ଜେଲ ଯିବେ କଶ୍ମୀରର ଭ୍ରଷ୍ଟ ନେତା: ସତ୍ୟପାଲ ମଲ୍ଲିକ

ପାଣାଜି: ଗୋଆର ରାଜ୍ୟପାଳ ତଥା ଜମ୍ମୁ କଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲ୍ଲିକ ଜମ୍ମୁ କଶ୍ମୀର ଦୁର୍ନୀତିଖୋର ନେତାଙ୍କ ବିରୋଧରେ ବର୍ଷିଛନ୍ତି। ଆଗାମୀ ଦିନରେ ସମସ୍ତ ଦୁର୍ନୀତି ଖୋର ନେତା ଜେଲ୍ ଯିବେ ବୋଲି ସେ କହିଛନ୍ତି। ଦୁଇ ପିଢ଼ି ତଳେ ଯେଉଁ ନେତାଙ୍କ ବାପା ମାନେ ଶିକ୍ଷକ ଥିଲେ। ଆଜି ସେମାନଙ୍କର ସମ୍ପତ୍ତି ଶ୍ରୀନଗର, ଦିଲ୍ଲୀ, ଦୁବାଇ, ଲଣ୍ଡନ ଓ ଫ୍ରାନ୍ସ ଭଳି ସ୍ଥାନରେ ରହିଛି। ଗଣତନ୍ତ୍ରରେ ଅନେକ ଅପବ୍ୟବହାର ହୋଇଛି। କିନ୍ତୁ ଏହି ଅପବ୍ୟବହାର […]

SATYA PAL MALLICK (1)

Subhransu Sekhar
  • Published: Wednesday, 27 November 2019
  • , Updated: 27 November 2019, 01:41 PM IST

ପାଣାଜି: ଗୋଆର ରାଜ୍ୟପାଳ ତଥା ଜମ୍ମୁ କଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲ୍ଲିକ ଜମ୍ମୁ କଶ୍ମୀର ଦୁର୍ନୀତିଖୋର ନେତାଙ୍କ ବିରୋଧରେ ବର୍ଷିଛନ୍ତି। ଆଗାମୀ ଦିନରେ ସମସ୍ତ ଦୁର୍ନୀତି ଖୋର ନେତା ଜେଲ୍ ଯିବେ ବୋଲି ସେ କହିଛନ୍ତି। ଦୁଇ ପିଢ଼ି ତଳେ ଯେଉଁ ନେତାଙ୍କ ବାପା ମାନେ ଶିକ୍ଷକ ଥିଲେ। ଆଜି ସେମାନଙ୍କର ସମ୍ପତ୍ତି ଶ୍ରୀନଗର, ଦିଲ୍ଲୀ, ଦୁବାଇ, ଲଣ୍ଡନ ଓ ଫ୍ରାନ୍ସ ଭଳି ସ୍ଥାନରେ ରହିଛି। ଗଣତନ୍ତ୍ରରେ ଅନେକ ଅପବ୍ୟବହାର ହୋଇଛି। କିନ୍ତୁ ଏହି ଅପବ୍ୟବହାର ସମାଧାନ ଗଣତନ୍ତ୍ରରେ ହିଁ ରହିଛି। ଯେଉଁ ନେତାମାନେ ଏହି ଅପବ୍ୟବହାର କରିଛନ୍ତି ସେମାନଙ୍କ ବିରୋଧରେ ତଦନ୍ତ ଚାଲିଛି। ଆଗାମୀ ଦିନରେ ସେଥିମଧ୍ୟରୁ କିଛି ଜେଲ୍ ଯିବେ ବୋଲି ସତ୍ୟପାଲ ମଲ୍ଲିକ କହିଛନ୍ତି।

https://twitter.com/ANI/status/1199485339179470848

ସୂଚନାଯୋଗ୍ୟ, ଅଗଷ୍ଟ ୫ରେ ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିଥିଲା କେନ୍ଦ୍ର। ଏହାପରେ ଜମ୍ମୁ କଶ୍ମୀରକୁ ଜମ୍ମୁ ଓ ଲଦାଖ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ବିଭକ୍ତ କରାଯାଇଛି।

Related story