ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କ କାର୍ଯ୍ୟାଳୟ ପହଞ୍ଚିଲା କରୋନା

ବିଜୟଓ୍ୱାଡା: ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କ କାର୍ଯ୍ୟାଳୟ ପହଞ୍ଚିଲା ମହାମାରୀ କରୋନା। ରାଜ୍ୟପାଳଙ୍କ ଅଫିସର ଚାରି ଜଣ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ ରାଜ୍ୟପାଳଙ୍କ ସିକ୍ୟୁରିଟି ଅଫିସର ଏବଂ ଜଣେ ନର୍ସ ରହିଛନ୍ତି। ଅନ୍ୟ ଦୁଇ ଜଣଙ୍କ ବାବଦରେ ସୂଚନା ମିଳିନାହିଁ। ସମସ୍ତଙ୍କୁ ଏବେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏବେ ରାଜ୍ୟପାଳଙ୍କ ସରକାରୀ ବାସଭବନକୁ ବିଶୋଧନ କରାଯାଇଛି। ମ୍ୟୁନିସିପାଲିଟି କର୍ତ୍ତୃପକ୍ଷ ଡ୍ରୋନ ମାଧ୍ୟମରେ ସୋଡିୟମ୍ ହାଇପୋକ୍ଲୋରାଇଟ୍ ସ୍ପ୍ରେ କରିଛି। ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କ ସରକାରୀ […]

BISWA BHUSAN HARICHANDAN (1)

BISWA BHUSAN HARICHANDAN (1)

Subhransu Sekhar
  • Published: Monday, 27 April 2020
  • Updated: 27 April 2020, 09:02 AM IST

Sports

Latest News

ବିଜୟଓ୍ୱାଡା: ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କ କାର୍ଯ୍ୟାଳୟ ପହଞ୍ଚିଲା ମହାମାରୀ କରୋନା। ରାଜ୍ୟପାଳଙ୍କ ଅଫିସର ଚାରି ଜଣ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ ରାଜ୍ୟପାଳଙ୍କ ସିକ୍ୟୁରିଟି ଅଫିସର ଏବଂ ଜଣେ ନର୍ସ ରହିଛନ୍ତି। ଅନ୍ୟ ଦୁଇ ଜଣଙ୍କ ବାବଦରେ ସୂଚନା ମିଳିନାହିଁ। ସମସ୍ତଙ୍କୁ ଏବେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଏବେ ରାଜ୍ୟପାଳଙ୍କ ସରକାରୀ ବାସଭବନକୁ ବିଶୋଧନ କରାଯାଇଛି। ମ୍ୟୁନିସିପାଲିଟି କର୍ତ୍ତୃପକ୍ଷ ଡ୍ରୋନ ମାଧ୍ୟମରେ ସୋଡିୟମ୍ ହାଇପୋକ୍ଲୋରାଇଟ୍ ସ୍ପ୍ରେ କରିଛି।

ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କ ସରକାରୀ ବାସଭବନ ବିଜୟଓ୍ୱାଡାରେ ରହିଛି। ଆନ୍ଧ୍ରପ୍ରଦେଶରେ ବିଜୟଓ୍ୱାଡା କରୋନାର ହଟସ୍ପଟ ରହିଛି। ଏଠାରେ ୧୦୦ରୁ ଅଧିକ କରୋନାରେ ସଂକ୍ରମିତ ହୋଇଛନ୍ତି।

ଆନ୍ଧ୍ରପ୍ରଦେଶରେ ରବିବାର ୮୧ ଜଣ ନୂଆ କରୋନାରେ ସଂକ୍ରମିତ ହୋଇଥିଲେ। ମୋଟ୍ ୧୦୯୭ ଜଣ କରୋନାରେ ସଂକ୍ରମିତ ହୋଇଥିବା ବେଳେ ୩୧ ଜଣଙ୍କର ମୃତ୍ୟୁ ଘଟିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos