ବନ୍ଧୁକ ମୁନରେ ୧୭ ବର୍ଷୀୟ ଝିଅଙ୍କୁ ଦୁଷ୍କର୍ମ କଲେ ୫ ଜଣ ଯୁବକ

ଜାମସେଦପୁର: ପୁଣିଥରେ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ବନ୍ଧୁକ ମୁନରେ ଜଣେ ୧୭ ବର୍ଷୀୟ ଝିଅଙ୍କୁ ୫ ଜଣ ଯୁବକ ଗଣଦୁଷ୍କର୍ମ କରିଛନ୍ତି। ଝାରଖଣ୍ଡର ଜାମସେଦପୁର ଅଞ୍ଚଳରେ ଘଟିଥିବା ଏହି ଘଟଣାକୁ ନେଇ ସାରା ଦେଶରେ ହଇଚଇ ସୃଷ୍ଟି କରିଛି। ଝିଅ ଜଣଙ୍କ ମଙ୍ଗଳବାର ତାଙ୍କ ପୁରୁଷ ବନ୍ଧୁଙ୍କ ସହ ବାଗବେରା ଅଞ୍ଚଳରେ ଥିବା ବେଳେ ୫ ଜଣ ଯୁବକ ସେମାନଙ୍କ ପାଖରେ ପହଞ୍ଚିଥିଲେ। ଏହାପରେ ସେମାନେ ବନ୍ଧୁକ ଦେଖାଇ ଝିଅ ଓ ତାଙ୍କ ବନ୍ଧୁଙ୍କୁ କାଲିଆଡି […]

y

Hemant Lenka
  • Published: Saturday, 10 October 2020
  • , Updated: 10 October 2020, 05:59 PM IST

ଜାମସେଦପୁର: ପୁଣିଥରେ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ବନ୍ଧୁକ ମୁନରେ ଜଣେ ୧୭ ବର୍ଷୀୟ ଝିଅଙ୍କୁ ୫ ଜଣ ଯୁବକ ଗଣଦୁଷ୍କର୍ମ କରିଛନ୍ତି। ଝାରଖଣ୍ଡର ଜାମସେଦପୁର ଅଞ୍ଚଳରେ ଘଟିଥିବା ଏହି ଘଟଣାକୁ ନେଇ ସାରା ଦେଶରେ ହଇଚଇ ସୃଷ୍ଟି କରିଛି। ଝିଅ ଜଣଙ୍କ ମଙ୍ଗଳବାର ତାଙ୍କ ପୁରୁଷ ବନ୍ଧୁଙ୍କ ସହ ବାଗବେରା ଅଞ୍ଚଳରେ ଥିବା ବେଳେ ୫ ଜଣ ଯୁବକ ସେମାନଙ୍କ ପାଖରେ ପହଞ୍ଚିଥିଲେ।

ଏହାପରେ ସେମାନେ ବନ୍ଧୁକ ଦେଖାଇ ଝିଅ ଓ ତାଙ୍କ ବନ୍ଧୁଙ୍କୁ କାଲିଆଡି ଗୋଶାଲ ନିକଟକୁ ଅପହରଣ କରି ନେଇଥିଲେ। ସେଠାରେ ପୁରୁଷ ବନ୍ଧୁଙ୍କୁ ବାନ୍ଧି ଝିଅଟିକୁ ଗଣଦୁଷ୍କର୍ମ କରିଥିଲେ। ପୁଲିସ୍‌ ଏହି ଘଟଣାରେ ୫ ଜଣଙ୍କୁ ଗିରଫ କରିଛି। ଏମାନଙ୍କ ମଧ୍ୟରେ ଜଣେ ନାବାଳକ ରହିଛନ୍ତି। ତାଙ୍କୁ ସୁଧାର ଗୃହକୁ ପଠାଇ ଦିଆଯାଇଛି। ସେହିପରି ଅନ୍ୟମାନଙ୍କୁ ପୁଲିସ୍‌ ଜେଲ ହାଜତକୁ ନେଇଛି। ଅଭିଯୁକ୍ତମାନଙ୍କ ଠାରୁ ଗୋଟିଏ ଦେଶୀ ବନ୍ଧୁକ ଓ ୨ଟି ଜୀବନ କ୍ୟାଟ୍ରିଜ ଜବତ କରାଯାଇଛି।

Related story