ଟ୍ରମ୍ପଙ୍କ ସହ ଭେଟ ଏକ ଐତିହାସିକ ସାକ୍ଷାତ ହୋଇ ରହିବ: ମୋଦି

ୱାଶିଂଟନ୍: ଆମେରିକା ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ରାତିରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିଛନ୍ତି। ରାତି ପ୍ରାୟ ସାଢ଼େ ଗୋଟେ ସମୟରେ ରାଷ୍ଟ୍ରପତି ଡୋନାଲ୍ଟ ଟ୍ରମ୍ପ ହ୍ୱାଇଟ ହାଉସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭବ୍ୟ ସ୍ୱାଗତ କରିଥିଲେ। ସାଙ୍ଗରେ ଥିଲେ ପତ୍ନୀ ମେଲନିଆ। ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିବା ପାଇଁ ଟ୍ରମ୍ପ ହିନ୍ଦୀ ଭାଷା ଶିଖିଥିବା କୁହାଯାଉଛି। ହ୍ୱାଇଟ ହାଉସରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ମୋଦି ରାଷ୍ଟ୍ରପତି ଟ୍ରମ୍ପଙ୍କ ସ୍ୱାଗତ ସମ୍ବର୍ଦ୍ଧନାକୁ ବହୁତ ପ୍ରଶଂସା […]

modi

Rakesh Mallick
  • Published: Tuesday, 27 June 2017
  • , Updated: 27 June 2017, 08:33 AM IST

ୱାଶିଂଟନ୍: ଆମେରିକା ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ରାତିରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିଛନ୍ତି। ରାତି ପ୍ରାୟ ସାଢ଼େ ଗୋଟେ ସମୟରେ ରାଷ୍ଟ୍ରପତି ଡୋନାଲ୍ଟ ଟ୍ରମ୍ପ ହ୍ୱାଇଟ ହାଉସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭବ୍ୟ ସ୍ୱାଗତ କରିଥିଲେ। ସାଙ୍ଗରେ ଥିଲେ ପତ୍ନୀ ମେଲନିଆ। ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିବା ପାଇଁ ଟ୍ରମ୍ପ ହିନ୍ଦୀ ଭାଷା ଶିଖିଥିବା କୁହାଯାଉଛି। ହ୍ୱାଇଟ ହାଉସରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ମୋଦି ରାଷ୍ଟ୍ରପତି ଟ୍ରମ୍ପଙ୍କ ସ୍ୱାଗତ ସମ୍ବର୍ଦ୍ଧନାକୁ ବହୁତ ପ୍ରଶଂସା କରିବା ସହ ଏକ ଐତିହାସିକ ସାକ୍ଷାତ ହେବ ବୋଲି କହିଥିଲେ। ପରେ ମୋଦି ରାଷ୍ଟ୍ରପତି ଟ୍ରମ୍ପଙ୍କ ଦ୍ୱାରା ଆୟୋଜିତ ଓ୍ୱାର୍କିଂ ଡିନରରେ ସାମିଲ ହୋଇଥିଲେ।

କୌଣସି ବିଦେଶୀ ରାଷ୍ଟ୍ରନେତାଙ୍କ ସହ ଟ୍ରମ୍ପଙ୍କ ଏହା ପ୍ରଥମ ଓ୍ୱାର୍କିଂ ଡିନର୍। ଟ୍ରମ୍ପ-ମୋଦିଙ୍କ ଆଲୋଚନା ବେଳେ ଭାରତ ଓ ଆମେରିକା ମଧ୍ୟରେ ପ୍ରତିରକ୍ଷା, ବାଣିଜ୍ୟ ଭଳି ପ୍ରସଙ୍ଗ ସ୍ଥାନ ପାଇଛି। ବିଶେଷ କରି ବିଶ୍ୱରୁ ଆତଙ୍କବାଦ ନିପାତ ଉଭୟ ଦେଶର ପ୍ରଥମ ପ୍ରାଥମିକତା ରହିବ ବୋଲି ମୋଦି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ଏହି ଯାତ୍ରା ଦୁଇ ଦେଶର ଇତିହାସରେ ଏକ ମହତ୍ତ୍ୱପୂର୍ଣ୍ଣ ପୃଷ୍ଠଭୂମି ହୋଇ ରହିବ। ଏହାସହ ଆଫଗାନିସ୍ତାନରେ ଆତଙ୍କବାଦକୁ ନେଇ ଦୁଇ ଦେଶ ମଧ୍ୟରେ ଆଲୋଚନା ହୋଇଥିଲା। ଆଫଗାନିସ୍ତାନରେ କିଭଳି ଶାନ୍ତି ଫେରିବ ଏନେଇ ଉଭୟ ଆମେରିକା ଓ ଭାରତ ମିଳିତ ଉଦ୍ୟମ କରିବେ ବୋଲି ମୋଦି କହିଛନ୍ତି।

ଗସ୍ତ ଅବସରରେ ମୋଦି ଟ୍ରମ୍ପଙ୍କୁ ମଧ୍ୟ ଭାରତ ଆସିବା ପାଇଁ ନିମନ୍ତ୍ରଣ କରିଥିଲେ।  ଟ୍ରମ୍ପ ଓ ମୋଦି ଭେଟିବାର କିଛି ଘଣ୍ଟା ପୂର୍ବରୁ ଆମେରିକା ହିଜିବୁଲ୍ ମୁଜାହିଦିନ୍ ମୁଖ୍ୟ ସଲାଉଦ୍ଦିନକୁ ଆତଙ୍କବାଦୀ ଘୋଷଣା କରିଥିଲା। ଯାହା ପାକିସ୍ତାନ ପାଇଁ ଟ୍ରମ୍ପ ପ୍ରଶାସନର ଆଉ ଏକ ଝଟକା ବୋଲି କୁହାଯାଉଛି।

 

Related story