ସୋନିଆଙ୍କ ଫୋନ୍‌ କଲ୍ ପ୍ରସଙ୍ଗରେ ଏମିତି କଥା କହିଥିଲେ ବାଜପେୟୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦଳମତ ନିର୍ବିଶେଷରେ ସମସ୍ତ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କୁ ଭଲ ପାଆନ୍ତି ଓ ଶ୍ରଦ୍ଧା କରନ୍ତି। ୯୩ ବର୍ଷରେ ଗୁରୁବାର ଦିନ ତାଙ୍କର ଦେହାନ୍ତ ହୋଇଯାଇଛି ଓ ସେ ପଞ୍ଚଭୂତରେ ବିଲୀନ ହୋଇ ସାରିଛନ୍ତି। ସବୁ ରାଜନୀତିକ ଦଳର ଲୋକେ ତାଙ୍କର ସ୍ମୃତିଚାରଣ କରୁଛନ୍ତି। ଏଥିରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୂଖାର୍ଜୀ ମଧ୍ୟ ସାମିଲ ହୋଇଛନ୍ତି। ବାଜପେୟୀଙ୍କ ବିୟୋଗ ପରେ ଗତକାଲି ଇଂରାଜୀ ଖବର କାଗଜ ‘ଦ ଟାଇମ୍ସ ଅଫ୍ ଇଣ୍ଡିଆ’ରେ ପ୍ରଣବ […]

atalsonia

atalsonia

Jitendra Garnayak
  • Published: Saturday, 18 August 2018
  • Updated: 18 August 2018, 10:06 AM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦଳମତ ନିର୍ବିଶେଷରେ ସମସ୍ତ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କୁ ଭଲ ପାଆନ୍ତି ଓ ଶ୍ରଦ୍ଧା କରନ୍ତି। ୯୩ ବର୍ଷରେ ଗୁରୁବାର ଦିନ ତାଙ୍କର ଦେହାନ୍ତ ହୋଇଯାଇଛି ଓ ସେ ପଞ୍ଚଭୂତରେ ବିଲୀନ ହୋଇ ସାରିଛନ୍ତି। ସବୁ ରାଜନୀତିକ ଦଳର ଲୋକେ ତାଙ୍କର ସ୍ମୃତିଚାରଣ କରୁଛନ୍ତି। ଏଥିରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୂଖାର୍ଜୀ ମଧ୍ୟ ସାମିଲ ହୋଇଛନ୍ତି।

ବାଜପେୟୀଙ୍କ ବିୟୋଗ ପରେ ଗତକାଲି ଇଂରାଜୀ ଖବର କାଗଜ ‘ଦ ଟାଇମ୍ସ ଅଫ୍ ଇଣ୍ଡିଆ’ରେ ପ୍ରଣବ ମୂଖାର୍ଜୀଙ୍କର ଏକ ଲେଖା ପ୍ରକାଶିତ ହୋଇଥିଲା। ଏଥିରେ ସେ ଅଟଳ ବିହାରୀ ବାଜପେୟୀଙ୍କ ସ୍ମୃତି ଚାରଣ କରିଥିଲେ ଓ ସେ କିପରି ସମସ୍ତଙ୍କୁ ନେଇ କାମ କରିବାକୁ ଭଲ ପାଉଥିଲେ ସେ ବିଷୟରେ ବର୍ଣ୍ଣନା କରିଥିଲେ।

atal

ଏଥିରେ ସେ ଏକ ଘଟଣା ସଂପର୍କରେ ଲେଖିଛନ୍ତି। ୨୦୦୧ ମସିହା ଡିସେମ୍ବର ୧୩ ତାରିଖରେ ସଂସଦ ଉପରେ ଆକ୍ରମଣ ହୋଇଥିଲା। ଆକ୍ରମଣ ବେଳେ ତତ୍‌କାଳୀନ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ସଂସଦ ଭବନରେ ଉପସ୍ଥିତ ନ ଥିଲେ। ପରେ ସେ ତତ୍‌କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ଫୋନ୍ କରିଥିଲେ ଓ ସେ ଠିକ୍ ଅଛନ୍ତି କି ନାହିଁ ବୋଲି ପଚାରି ବୁଝିଥିଲେ।

ପ୍ରଣବ ଲେଖିଛନ୍ତି, ସୋନିଆ ଗାନ୍ଧୀଙ୍କ ଏହି ଫୋନ୍ କଲ୍‌ କଥା ଅଟଳ ବିହାରୀ ବାଜପେୟୀ ଗୃହରେ ମଧ୍ୟ ଉଠାଇଥିଲେ। ଏହାର ଉଦାହରଣ ଦେଇ ସେ କହିଥିଲେ, ଏକ ବିପଦ ସମୟରେ ବିରୋଧୀ ଦଳର ନେତା ପ୍ରଧାନମନ୍ତ୍ରୀଙ୍କୁ ଫୋନ୍ କରି ସେ ଠିକ୍ ଅଛନ୍ତି କି ନାହିଁ ପଚାରି ବୁଝିବା ଅର୍ଥ  ଭାରତୀୟ ଗଣତନ୍ତ୍ର ସୁରକ୍ଷିତ ରହିଛି।

ଅଟଳ ବିହାରୀ ବାଜପେୟୀ ଗଣତନ୍ତ୍ରର ଜଣେ ପ୍ରକୃତ ପ୍ରବକ୍ତା ଥିଲେ ବୋଲି ପ୍ରଣବ ମୂଖାର୍ଜୀ ଲେଖିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos