ପୁଣି ଗୋଟିଏ ଦେଶକୁ ଡେଇଁଲା ବ୍ରିଟେନ ଭାଇରସ

ପ୍ୟାରିସ: ବ୍ରିଟେନରେ ଆତଙ୍କ ସୃଷ୍ଟି କରିଥିବା କରୋନାର ନୂଆ ରୂପ ଏବେ ଫ୍ରାନ୍ସରେ ପ୍ରବେଶ କରିଛି। ଲଣ୍ଡନରୁ ନିକଟରେ ଫେରିଥିବା ଜଣେ ବ୍ୟକ୍ତି କରୋନାରେ ଆକ୍ରାନ୍ତ ହୋଇଥିଲେ। ତାଙ୍କ ନମୁନା ପରୀକ୍ଷା କରିବା ପରେ ସେ ନୂଆ ଷ୍ଟ୍ରେନ ଦ୍ୱାରା ସଂକ୍ରମିତ ହୋଇଥିବା ସ୍ପଷ୍ଟ ହୋଇଛି। ନଭେମ୍ବର ମାସରେ ବ୍ରିଟେନରେ କରୋନାର ଏହି ନୂଆ ରୂପ ଠାବ କରାଯାଇଥିଲା। ଦିନକୁ ଦିନ ଏହା ଦ୍ରୁତଗତିରେ ଲୋକଙ୍କୁ ସଂକ୍ରମିତ କରିବାରୁ ବ୍ରିଟେନ ପ୍ରଶାସନ ଲଣ୍ଡନ ଓ ଦକ୍ଷିଣ ଇଂଲଣ୍ଡରେ […]

f

f

Hemant Lenka
  • Published: Saturday, 26 December 2020
  • Updated: 26 December 2020, 11:59 AM IST

Sports

Latest News

ପ୍ୟାରିସ: ବ୍ରିଟେନରେ ଆତଙ୍କ ସୃଷ୍ଟି କରିଥିବା କରୋନାର ନୂଆ ରୂପ ଏବେ ଫ୍ରାନ୍ସରେ ପ୍ରବେଶ କରିଛି। ଲଣ୍ଡନରୁ ନିକଟରେ ଫେରିଥିବା ଜଣେ ବ୍ୟକ୍ତି କରୋନାରେ ଆକ୍ରାନ୍ତ ହୋଇଥିଲେ। ତାଙ୍କ ନମୁନା ପରୀକ୍ଷା କରିବା ପରେ ସେ ନୂଆ ଷ୍ଟ୍ରେନ ଦ୍ୱାରା ସଂକ୍ରମିତ ହୋଇଥିବା ସ୍ପଷ୍ଟ ହୋଇଛି।

ନଭେମ୍ବର ମାସରେ ବ୍ରିଟେନରେ କରୋନାର ଏହି ନୂଆ ରୂପ ଠାବ କରାଯାଇଥିଲା। ଦିନକୁ ଦିନ ଏହା ଦ୍ରୁତଗତିରେ ଲୋକଙ୍କୁ ସଂକ୍ରମିତ କରିବାରୁ ବ୍ରିଟେନ ପ୍ରଶାସନ ଲଣ୍ଡନ ଓ ଦକ୍ଷିଣ ଇଂଲଣ୍ଡରେ କଟକଣା ଲଗାଇଥିଲା। ସେହିପରି ନୂଆ ଷ୍ଟ୍ରେନର ଭୟାବହତା ଯୋଗୁ ଭାରତ ସମେତ ୫୦ଟି ଦେଶ ବ୍ରିଟେନକୁ ବିମାନ ଉଡ଼ାଣ ବାତିଲ କରିଛନ୍ତି।

ଏବେ ଫ୍ରାନ୍ସରେ ବ୍ରିଟେନ ଷ୍ଟ୍ରେନ ଠାବ ହେବାରୁ ସେଠାରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଫ୍ରାନ୍ସର ସ୍ୱାସ୍ଥ୍ୟ ବିଭାଗ କହିଛି ଯେ ଡିସେମ୍ବର ୧୯ରେ ଲଣ୍ଡନରୁ ଜଣେ ବ୍ୟକ୍ତି ଫ୍ରାନ୍ସ ଆସିଥିଲେ। ସତର୍କତା ଦୃଷ୍ଟିରୁ ଡିସେମ୍ବର ୨୧ରେ ତାଙ୍କର କରୋନା ଟେଷ୍ଟ କରାଯାଇଥିଲା। ଏବେ ତାଙ୍କ ଶରୀରରୁ କରୋନାର ନୂଆ ଷ୍ଟ୍ରେନ ଠାବ ହୋଇଛି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ସେ ନୂଆ ଷ୍ଟ୍ରେନରେ ଆକ୍ରାନ୍ତ ହୋଇଥିଲେ ହେଁ ତାଙ୍କ ଶରୀରରେ କୌଣସି ଲକ୍ଷଣ ଦେଖାଯାଇ ନଥିଲା। ସେହିପରି ସେ ଲଣ୍ଡନରୁ ଫେରିବା ପରେ ସେଣ୍ଟ୍ରାଲ ଫ୍ରାନ୍ସରେ ଥିବା ତାଙ୍କ ଘରେ ସେଲଫ ଆଇସୋଲେସନରେ ରହିଥିଲେ। କରୋନାରେ ଆକ୍ରାନ୍ତ ହେବା ପରେ ତାଙ୍କୁ ହସ୍ପିଟାଲ ଅଣାଯାଇଥିଲେ। ସେ ଯେହେତୁ ନୂଆ ଷ୍ଟ୍ରେନ୍‌ରେ ସଂକ୍ରମିତ ହୋଇଛନ୍ତି, ତେଣୁ ତାଙ୍କୁ ଚିକିତ୍ସା କରୁଥିବା ସ୍ୱାସ୍ଥ୍ୟକର୍ମୀଙ୍କର ମଧ୍ୟ ନମୁନା ପରୀକ୍ଷା କରାଯିବ ବୋଲି ବିଭାଗ କହିଛି।

ଅଧିକ ପଢ଼ନ୍ତୁ : ଟିକା ନେଇ ସାଂଘାତିକ ଅସୁସ୍ଥ ହେଲେ ଡାକ୍ତର

ଫ୍ରାନ୍ସ ବ୍ୟତୀତ ଇଟାଲୀ, ଡେନମାର୍କ, ନେଦରଲ୍ୟାଣ୍ଡସ, ଅଷ୍ଟ୍ରେଲିଆ, ଇସ୍ରାଏଲ ଓ ନର୍ଦନ ଆର୍ୟରଲ୍ୟାଣ୍ଡରେ ମଧ୍ୟ କରୋନାର ନୂଆ ରୂପରେ ଲୋକେ ସଂକ୍ରମିତ ହୋଇଥିବା ଖବର ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos