ଭାଇଜାଗ: ବିଶାଖାପଟନମର ଭାଇଜାଗରେ ଥିବା ପରଓ୍ୱାଡା ଫାର୍ମସିଟିରେ ଥିବା ଏକ ଫାର୍ମା କମ୍ପାନୀରେ ଅଗ୍ନିକାଣ୍ଡ ଘଟିଛି। କମ୍ପାନୀର ଏକ ଟ୍ୟାଙ୍କର ବିସ୍ଫୋରଣ କରିବାରୁ ଏହି ଅଘଟଣ ଘଟିଛି। ନିଆଁ ଲାଗିବାର କିଛି ସମୟ ପରେ ଦମକଳ ବାହିନୀ ଟିମ୍ ପହଞ୍ଚି ନିଆଁକୁ ନିୟନ୍ତ୍ରଣ କରିଛି। ବିଳମ୍ୱିତ ରାତ୍ରିରେ ଏହି ଅଗ୍ନିକାଣ୍ଡ ଘଟିଥିଲା।
https://twitter.com/ANI/status/1282745030336057344
ଅଗ୍ନିକାଣ୍ଡରେ ମୋଟ୍ ଚାରି ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସମସ୍ତେ ବିପଦମୁକ୍ତ ରହିଛନ୍ତି ବୋଲି ସ୍ଥାନୀୟ ପୁଲିସ କହିଛି। ନିଆଁ ଲାଗିବାର କାରଣ ବାବଦରେ ପୁଲିସ ତଦନ୍ତ କରିବା ପରେ କହିବ ବୋଲି ବିଶାଖାପଟନମ୍ର ଡିସିପି ସୁରେଶ ବାବୁ କହିଛନ୍ତି।
https://twitter.com/ANI/status/1282798391156551680
ସୂଚନାଯୋଗ୍ୟ, ସୋମବାର ବିଳମ୍ବିତ ରାତିରେ ବିଶାଖା ସାଲଭେଣ୍ଟର ଏକ ଟ୍ୟାଙ୍କରରେ ବିସ୍ଫୋରଣ ଘଟିଥିଲା। ନିଆଁ ଏତେ ଭୟଙ୍କର ଥିଲା ଯେ ଆଖାପାଖ ଆକାଶ ରାତିରେ ଲାଲ ଦେଖାଯାଉଥିଲା।