ଆଜି ନୀତୀଶ କୁମାରଙ୍କ ଦଳରେ ସାମିଲ ହେବେ ପୂର୍ବତନ ଡିଜିପି ଗୁପ୍ତେଶ୍ୱର ପାଣ୍ଡେ

ପାଟନା: ଯାହା ଆଶା କରାଯାଉଥିଲା ଠିକ୍‌ ସେଇଆ ହେଲା। ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ବିହାର ସରକାର ଓ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ସର୍ବଦା ପ୍ରଶଂସା କରୁଥିବା ରାଜ୍ୟର ପୁଲିସ୍‌ ଡିଜି ଗୁପ୍ତେଶ୍ୱର ପାଣ୍ଡେ ରାଜନୀତିରେ ପାଦ ଦେବେ। ଆଗକୁ ବିହାର ନିର୍ବାଚନ ଥିବା ବେଳେ ସେ ପୁଲିସ୍‌ ଚାକିରିରୁ ଭିଆରଏସ ନେଇଥିଲେ। ଆଜି ସନ୍ଧ୍ୟାରେ ସେ ନୀତୀଶ କୁମାରଙ୍କ ଜେଡିୟୁରେ ସାମିଲ ହେବା ନେଇ ଘୋଷଣା କରିଛନ୍ତି। ଗତକାଲି ଅପରାହ୍ନରେ ଗୁପ୍ତେଶ୍ୱର […]

g

Hemant Lenka
  • Published: Sunday, 27 September 2020
  • , Updated: 27 September 2020, 03:18 PM IST

ପାଟନା: ଯାହା ଆଶା କରାଯାଉଥିଲା ଠିକ୍‌ ସେଇଆ ହେଲା। ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ବିହାର ସରକାର ଓ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ସର୍ବଦା ପ୍ରଶଂସା କରୁଥିବା ରାଜ୍ୟର ପୁଲିସ୍‌ ଡିଜି ଗୁପ୍ତେଶ୍ୱର ପାଣ୍ଡେ ରାଜନୀତିରେ ପାଦ ଦେବେ।

ଆଗକୁ ବିହାର ନିର୍ବାଚନ ଥିବା ବେଳେ ସେ ପୁଲିସ୍‌ ଚାକିରିରୁ ଭିଆରଏସ ନେଇଥିଲେ। ଆଜି ସନ୍ଧ୍ୟାରେ ସେ ନୀତୀଶ କୁମାରଙ୍କ ଜେଡିୟୁରେ ସାମିଲ ହେବା ନେଇ ଘୋଷଣା କରିଛନ୍ତି। ଗତକାଲି ଅପରାହ୍ନରେ ଗୁପ୍ତେଶ୍ୱର ପାଣ୍ଡେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ସାକ୍ଷାତ କରିଥିଲେ। ଆଜି ସନ୍ଧ୍ୟାରେ ସେ ବିଧିବଦ୍ଧ ଭାବେ ଜେଡିୟୁରେ ମିଶିବେ ବୋଲି କହିଛନ୍ତି।

ଗତକାଲି ଗୁପ୍ତେଶ୍ୱର ପାଣ୍ଡେ ଓ ନୀତୀଶ କୁମାରଙ୍କ ମଧ୍ୟରେ ଦଳୀୟ କାର୍ଯ୍ୟାଳୟରେ ପ୍ରାୟ ୩୦ ମିନିଟ୍‌ ଧରି ଆଲୋଚନା ହୋଇଥିଲା। ଏହାପରେ ସେ ଦଳରେ ମିଶିବା ଏକ ପ୍ରକାରର ସ୍ପଷ୍ଟ ହୋଇଥିଲା।

ସୂତ୍ର ଅନୁସାରେ, ଜେଡିୟୁ ଶ୍ରୀ ପାଣ୍ଡେଙ୍କୁ ବାଲମିକ ନଗର ଲୋକସଭା ଆସନରୁ ପ୍ରାର୍ଥୀ କରିପାରେ। ଏଠାରେ ବିହାର ବିଧାନସଭା ସହ ଲୋକସଭା ପାଇଁ ଉପ ନିର୍ବାଚନ ହେବ। ପୂର୍ବରୁ ବାଲମିକ ଆସନରେ ଜେଡିୟୁ ନେତା ବୈଦନାଥ ମାହୋତ ବିଜୟୀ ହୋଇଥିଲେ। ତେବେ ତାଙ୍କ ଦେହାନ୍ତ ପରେ ଏହି ଆସନ ଖାଲି ପଡ଼ିଛି। ତେଣୁ ପାଣ୍ଡେଙ୍କୁ ଏହି ଆସନରୁ ପ୍ରାର୍ଥୀ କରିବାକୁ ଦଳ ଲକ୍ଷ୍ୟ ରଖିଛି।

Related story