ଦଳରୁ ବହିଷ୍କୃତ ହେଲେ ପୂର୍ବତନ ପ୍ରଧାନମନ୍ତ୍ରୀ

କୁଆଲାଲମପୁର: ଦଳରୁ ବହିଷ୍କୃତ ହୋଇଛନ୍ତି ମାଲେସିଆର ପୂର୍ବତନ ପ୍ରଧାନମନ୍ତ୍ରୀ ମହାତିର ମହମ୍ମଦ। ଆଜି ତାଙ୍କୁ ତାଙ୍କର ନିଜ ଦଳ ବହିଷ୍କାର କରିଛି। ଏବେ ଦଳ ତାଙ୍କ ବିରୋଧରେ ଯେଉଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ତା’କୁ ଚ୍ୟାଲେଞ୍ଜ କରିଛନ୍ତି ମହାତିର। ଗୁରୁବାର ଏହି ୯୪ ବର୍ଷୀୟ ନେତା, ତାଙ୍କ ପୁଅ ଏବଂ ଅନ୍ୟ ତିନିଜଣ ବରିଷ୍ଠ ସଦସ୍ୟ ଦଳରୁ ବହିଷ୍କୃତ ହୋଇଛନ୍ତି। କଶ୍ମୀରରୁ ଧାରା ୩୭୦ ହଟିବା ନେଇ ଭାରତ ବିରୋଧରେ ମିଳିତ ଜାତିସଂଘରେ ପାକିସ୍ତାନ ସପକ୍ଷରେ ମତ […]

Dr-Mahathir-Mohamed

Dr-Mahathir-Mohamed

Subhransu Sekhar
  • Published: Friday, 29 May 2020
  • Updated: 29 May 2020, 06:48 PM IST

କୁଆଲାଲମପୁର: ଦଳରୁ ବହିଷ୍କୃତ ହୋଇଛନ୍ତି ମାଲେସିଆର ପୂର୍ବତନ ପ୍ରଧାନମନ୍ତ୍ରୀ ମହାତିର ମହମ୍ମଦ। ଆଜି ତାଙ୍କୁ ତାଙ୍କର ନିଜ ଦଳ ବହିଷ୍କାର କରିଛି। ଏବେ ଦଳ ତାଙ୍କ ବିରୋଧରେ ଯେଉଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ତା’କୁ ଚ୍ୟାଲେଞ୍ଜ କରିଛନ୍ତି ମହାତିର। ଗୁରୁବାର ଏହି ୯୪ ବର୍ଷୀୟ ନେତା, ତାଙ୍କ ପୁଅ ଏବଂ ଅନ୍ୟ ତିନିଜଣ ବରିଷ୍ଠ ସଦସ୍ୟ ଦଳରୁ ବହିଷ୍କୃତ ହୋଇଛନ୍ତି। କଶ୍ମୀରରୁ ଧାରା ୩୭୦ ହଟିବା ନେଇ ଭାରତ ବିରୋଧରେ ମିଳିତ ଜାତିସଂଘରେ ପାକିସ୍ତାନ ସପକ୍ଷରେ ମତ ରଖିଥିଲେ। ଏହାପରେ ମହାତିର କଡ଼ା ସମାଲୋଚନାର ଶିକାର ହୋଇଥିଲେ।

ଦେଶରେ ରାଜନୀତିକ ଅସ୍ଥିରତା ଦେଖା ଦେବା ପରେ ଚଳିତ ବର୍ଷ ଫେବୃଆରୀରେ ସେ ମହାତିର ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଏହାପରେ ଦଳର ଅନ୍ୟତମ ସଦସ୍ୟ ମୋହିଉଦ୍ଦିନ ୟାସିନ ତାଙ୍କର ଉତ୍ତରାଧିକାରୀ ହୋଇଥିଲେ। ଏବେ ତାଙ୍କ ଦଳ ଦୁଇଟି ଗୋଷ୍ଠୀରେ ବିଭକ୍ତ ହୋଇଛି। ମହାତିରଙ୍କ ପୁଅ ମୁଖରିଜ ଏବେ ମୋହିଉଦ୍ଦିନଙ୍କୁ ଦଳର ସଭାପତି ଭାବରେ ଚ୍ୟାଲେଞ୍ଜ କରିଛନ୍ତି। କରୋନା ସଂକ୍ରମଣ ପାଇଁ ଦଳର ଅଧ୍ୟକ୍ଷ ନିର୍ବାଚନକୁ ଘୁଞ୍ଚାଇ ଦିଆଯାଇଛି।

ମହାତିର ଏବଂ ଅନ୍ୟ ଚାରି ବହିଷ୍କୃତ ନେତା ମିଳିତ ବିବୃତ୍ତିରେ କହିଛନ୍ତି, “ବିନା କୌଣସି କାରଣ ଦର୍ଶାଇ ତାଙ୍କୁ ଦଳରୁ ବହିଷ୍କାର କରାଯାଇଛି। ଏହା ସମ୍ପୂର୍ଣ୍ଣ ରୂପେ ବେଆଇନ୍। ଆଗକୁ ଦଳର ଅଧ୍ୟକ୍ଷ ନିର୍ବାଚନ ରହିଥିବାରୁ ଅସୁରକ୍ଷିତ ମନୋଭାବ ରଖି ମୋହିଉଦ୍ଦିନ ଏଭଳି ଏକପାଖିଆ ନିଷ୍ପତ୍ତି ନେଇଛନ୍ତି”।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos