ପୂର୍ବତନ ମୁଖ୍ୟମନ୍ତ୍ରୀ ତରୁଣ ଗୋଗୋଇଙ୍କ ଅବସ୍ଥା ସଙ୍କଟାପନ୍ନ

ଗୌହାଟୀ: ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ତରୁଣ ଗୋଗୋଇଙ୍କ ଅବସ୍ଥା ସଙ୍କଟାପନ୍ନ ହୋଇଛି। ତାଙ୍କୁ ଏବେ ଭେଣ୍ଟିଲେଟ୍‌ରେ ରଖାଯାଇଥିବା ଜଣାପଡ଼ିଛି। ତାଙ୍କର ଏକାଧିକ ଅଙ୍ଗପ୍ରତ୍ୟେଙ୍ଗ ଫେଲ ହୋଇଯାଇଥିବା ବେଳେ ସେ ନିଃଶ୍ୱାସ ନେଇ ପାରୁ ନଥିବା ଆସାମର ସ୍ୱାସ୍ଥ୍ୟାମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ସୂଚନା ଦେଇଛନ୍ତି। ନଭେମ୍ବର ୨ ତାରିଖରେ କରୋନା ପରବର୍ତ୍ତୀ ଚିକିତ୍ସା ପାଇଁ ୮୬ ବର୍ଷୀୟ ତରୁଣ ଗୋଗୋଇଙ୍କୁ ଗୌହାଟୀ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେବେଠାରୁ ସେ ନନ୍‌ ଇନଭାସିଭ ଭେଣ୍ଟିଲେଟ୍‌ରରେ […]

dr

Hemant Lenka
  • Published: Saturday, 21 November 2020
  • , Updated: 22 November 2020, 02:02 PM IST

ଗୌହାଟୀ: ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ତରୁଣ ଗୋଗୋଇଙ୍କ ଅବସ୍ଥା ସଙ୍କଟାପନ୍ନ ହୋଇଛି। ତାଙ୍କୁ ଏବେ ଭେଣ୍ଟିଲେଟ୍‌ରେ ରଖାଯାଇଥିବା ଜଣାପଡ଼ିଛି। ତାଙ୍କର ଏକାଧିକ ଅଙ୍ଗପ୍ରତ୍ୟେଙ୍ଗ ଫେଲ ହୋଇଯାଇଥିବା ବେଳେ ସେ ନିଃଶ୍ୱାସ ନେଇ ପାରୁ ନଥିବା ଆସାମର ସ୍ୱାସ୍ଥ୍ୟାମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ସୂଚନା ଦେଇଛନ୍ତି।

ନଭେମ୍ବର ୨ ତାରିଖରେ କରୋନା ପରବର୍ତ୍ତୀ ଚିକିତ୍ସା ପାଇଁ ୮୬ ବର୍ଷୀୟ ତରୁଣ ଗୋଗୋଇଙ୍କୁ ଗୌହାଟୀ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେବେଠାରୁ ସେ ନନ୍‌ ଇନଭାସିଭ ଭେଣ୍ଟିଲେଟ୍‌ରରେ ରହିଥିଲେ। ଆଜି ମଧ୍ୟାହ୍ନରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ଖରାପ ହୋଇଥିଲା।

ଏହି କାରଣରୁ ତାଙ୍କୁ ଭେଣ୍ଟିଲେଟ୍‌ରେ ରଖାଯାଇ ଅମ୍ଳଜାନ ଦିଆଯାଇଥିଲା। ଖବର ପାଇ ନିଜେ ହିମନ୍ତ ବିଶ୍ୱଶର୍ମା ହସ୍ପିଟାଲରେ ପହଞ୍ଚି ଗୋଗୋଇଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ। ଏବେ ବି ତାଙ୍କ ଚେତା ଫେରି ନଥିବା ସେ କହିଛନ୍ତି।

ସେ କହିଛନ୍ତି, ମେଡିସିନ ଓ ଅନ୍ୟ ସବୁ ମେଡିକାଲ ଇକ୍ୟୁପମେଣ୍ଟ ଦ୍ୱାରା ଶ୍ରୀ ଗୋଗୋଇଙ୍କ ଅଙ୍ଗ ପ୍ରତ୍ୟେଙ୍ଗ ସଚଳ କରିବାକୁ ଡାକ୍ତରମାନେ ଚେଷ୍ଟା କରୁଛନ୍ତି। ଡାକ୍ତମାନେ ତାଙ୍କର ଡାଏଲେସିସି ମଧ୍ୟ କରିବେ। ତଥାପି ଆସନ୍ତା ୪୮ରୁ ୭୨ ଘଣ୍ଟା ଆମ ସମସ୍ତଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି।

ଗୌହାଟୀ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲର ଡାକ୍ତରମାନେ ନିୟମିତ ଏମ୍ସର ବିଶେଷଜ୍ଞମାନଙ୍କ ଯୋଗାଯୋଗରେ ରହିଛନ୍ତି। ତାଙ୍କୁ ଏଭଳି ଅବସ୍ଥାରେ ରାଜ୍ୟ ବାହାରକୁ ନିଆଯାଇ ପାରିବ ନାହିଁ। ତେଣୁ ଏହି ଠାରେ ହିଁ ତାଙ୍କ ପାଇଁ ସବୁ ପ୍ରକାରର ମେଡିକାଲ ବ୍ୟବସ୍ଥା କରାଯାଇଛି।

ଅଗଷ୍ଟ ୨୫ରେ ୩ ଥର ଆସାମର ମୁଖ୍ୟମନ୍ତ୍ରୀ ହୋଇଥିବା ତରୁଣ ଗୋଗୋଇ କୋରଣାରେ ଆକ୍ରାନ୍ତ ହୋଇଥିଲେ। ଏହାର ଦିନକ ପରେ ତାଙ୍କୁ ଗୌହାଟୀ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ଭର୍ତ୍ତି କରି ଯାଇଥିଲା। ସମାନ ଦୁଇ ମାସ ଅର୍ଥାତ ଅକ୍ଟୋବର ୨୫ରେ ସେ ହସ୍ପିଟାଲରୁ ସୁସ୍ଥ ହୋଇ ଘରକୁ ଫେରିଥିଲେ। କିନ୍ତୁ ନଭେମ୍ବର ୨ରେ ସେ ପୁଣି ଅସୁସ୍ଥ ହେବାରୁ କରୋନା ପରବର୍ତ୍ତୀ ଚିକିତ୍ସା ପାଇଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

Related story