳମ୍ୱିତ ରାତିରେ ଏହି ନିଆଁ ଲାଗିଥିଲା ବୋଲି ଜଣାପଡ଼ିଛି। ଦିଲ୍ଲୀ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ୪୦ ଜଣଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରିଥିବା ସୂଚନା ରହିଛି। ତେବେ ଅଗ୍ନିକାଣ୍ଡର କାରଣ ଏଯାବତ ଜଣାପଡ଼ି ନାହିଁ।
https://twitter.com/ANI/status/1210044173253922816
ସୂଚନାଯୋଗ୍ୟ, ଗତ ୨୩ ତାରିଖରେ ଦିଲ୍ଲୀର କିରାଡ଼ି ଅଞ୍ଚଳରେ ଥିବା ଏକ କପଡ଼ା ଗୋଦାମରେ ନିଆଁ ଲାଗି ଯିବାରୁ ୯ ଜଣ ଲୋକ ଜୀବନ୍ତ ଦଗ୍ଧ ହୋଇଯାଇଥିବା ବେଳେ ୧୦ ଜଣ ଗୁରୁତର ଆହତ ହୋଇଥିଲେ। ଏହା ପୂର୍ବରୁ ଦିଲ୍ଲୀ ଝାନସୀ ରାଣୀ ରୋଡ ସ୍ଥିତ ଅନାଜ ମଣ୍ଡି ବ୍ୟାଗ ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ ଘଟିଥିଲା। ଏଥିରେ ୪୩ ଜଣଙ୍କର ମୃତ୍ୟୁ ଘଟିଥିଲା। ଶତାଧିକ ଆହତ ହୋଇଥିଲେ।