୫୦ ବର୍ଷ ପରେ ବରଫ ତଳୁ ମିଳିଲା ମୃତଦେହ

ସିମ୍‌ଲା: ବିମାନ ଦୁର୍ଘଟଣାର ଦୀର୍ଘ ୫୦ ବର୍ଷ ପରେ ବରଫ ତଳୁ ମିଳିଛି ମୃତଦେହ। ହିମାଚଳ ପ୍ରଦେଶ ଢାକା ଗ୍ଲାସିୟର ବେସ୍‌ କ୍ୟାମ୍ପ ନକଟରୁ ଏହି ମୃତଦେହକୁ ପର୍ବତ ଆରୋହୀମାନେ ଉଦ୍ଧାର କରିଛନ୍ତି। ୧୯୬୮ ମସିହା ଫେବୃଆରୀ ୭ରେ ଭାରତୀୟ ବାୟୁସେନାର ଏଏନ୍-୧୨ ବିମାନ ଚଣ୍ଡିଗଡ଼ରୁ ଲେହ ଅଭିମୁଖେ ଉଡ଼ାଣ ଭରିଥିଲା। ଏଥିରେ ପାଖାପାଖି ୧୦୨ ଜଣ କର୍ମଚାରୀ ଥିଲେ। ବିମାନଟି ଲେହ ଅଭିମୁଖେ ଯାଉଥିବା ବେଳେ ଖରାପ ପାଗ ଯୋଗୁ ପାଇଲଟ୍‌ ଜଣଙ୍କ ଏହାକୁ ପୁଣି […]

ha143rt4_body-found-in-glacier_625x300_21_July_18

ha143rt4_body-found-in-glacier_625x300_21_July_18

Rakesh Mallick
  • Published: Saturday, 21 July 2018
  • Updated: 21 July 2018, 04:21 PM IST

ସିମ୍‌ଲା: ବିମାନ ଦୁର୍ଘଟଣାର ଦୀର୍ଘ ୫୦ ବର୍ଷ ପରେ ବରଫ ତଳୁ ମିଳିଛି ମୃତଦେହ। ହିମାଚଳ ପ୍ରଦେଶ ଢାକା ଗ୍ଲାସିୟର ବେସ୍‌ କ୍ୟାମ୍ପ ନକଟରୁ ଏହି ମୃତଦେହକୁ ପର୍ବତ ଆରୋହୀମାନେ ଉଦ୍ଧାର କରିଛନ୍ତି। ୧୯୬୮ ମସିହା ଫେବୃଆରୀ ୭ରେ ଭାରତୀୟ ବାୟୁସେନାର ଏଏନ୍-୧୨ ବିମାନ ଚଣ୍ଡିଗଡ଼ରୁ ଲେହ ଅଭିମୁଖେ ଉଡ଼ାଣ ଭରିଥିଲା। ଏଥିରେ ପାଖାପାଖି ୧୦୨ ଜଣ କର୍ମଚାରୀ ଥିଲେ। ବିମାନଟି ଲେହ ଅଭିମୁଖେ ଯାଉଥିବା ବେଳେ ଖରାପ ପାଗ ଯୋଗୁ ପାଇଲଟ୍‌ ଜଣଙ୍କ ଏହାକୁ ପୁଣି ଚଣ୍ଡିଗଡ଼ ଫରାଇ ନେବାକୁ ଚାହିଁଥିଲେ। କିନ୍ତୁ ବିମାନଟି ନିଖୋଜ ହୋଇଯାଇଥିଲା। ପରବର୍ତ୍ତୀ ସମୟରେ ହିମାଚଳ ପ୍ରଦେଶର ଲାହୁଲ ଉପତ୍ୟକାରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡ଼ି ଥିଲା। ସେତେବେଳେ କିଛି କର୍ମଚାରୀଙ୍କ ମୃତେଦହ ଉଦ୍ଧାର କରାଯାଥିବା ବେଳେ ଆଉ କିଛି ଜଣଙ୍କର ମିଳି ନଥିଲା। ୨୦୦୩ରେ ବିମାନର କିଛି ଅଂଶ ଢାକା ଗ୍ଲାସିୟରୁ ଉଦ୍ଧାର କରାଯାଇଥିଲା।  ତେବେ ଜୁଲାଇ ୧ରେ ପର୍ବତ ଆରୋହୀମାନେ ବରଫ ତଳୁ ବିମାନର ଆଉ କିଛି ଭଗ୍ନାଂଶ ସହ ମୃତେଦହଟିକୁ ଠାବ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos