ଓଡ଼ିଶା ସମେତ ୪ ରାଜ୍ୟ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ବଦଳି
ନୂଆଦିଲ୍ଲୀ: ଦେଶର ୧୦ ହାଇକୋର୍ଟ ବିଚାରପତିଙ୍କୁ ବଦଳି କରାଯାଇଛି। ଏହି ୧୦ ବିଚାରପତିଙ୍କ ମଧ୍ୟରୁ ୪ ଜଣ ହାଇକୋର୍ଟର ମୁଖ୍ୟ ବିଚାରପତି ରହିଛନ୍ତି। କେନ୍ଦ୍ର ସରକାରଙ୍କ ଆଇନ ମନ୍ତ୍ରାଳୟ ଗୁରୁବାର ଏହି ସୂଚନା ଦେଇଛି। ଦୁଇ ସପ୍ତାହ ପୂର୍ବରୁ ସୁପ୍ରିମକୋର୍ଟ କଲେଜିୟମ ବିଚାରପତିଙ୍କ ସ୍ଥାନାନ୍ତର ପାଇଁ ସୁପାରିଶ କରିଥିଲେ।
ଓଡ଼ିଶାର ମୁଖ୍ୟ ବିଚାରପତି ମହମ୍ମଦ ରଫିକଙ୍କୁ ମଧ୍ୟପ୍ରଦେଶ ହାଇକୋର୍ଟ ସ୍ଥାନାନ୍ତର କରାଯାଇଥିବା ବେଳେ ତେଲେଙ୍ଗାନାର ମୁଖ୍ୟ ବିଚାରପତି ରାଘବେନ୍ଦ୍ର ସିଂହ ଚୌହ୍ୱାନଙ୍କୁ ଉତ୍ତରାଖଣ୍ଡ, ଆନ୍ଧ୍ରପ୍ରଦେଶର ମୁଖ୍ୟ ବିଚାରପତି ଜିତେନ୍ଦ୍ର କୁମାର ମାହେଶ୍ୱରୀଙ୍କୁ ସିକ୍କିମ ସେହିପରି ସିକ୍କିମର ମୁଖ୍ୟ ବିଚାରପତିଙ୍କୁ ଅରୂପ କୁମାର ଗୋସ୍ୱାମୀଙ୍କୁ ଆନ୍ଧ୍ରପ୍ରଦେଶ ହାଇକୋର୍ଟଙ୍କୁ ସ୍ଥାନାନ୍ତର କରାଯାଇଛି।
Four chief justices and six judges of high courts transferred today: Ministry of Law and Justice pic.twitter.com/LlVMzo9HAk
— ANI (@ANI) December 31, 2020
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।