ଇସଲାମାବାଦ: ଆତଙ୍କବାଦୀ ହାଫିଜ ସୟିଦକୁ ଗିରଫ କରିବା ପଛର ଅସଲ ଉଦ୍ଦେଶ୍ୟ କହିଛନ୍ତି ପାକିସ୍ତାନର ପୂର୍ବତନ ରାଷ୍ଟ୍ରଦୂତ ଓ୍ୱାଜିଜ ଶମଶୁଲ ହସନ। ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଆମେରିକା ଗସ୍ତରେ ଯିବା ପୂର୍ବରୁ ହାଫିଜକୁ ଗିରଫ କରି ଆମେରିକାରେ ପ୍ରଶଂସା ସାଉଁଟିବା ଲକ୍ଷ୍ୟରେ ଏପରି କରାଇଥିଲେ ବୋଲି ସେ କହିଛନ୍ତି।
ସେ ଆହୁରି କହିଛନ୍ତି, ଜମାଦ-ଉଦ-ଦ୍ବାୱା ମୁଖ୍ୟ ହାଫିଜ ସୟିଦକୁ ୯ମ ଥର ପାଇଁ ଗିରଫ କରାଯାଇଥିଲା। ଏହାପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ସକାରାତ୍ମକ ଟ୍ୱିଟ୍ କରିଥିଲେ। ମାତ୍ର ଏସବୁ କେବଳ ଆମେରିକାକୁ ଖୁସି କରିବା ପାଇଁ ଉଦ୍ଦିଷ୍ଟ ଥିଲା ବୋଲି ସେ କହିଛନ୍ତି। ଶମଶୁଲ ହସନ ପୂର୍ବରୁ ଇଂଲଣ୍ଡରେ ପାକିସ୍ତାନର ରାଷ୍ଟ୍ରଦୂତ ଥିଲେ।