ବଜେଟ୍‌ ୨୦୧୯: ଗଣମାଧ୍ୟମରେ ବିଦେଶୀ ନିବେଶ ପାଇଁ ଖୋଲିବ ବାଟ

ନୂଆଦିଲ୍ଲୀ: ଗଣମାଧ୍ୟମ, ବିମାନସେବା, ବୀମା ଏବଂ ସିଙ୍ଗଲ ବ୍ରାଣ୍ଡ ରିଟେଲ ଆଦି କ୍ଷେତ୍ରରେ ରହିଥିବା ଏଫ୍‌ଡିଆଇ କଟକଣା କୋହଳ କରାଯିବ। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ତାଙ୍କ ବଜେଟ୍‌ ଭାଷଣରେ କହିଛନ୍ତି, ୨୦୧୮-୧୯ ଆର୍ଥିକ ବର୍ଷରେ ଭାରତର ଏଫ୍‌ଡିଆଇ ଇନ୍‌ଫ୍ଲୋ ୬% ବୃଦ୍ଧି ପାଇ ୬୪.୩୭ ବିଲିଅନ୍‌ ଡଲାରରେ ପହଞ୍ଚିଥିଲା। ବିଦେଶୀ ପୁଞ୍ଜି ନିବେଶ ପ୍ରସଙ୍ଗରେ ସେ କହିଛନ୍ତି, ପୁଞ୍ଜି ନିବେଶ ପାଇଁ ଭାରତକୁ ଏକ ଆକର୍ଷଣୀୟ ସ୍ଥଳରେ ପରିଣତ କରିବା ପାଇଁ ପ୍ରଚଳିତ ନିୟମକୁ […]

media

Subrat Kumar Nayak
  • Published: Friday, 05 July 2019
  • , Updated: 05 July 2019, 08:57 PM IST

ନୂଆଦିଲ୍ଲୀ: ଗଣମାଧ୍ୟମ, ବିମାନସେବା, ବୀମା ଏବଂ ସିଙ୍ଗଲ ବ୍ରାଣ୍ଡ ରିଟେଲ ଆଦି କ୍ଷେତ୍ରରେ ରହିଥିବା ଏଫ୍‌ଡିଆଇ କଟକଣା କୋହଳ କରାଯିବ। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ତାଙ୍କ ବଜେଟ୍‌ ଭାଷଣରେ କହିଛନ୍ତି, ୨୦୧୮-୧୯ ଆର୍ଥିକ ବର୍ଷରେ ଭାରତର ଏଫ୍‌ଡିଆଇ ଇନ୍‌ଫ୍ଲୋ ୬% ବୃଦ୍ଧି ପାଇ ୬୪.୩୭ ବିଲିଅନ୍‌ ଡଲାରରେ ପହଞ୍ଚିଥିଲା।

ବିଦେଶୀ ପୁଞ୍ଜି ନିବେଶ ପ୍ରସଙ୍ଗରେ ସେ କହିଛନ୍ତି, ପୁଞ୍ଜି ନିବେଶ ପାଇଁ ଭାରତକୁ ଏକ ଆକର୍ଷଣୀୟ ସ୍ଥଳରେ ପରିଣତ କରିବା ପାଇଁ ପ୍ରଚଳିତ ନିୟମକୁ କୋହଳ କରିବାକୁ ହେବ। ବିମାନ ସେବା, ଗଣମାଧ୍ୟମ, ଆନିମେସନ୍‌, ଭିଜୁଆଲ ଇଫେକ୍ଟସ୍‌, ଗେମିଂ ଓ କମିକ୍ସ ଏବଂ ବୀମା ଆଦି କ୍ଷେତ୍ରରେ ଏଫ୍‌ଡିଆଇ କୋହଳ କରିବା ନେଇ ସରକାରଙ୍କୁ ଦିଆଯାଇଥିବା ପରାମର୍ଶ ଉପରେ ବିଚାର କରାଯିବ।

ମନ୍ତ୍ରୀ କହିଛନ୍ତି, ବୀମା କ୍ଷେତ୍ରରେ ଏଫ୍‌ଡିଆଇ ଶତପ୍ରତିଶତ ହେବ। ଅନ୍ୟପକ୍ଷରେ ସିଙ୍ଗଲ ବ୍ରାଣ୍ଡ ରିଟେଲ କ୍ଷେତ୍ରରେ ଲୋକାଲ ସୋର୍ସିଂ ନିୟମରେ କୋହଳ କରାଯିବ। ବର୍ତ୍ତମାନ ବୀମା କ୍ଷେତ୍ରରେ ୪୯ ପ୍ରତିଶତ ବିଦେଶୀ ନିବେଶକୁ ଅନୁମତି ମିଳିଛି। ଏହି କ୍ଷେତ୍ର ଅଧୀନରେ ବ୍ରୋକିଂ, ବୀମା କମ୍ପାନୀ, ତୃତୀୟ ପକ୍ଷ ପ୍ରଶାସକ, ସର୍ଭେ କମ୍ପାନୀ ଏବଂ କ୍ଷତି ଆକଳନକାରୀ କମ୍ପାନୀ ଆଦି ରହିଛନ୍ତି।

ସେହିଭଳି ବର୍ତ୍ତମାନ ସରକାରୀ ଅନୁମୋଦନ ସହ ଖବରକାଗଜ ପ୍ରକାଶନ, ବିଦେଶୀ ଖବରକାଗଜର ଭାରତୀୟ ସଂସ୍କରଣ ଛାପିବା ଆଦି ପାଇଁ ୨୬% ଏଫ୍‌ଡିଆଇ ଲାଗୁ ହେଉଛି। ଭାରତପାଇଁ ବିଦେଶୀ ନିବେଶ ବହୁ ଗୁରୁତ୍ୱପୂର୍ଣ୍ଣ। ଏଥିରେ ବହୁ କୋଟି ଟଙ୍କାର ନିବେଶ ପାଇଁ ସୁଯୋଗ ମଧ୍ୟ ରହିଛି। ସୂଚନାଯୋଗ୍ୟ ଯେ, ଟଙ୍କାର ମୂଲ୍ୟ ବିଶେଷ କରି ଡଲାର ତୁଳନାରେ ଭାରତୀୟ ଟଙ୍କାର ମୂଲ୍ୟ ବୃଦ୍ଧି ପାଇଁ ଏଫ୍‌ଡିଆଇର ଭୂମିକା ଗୁରୁତ୍ୱପୂର୍ଣ୍ଣ ହେବ।

Related story