୮୦ ବର୍ଷ ବୟସରେ କରୋନାକୁ ମାତ ଦେଲେ, ଏବେ ଫିଟ୍ନେସ ବଢ଼ାଉଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ
ନୂଆଦିଲ୍ଲୀ: ଚର୍ଚ୍ଚାରେ ଗୁଜୁରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ଶଙ୍କରସିଂହ ବାଘେଲା। ସେ ଟ୍ଵିଟରରେ ଛାଡ଼ି ଥିବା ଫଟୋରେ କେମିତି ନିଜ ଫିଟନେସ ବୃଦ୍ଧି କରିବାରେ ଲାଗିଛନ୍ତି, ତାହା ଦେଖିବାକୁ ମିଳୁଛି। ରନିଙ୍ଗ ଓ ଜିମ୍ କରୁଥିବାର ଫଟୋ ଭାଇରାଲ ହେବା ପରେ ୮୦ ବର୍ଷୀୟ ବାଘେଲାଙ୍କୁ ସମସ୍ତେ ପ୍ରଶଂସା କରିଛନ୍ତି। ନିକଟରେ ସେ କରୋନାରେ ଆକ୍ରାନ୍ତ ହୋଇଥିଲେ। ଏହାକୁ ମାତ୍ ଦେବା ପରେ ବାଘେଲା ଏବେ ଫିଟ୍ନେସ ବୃଦ୍ଧି କରିବା ନିଶାରେ ପଡ଼ିଛନ୍ତି। ସେ ଏବେ ସମ୍ପୂର୍ଣ୍ଣ ସୁସ୍ଥ ଥିବା ଫଟୋରୁ ଜଣାପଡ଼ୁଛି।
ଜୁନ ଶେଷ ସପ୍ତାହରେ ଏନସିପିର ପୂର୍ବତନ ଅଧ୍ୟକ୍ଷ ବାଘେଲାଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିଲା। ଏହାପରେ ସେ ହୋମ ଆଇସୋଲେସନରେ ରହିଥିଲେ। କିନ୍ତୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସା ପରେ ସେ ଜୁଲାଇ ୬ରେ ସୁସ୍ଥ ହୋଇ ଘରକୁ ଫେରିଥିଲେ।
તન ફીટ + મન ફીટ = જીવન હિટ pic.twitter.com/Fhi1O1kQly
— Shankersinh Vaghela (@ShankersinhBapu) July 23, 2020
ସେଠାରୁ ଫେରିବା ପରେ ସେ ସୁସ୍ଥ ଥିବା ସମସ୍ତଙ୍କୁ ଜଣାଇବା ପାଇଁ ଜିମ ଆରମ୍ଭ କରି ଏହାର ଫଟୋ ଟ୍ୱିଟରେ ପୋଷ୍ଟ କରିଛନ୍ତି। ଗୋଟିଏ ଫଟୋରେ ସେ ରନିଙ୍ଗ କରୁଥବାବେଳେ ଅନ୍ୟ ଫଟୋଟିରେ ଭାରଉତ୍ତୋଳନ କରୁଥିବା ଦେଖାଯାଉଛି। ସେ ତାଙ୍କର ଏହି ପୋଷ୍ଟରେ ଗୁଜୁରାଟୀ ଭାଷାରେ ବଡି ଫିଟ୍ +ମାଇଣ୍ଡ ଫିଟ = ଜୀବନ ଫିଟ୍ ବୋଲି ଲେଖିଛନ୍ତି। ଏହି ଫଟୋକୁ ପାଖାପାଖି ୭ ହଜାର ୫ ଶହରୁ ଅଧିକ ଲାଇକ ମିଳିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।