ଫ୍ରାନ୍ସର ନିସ୍‌ ସହରରେ ଆତଙ୍କବାଦୀ ଆକ୍ରମଣ, ୮୦ ମୃତ

ନିସ୍‌: ଫ୍ରାନ୍ସର ନିସ୍‌ ସହରରେ ଆତଙ୍କବାଦୀ ଆକ୍ରମଣ ଘଟି ୮୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ସହରରେ ନ୍ୟାସନାଲ ଡେଗ୍ଦ ଉତ୍ସବ ଚାଲିଥିବା ବେଳେ ଆକ୍ରମଣକାରୀ ଲୋକଙ୍କ ଉପରେ ଏକ ଟ୍ରକ୍‌ ମଡ଼ାଇ ଦେଇଥିଲା। ଲୋକେ ପ୍ରାଣ ବିକଳରେ ଦୌଡ଼ିବାକୁ ଉଦ୍ୟମ କଲା ବେଳେ ଆକ୍ରମଣକାରୀ ସେମାନଙ୍କୁ ପିଛା କରି ଟ୍ରକ୍ ମଡାଇ ଥିଲା। ଶେଷରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଆକ୍ରମଣକାରୀ ନିହତ ହୋଇଥିଲା। ଯାଞ୍ଚ ବେଳେ ଟ୍ରକ୍‌ରେ ବିପୁଳ ପରିମାଣର […]

attack

Rakesh Mallick
  • Published: Friday, 15 July 2016
  • , Updated: 04 May 2017, 03:44 PM IST

ନିସ୍‌: ଫ୍ରାନ୍ସର ନିସ୍‌ ସହରରେ ଆତଙ୍କବାଦୀ ଆକ୍ରମଣ ଘଟି ୮୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ସହରରେ ନ୍ୟାସନାଲ ଡେଗ୍ଦ ଉତ୍ସବ ଚାଲିଥିବା ବେଳେ ଆକ୍ରମଣକାରୀ ଲୋକଙ୍କ ଉପରେ ଏକ ଟ୍ରକ୍‌ ମଡ଼ାଇ ଦେଇଥିଲା। ଲୋକେ ପ୍ରାଣ ବିକଳରେ ଦୌଡ଼ିବାକୁ ଉଦ୍ୟମ କଲା ବେଳେ ଆକ୍ରମଣକାରୀ ସେମାନଙ୍କୁ ପିଛା କରି ଟ୍ରକ୍ ମଡାଇ ଥିଲା। ଶେଷରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଆକ୍ରମଣକାରୀ ନିହତ ହୋଇଥିଲା।

ଯାଞ୍ଚ ବେଳେ ଟ୍ରକ୍‌ରେ ବିପୁଳ ପରିମାଣର ଗ୍ରେନେଡ୍‌ ଓ ଅନ୍ୟ ବିସ୍ଫୋରକ ସାମଗ୍ରୀ ଥିବା ଜଣାପଡ଼ିଛି। ଏହା ଆତଙ୍କବାଦୀ ଆକ୍ରମଣ ବୋଲି ଫ୍ରାନ୍ସ ରାଷ୍ଟ୍ରପତି ଫ୍ରାନକୋସିସ୍‌ ହଲାଣ୍ଡେ କହିଛନ୍ତି। ଏହି ଘଟଣା ପରେ ଫ୍ରାନ୍ସରେ ଜରୁରୀକାଳୀନ ପରିସ୍ଥିତକୁ ଆଉ ତିନି ମାସ ବଢ଼ାଇ ଦିଆଯାଇଛି। ଏହି ଆକ୍ରମଣ ପାଇଁ କୌଣସି ସଂଗଠନ ନିଜକୁ ଦାୟୀ କରିନାହାନ୍ତି। ଆକ୍ରମଣକାରୀଙ୍କୁ ଚିହ୍ନଟ ଲାଗି ଉଦ୍ୟମ ଚାଲିଛି। ବିଶ୍ୱବ୍ୟାପୀ ଏହି ଆକ୍ରମଣକୁ ନିନ୍ଦା କରାଯାଇଛି।

 

Related story