ଜାପାନ ରାଜନୀତିରେ ପ୍ରଥମ, ପ୍ରଧାନମନ୍ତ୍ରୀ ଆସନରେ ଚଷା ପୁଅ

ଟୋକିଓ: ଜାପାନ ରାଜନୀତିକ ଇତିହାସରେ ପଥମ ଥର ପାଇଁ ଜଣେ ଚଷା ପୁଅ ପ୍ରଧାନମନ୍ତ୍ରୀ ଆସନରେ ବସିଛନ୍ତି। ଯାହାକି ଜାପାନର ଗଣତନ୍ତ୍ରର ପରିପକ୍ୱତାକୁ ପ୍ରକାଶ କରିଛି। ୟୋଶିଦେ ସୁଗା ନିଜେ ନିଜକୁ ତିଆରି କରିଥିବା ଜଣେ ବ୍ୟକ୍ତି। ୭୧ ବର୍ଷୀୟ ସୁଗା ଜଣେ ଷ୍ଟ୍ରବେରୀ ଚାଷୀଙ୍କ ପୁଅ। ରେଓ୍ୱା ଅଙ୍କଲ ଭାବରେ ସେ ଜଣାଶୁଣା। ବିଶ୍ୱରେ ଯେଉଁ କିଛି ବ୍ୟକ୍ତି ନିଜ ପରିଶ୍ରମରେ ରାଜନୀତିର ଶିଖରକୁ ଛୁଇଁଛନ୍ତି ସେମାନଙ୍କ ମଧ୍ୟରେ ସୁଗା ଅନ୍ୟତମ। ହାଇସ୍କୁଲ ଶେଷ କରିବା […]

Yoshihide Suga (1)

Subhransu Sekhar
  • Published: Thursday, 17 September 2020
  • , Updated: 17 September 2020, 02:06 AM IST

ଟୋକିଓ: ଜାପାନ ରାଜନୀତିକ ଇତିହାସରେ ପଥମ ଥର ପାଇଁ ଜଣେ ଚଷା ପୁଅ ପ୍ରଧାନମନ୍ତ୍ରୀ ଆସନରେ ବସିଛନ୍ତି। ଯାହାକି ଜାପାନର ଗଣତନ୍ତ୍ରର ପରିପକ୍ୱତାକୁ ପ୍ରକାଶ କରିଛି। ୟୋଶିଦେ ସୁଗା ନିଜେ ନିଜକୁ ତିଆରି କରିଥିବା ଜଣେ ବ୍ୟକ୍ତି। ୭୧ ବର୍ଷୀୟ ସୁଗା ଜଣେ ଷ୍ଟ୍ରବେରୀ ଚାଷୀଙ୍କ ପୁଅ। ରେଓ୍ୱା ଅଙ୍କଲ ଭାବରେ ସେ ଜଣାଶୁଣା।

ବିଶ୍ୱରେ ଯେଉଁ କିଛି ବ୍ୟକ୍ତି ନିଜ ପରିଶ୍ରମରେ ରାଜନୀତିର ଶିଖରକୁ ଛୁଇଁଛନ୍ତି ସେମାନଙ୍କ ମଧ୍ୟରେ ସୁଗା ଅନ୍ୟତମ। ହାଇସ୍କୁଲ ଶେଷ କରିବା ପରେ କଲେଜରେ ପଢ଼ିବା ପାଇଁ ସୁଗାଙ୍କ ପାଖରେ ପଇସା ନଥିଲା। ତାଙ୍କ ଗାଁର ନାମ ଅକିତା ପ୍ରିଫେକ୍ଟର। ରୋଜଗାର ଆଶାରେ ସେ ଟୋକିଓକୁ ଆସିଥିଲେ। ଛୋଟ ମୋଟ କାମ କରି ସେ କଲେଜରେ ପାଠ ପଢ଼ିବା ପାଇଁ ଟଙ୍କା ସଞ୍ଚୟ କରିଥିଲେ। କିନ୍ତୁ ସେ ହଠାତ୍ ରାଜନୀତି ଆଡକୁ ମୁହାଁଇଥିଲେ। ଏହାପରେ ସେ ୟୋକୋହାମାର ନଗର ପରିଷଦ ନିର୍ବାଚନରେ ଭାଗ ନେଇଥିଲେ। ଆଉ ଏଇଠୁ ଆରମ୍ଭ ହୋଇଥିଲା ସୁଗାଙ୍କ ରାଜନୀତିକ ଇନିଂସ।

ଜଣେ ଦକ୍ଷ ରାଜନେତା ହେବା ପାଇଁ ଯେଉଁ ସବୁ ଗୁଣ ଏବଂ ପରିପକ୍ୱତାର ଆବଶ୍ୟକତା ରହିବା ଆବଶ୍ୟକ ସୁଗାଙ୍କ ପାଖରେ ମଧ୍ୟ ସମାନ ଗୁଣି ରହିଛି। ଯେଉଁଥିପାଇଁ ଜାପାନରେ ରାଜକୀୟ ବଂଶର ଲୋକ କିମ୍ୱା ସମ୍ପର୍କୀୟ ଯେତେବେଳେ ନିର୍ବାଚିତ ହେଉଥିଲେ ସେ ସମୟରେ ସୁଗା ମଧ୍ୟ ଲୋକଙ୍କ ଦ୍ୱାରା ନିର୍ବାଚିତ ହୋଇଥିଲେ।

ବିଭିନ୍ନ ଚୁକ୍ତି ଏବଂ ପରଦା ପଛରେ ରହି ନେତୃତ୍ୱ ନେବାର କଳା ରହିଛି ୟୋଶିଦେ ସୁଗାଙ୍କ ପାଖରେ। ଜାପାନର ଯେଉଁ କିଛି ବ୍ୟକ୍ତି ସେଠିକାର ବ୍ୟୁରୋକ୍ରାଟର ଆଭ୍ୟନ୍ତରୀଣ କାର୍ଯ୍ୟକୁ ବୁଝନ୍ତି ସେମାନଙ୍କ ମଧ୍ୟରେ ୟୋଶିଦେ ସୁଗା ଅନ୍ୟତମ। ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ଅତି ନିକଟତର ଥିଲେ ୟୋଶିଦେ ସୁଗା। ସୁଗାଙ୍କର କିନ୍ତୁ ବକ୍ତୃତା ଦେବାରେ ଦୁର୍ବଳ। ଯାହାକି ଗୋଟିଏ ରାଜନେତାକୁ ନିର୍ବାଚନ ସମୟରେ ନିତାନ୍ତ ଆବଶ୍ୟକ।

ୟୋଶିଦେ ସୁଗା ଶାସକ ଲିବରାଲ୍ ଡେମୋକ୍ରାଟିକ୍ ପାର୍ଟିର ନେତା। ପ୍ରଧାନମନ୍ତ୍ରୀ ଆସନ ପାଇଁ ଦଳୀୟ ନେତାଙ୍କ ମଧ୍ୟରେ ନିର୍ବାଚନ ହୋଇଥିଲା ସେଥିରେ ସେ ବିଜୟୀ ହୋଇଛନ୍ତି। ଗତ ଆଠ ବର୍ଷ ମଧ୍ୟରେ ସେ ଆବେଙ୍କ ଡାହାଣ ହାତ ରହି ଆସିଛନ୍ତି। କିନ୍ତୁ ବର୍ତ୍ତମାନ ସେ ନିଜେ ପ୍ରଧାନମନ୍ତ୍ରୀ ଆସନରେ ତେଣୁ ତାଙ୍କର ବିଶ୍ୱାସଯୋଗ୍ୟ ନେତା କିଏ ହେବେ ତାହା ଉପରେ ସମସ୍ତଙ୍କର ନଜର ରହିବ।

ଯଦି ସୁଗା ଆବେଙ୍କ ବୈଦେଶିକ ନୀତିକୁ ଅନୁସରଣ କରିବେ ତାହେଲେ ଭାରତ ସହିତ ସମ୍ପର୍କ ଭଲ ରହିବ। ଆବେଙ୍କ ଭଳି ସୁଗାଙ୍କ ସହିତ ଭାରତର ସମ୍ପର୍କ ରହିବ ବୋଲି ନୁଆଦିଲ୍ଲୀ ଆଶା ରଖିଛି।

ଆବେଙ୍କ ବେଳେ ଭାରତ ସହିତ ସମ୍ପର୍କ

ଆବେ ପ୍ରଧାନମନ୍ତ୍ରୀ ଇସ୍ତଫା ଦେବା ଦିନ ପ୍ରଧାନମନ୍ତ୍ରୀ ଭାବରେ ଭାରତ ଏବଂ ଜାପାନ ଦୁଇ ଦେଶ ମଧ୍ୟରେ ସାମରିକ ଲଜିଷ୍ଟିକ୍ ସହାୟତା ଚୁକ୍ତିନାମା ସ୍ୱାକ୍ଷର କରିଥିଲେ। ଆବେ ଏବଂ ମୋଦି ବିଶ୍ୱାସ କରନ୍ତି ଯେ ଏହି ଚୁକ୍ତି ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା ସହଯୋଗର ସମ୍ପର୍କକୁ ଆହୁରି ଆଗକୁ ନେବ। ଭାରତ-ପ୍ରଶାନ୍ତ ମହାସାଗରରେ ଶାନ୍ତି ଏବଂ ନିରାପତ୍ତା ପାଇଁ ସହାୟକ ହେବ ବୋଲି ଆବେ ଏବଂ ମୋଦି କହିଥିଲେ।

ଆବେ ଦୀର୍ଘ ଆଠ ବର୍ଷ ଧରି ସ୍ଥିର ସରକାର ଦେଇଛନ୍ତି। ଏହାରି ଭିତରେ ସରକାର ନାଁରେ ଦୁର୍ନୀତି ଏବଂ ଅଭିବୃଦ୍ଧି ହାର କମିବାକୁ ନେଇ ବିରୋଧୀଙ୍କ ଆକ୍ରୋଶର ଶିକାର ହୋଇଛି ଶାସକ ଦଳ ଲିବେରାଲ ଡେମୋକ୍ରାଟିକ ପାର୍ଟି। ଏହାରି ଭିତରେ ଚୀନ୍ ଜାପାନର ଏକ ଦ୍ୱୀପକୁ ନିଜର ବୋଲି ଦାବି କରିଛି। ଯାହାକି ବଡ଼ ଚ୍ୟାଲେଞ୍ଜ। ଏହି ଅଞ୍ଚଳରେ ଶାନ୍ତି ପ୍ରତିଷ୍ଠା ପାଇଁ ଆମେରିକା, ନୂଆଦିଲ୍ଲୀ ମଧ୍ୟ ଟୋକିଓକୁ ଖୋଲାଖୋଲି ସମର୍ଥନ କରିଛନ୍ତି। ହେଲେ ଚୀନ ଦ୍ୱୀପ ଚାରି ପାଖରେ ସାମରିକ ଶକ୍ତି ବୃଦ୍ଧି କରି ଚାଲିଛି।

ଚାଇନାକୁ ରୋକିବା ପାଇଁ ଆବେ ଭାରତକୁ ଏକ ପ୍ରମୁଖ ସହଯୋଗୀ ବୋଲି କହିସାରିଛନ୍ତି। ନିକଟରେ ଜାପାନ ମଧ୍ୟ କହି ସାରିଛି ଚୀନରେ ଥିବା ଜାପାନ କମ୍ପାନୀ ଯଦି ଭାରତକୁ ସ୍ଥାନାନ୍ତର କରିବେ ତାହେଲେ ଜାପାନ ସରକାର ସମସ୍ତ ପ୍ରକାର ସହଯୋଗ କରିବେ। ଭାରତ-ଜାପାନ ଇଣ୍ଡୋ-ପାସିଫିକ୍ ଭିଜନ ୨୦୨୫ ସଫଳତା ପଛରେ ଆବେ ଏବଂ ମୋଦିଙ୍କ ବ୍ୟକ୍ତିଗତ ସମ୍ପର୍କ ମୁଖ୍ୟ କାରଣ ବୋଲି କୁହାଯାଏ। ସେହିପରି ଭାରତ-ପ୍ରଶାନ୍ତ ମହାସାଗରରେ ଭାରତର ଭୂମିକାକୁ ସଶକ୍ତ କରିବା ପଛରେ ଭାରତ ଜାପାନର ସମ୍ପର୍କର ପ୍ରମାଣ ବୋଲି କୁହାଯାଏ।

ଆବେଙ୍କ ଅଧୀନରେ ଥିବା ଜାପାନ ମଧ୍ୟ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜଠାରୁ ଉତ୍ତର-ପୂର୍ବ ପର୍ଯ୍ୟନ୍ତ ଭାରତର ଆର୍ଥିକ ବିକାଶରେ ଏକ ନିର୍ଭରଯୋଗ୍ୟ ଅଂଶୀଦାର ଥିଲା।

ଭାରତ ଏବଂ ଜାପାନର ଏକ ସ୍ୱତନ୍ତ୍ର ଷ୍ଟ୍ରାଟେଜିକ୍ ଏବଂ ଗ୍ଲୋବାଲ୍ ପାର୍ଟନରସିପ୍ ଅଛି ଏବଂ ମୁମ୍ବାଇ-ଅହମ୍ମଦାବାଦ ବୁଲେଟ୍ ଟ୍ରେନ୍ ପ୍ରକଳ୍ପ ସେହି ଢ଼ାଞ୍ଚାର ଏକ ଅଂଶ।

୨୦୦୬-୦୭ ମସିହାରେ ଆବେ ବର୍ଷେ ପାଇଁ ପ୍ରଧାନମନ୍ତ୍ରୀ ହୋଇଥିଲେ। ଆବେ ପ୍ରଥମ ଥର ପାଇଁ ସେହି ସମୟରେ ଭାରତ ଗସ୍ତରେ ଆସିଥିଲେ। ଏହି ସମୟରେ 'କନଫ୍ଲୁଏନସି ଅଫ୍ ଦି ଟୁ ସି' ବା ଦୁଇ ସମୁଦ୍ରର ସମ୍ମିଳନୀ ଅଭିଭାଷଣ ଦେଇଥିଲେ। ଆଉ ସେବେଠାରୁ ଭାରତ-ଜାପାନ ସମ୍ପର୍କ ଆଉ ଫଛକୁ ଫେରିନି।

Related story