‘ବ୍ରିଫ୍‌କେସ୍’ ବଦଳରେ ‘ବହିଖାତା’ କାହିଁକି ? ନିର୍ମଳା ଦେଲେ ଉତ୍ତର

ନୂଆଦିଲ୍ଲୀ: ବଜେଟ୍‌ ସମୟରେ ବ୍ରିଟିଶ ଶାସନ ଅମଳରୁ ଚାଲିଆସିଥିବା ‘ବ୍ରିଫ୍‌କେଶ୍‌’ ପରମ୍ପରା ଭାଙ୍ଗି ନାଲି କପଡ଼ାରେ ଗୁଡ଼ା ହୋଇଥିବା ‘ବହି ଖାତା’ ଆଣିବା ପଛର ଗୁମର ଖୋଲିଛନ୍ତି ନିଜେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ସେ କହିଛନ୍ତି ବ୍ରିଟିଶ୍‌ ଅମଳର ଏହି ‘ହ୍ୟାଙ୍ଗଓଭର’ରୁ ବାହାରିବା ପାଇଁ ଏହା ହିଁ ପ୍ରକୃଷ୍ଟ ସମୟ ଥିଲା। ଅନ୍ୟପକ୍ଷରେ ଏହା ମଧ୍ୟ ଅଧିକ ସୁବିଧାଜନକ। ସୂଚନାଯୋଗ୍ୟ ଯେ, ପୂର୍ବରୁ ସମସ୍ତ ଅର୍ଥମନ୍ତ୍ରୀ ବଜେଟ୍‌ ଉପସ୍ଥାପନ ସମୟରେ ବ୍ରିଫ୍‌କେସ୍ ଧରି ଆସୁଥିଲେ। କିନ୍ତୁ […]

nirmala

Subrat Kumar Nayak
  • Published: Friday, 05 July 2019
  • , Updated: 05 July 2019, 06:06 PM IST

ନୂଆଦିଲ୍ଲୀ: ବଜେଟ୍‌ ସମୟରେ ବ୍ରିଟିଶ ଶାସନ ଅମଳରୁ ଚାଲିଆସିଥିବା ‘ବ୍ରିଫ୍‌କେଶ୍‌’ ପରମ୍ପରା ଭାଙ୍ଗି ନାଲି କପଡ଼ାରେ ଗୁଡ଼ା ହୋଇଥିବା ‘ବହି ଖାତା’ ଆଣିବା ପଛର ଗୁମର ଖୋଲିଛନ୍ତି ନିଜେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ସେ କହିଛନ୍ତି ବ୍ରିଟିଶ୍‌ ଅମଳର ଏହି ‘ହ୍ୟାଙ୍ଗଓଭର’ରୁ ବାହାରିବା ପାଇଁ ଏହା ହିଁ ପ୍ରକୃଷ୍ଟ ସମୟ ଥିଲା। ଅନ୍ୟପକ୍ଷରେ ଏହା ମଧ୍ୟ ଅଧିକ ସୁବିଧାଜନକ।

ସୂଚନାଯୋଗ୍ୟ ଯେ, ପୂର୍ବରୁ ସମସ୍ତ ଅର୍ଥମନ୍ତ୍ରୀ ବଜେଟ୍‌ ଉପସ୍ଥାପନ ସମୟରେ ବ୍ରିଫ୍‌କେସ୍ ଧରି ଆସୁଥିଲେ। କିନ୍ତୁ ନିର୍ମଳା ଆଜି ବଜେଟ୍‌ ଦସ୍ତାବିଜ୍‌ ଏକ ଏକ ନାଲି କପଡ଼ାରେ ତିଆରି ଫୋଲ୍ଡର ଭିତରେ ଆଣିଥିଲେ। ତା’ଉପରେ ଦେଶର ଜାତୀୟ ଚିହ୍ନ ମଧ୍ୟ ଥିଲା। ଏହାକୁ ଏକ ହଳଦିଆ ରଙ୍ଗର ସୂତାରେ ବନ୍ଧାଯାଇଥିଲା।

ସେ କହିଥିଲେ, ସମସ୍ତେ ଜାଣିବାକୁ ଚାହୁଁଥିବେ ମୁଁ କାହିଁକି ଚମଡ଼ା ବ୍ରିଫ୍‌କେସ୍ ବ୍ୟବହାର କଲିନି। ମୁଁ ଭାବିଲି ବ୍ରିଟିଶ୍‌ ଅମଳର ହ୍ୟାଙ୍ଗଓଭରରୁ ବାହାରି ଆମେ ନିଜେ କିଛି ନୂଆ କରିବାକୁ ହେବ।
ଏହା ପୂର୍ବରୁ ମଧ୍ୟ ସେ ପରମ୍ପରା ଭାଙ୍ଗି ସାରିଛନ୍ତି। ସେ ହାଲ୍‌ୱା ଉତ୍ସବ ସମୟରେ ରିବନ୍‌ କାଟିବା ବଦଳରେ ରିବନ୍‌ ଯୋଡ଼ିଥିଲେ। ଅଧିକାରୀମାନେ କୁହନ୍ତି ରିବନ୍‌ କାଟିବାକୁ ମନ୍ତ୍ରୀ ଅଶୁଭ ଭାବନ୍ତି।

ସୂଚନାଯୋଗ୍ୟ ଯେ, ବଜେଟ୍‌ ଶବ୍ଦଟି ଚମଡ଼ା ବା ଲେଦର ବ୍ୟାଗ୍‌ ସହିତ ଜଡ଼ିତ। ଫ୍ରେଞ୍ଚ ଭାଷାରେ ବଜେଟ୍‌ର ଅର୍ଥ ଚମଡ଼ା ବ୍ୟାଗ୍‌। ୧୯୫୦ରେ ଅର୍ଥମନ୍ତ୍ରୀ ଟିଟି କ୍ରିଷ୍ଣମୂର୍ତ୍ତି ବଜେଟ୍‌ ଦସ୍ତାବିଜ୍‌ ଏକ ଫାଇଲ୍‌ ବ୍ୟାଗ୍‌ରେ ନେଇଥିଲେ। ନେହରୁ ଏକ କଳାରଙ୍ଗର ବ୍ରିଫ୍‌କେସ୍ ବ୍ୟବହାର କରୁଥିଲେ। ଚଳିତ ବର୍ଷ ପୀୟୂଷ ଗୋଏଲ ଏକ ଲାଲ ରଙ୍ଗର ବ୍ରିଫ୍‌କେସରେ ଦସ୍ତାବିଜ୍‌ ଆଣି ବଜେଟ୍‌ ଉପସ୍ଥାପନ କରିଥିଲେ। ମନମୋହନ ସିଂହ ଅର୍ଥମନ୍ତ୍ରୀ ଥିବା ସମୟରେ ଏକ କଳାରଙ୍ଗର ବ୍ରିଫ୍‌କେସ୍ ବ୍ୟବହାର କରିଥିଲେ।

Related story