ପଳାତକ ବିଲ୍‌ ରାଜ୍ୟସଭାରେ ପାସ୍‌: ପଢ଼ନ୍ତୁ ଲାଗୁ ହେଲାପରେ ରହିବ କେଉଁସବୁ ବ୍ୟବସ୍ଥା

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): କୋଟି କୋଟି ଟଙ୍କା ବିଭିନ୍ନ ବ୍ୟାଙ୍କରୁ ଠକି ନେଇ ବିଦେଶରେ ଆତ୍ମଗୋପନ କରିଥିବା ମଦ ବ୍ୟବସାୟୀ ବିଜୟ ମାଲ୍ୟା ଓ ହୀରା ବ୍ୟବସାୟୀ ନିରବ ମୋଦିଙ୍କୁ ବାନ୍ଧିବା ପ୍ରକ୍ରିୟାରେ ପାଇଁ ଭାରତ ସରକାର ଆଉ ପାଦେ ଆଗେଇଛନ୍ତି। ପୂର୍ବରୁ ଲୋକସଭାରେ ପାସ୍‌ ହୋଇଥିବା ‘ପଳାତକ ଅର୍ଥନୀତି ଅପରାଧ ବିଲ୍‌’ ଆଜି ରାଜ୍ୟସଭାରେ ପାସ୍‌ ହୋଇଯାଇଛି। ରାଜ୍ୟସଭାରେ ଏହି ବିଲ୍‌ ଉପସ୍ଥାପନ କରି ଅର୍ଥମନ୍ତ୍ରୀ ଦାୟିତ୍ୱରେ ଥିବା ପୀୟୂଷ ଗୋଏଲ୍ କହିଥିଲେ, ‘ଦେଶରେ ଋଣ […]

loan

Rakesh Mallick
  • Published: Wednesday, 25 July 2018
  • , Updated: 26 July 2018, 02:13 PM IST

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): କୋଟି କୋଟି ଟଙ୍କା ବିଭିନ୍ନ ବ୍ୟାଙ୍କରୁ ଠକି ନେଇ ବିଦେଶରେ ଆତ୍ମଗୋପନ କରିଥିବା ମଦ ବ୍ୟବସାୟୀ ବିଜୟ ମାଲ୍ୟା ଓ ହୀରା ବ୍ୟବସାୟୀ ନିରବ ମୋଦିଙ୍କୁ ବାନ୍ଧିବା ପ୍ରକ୍ରିୟାରେ ପାଇଁ ଭାରତ ସରକାର ଆଉ ପାଦେ ଆଗେଇଛନ୍ତି। ପୂର୍ବରୁ ଲୋକସଭାରେ ପାସ୍‌ ହୋଇଥିବା ‘ପଳାତକ ଅର୍ଥନୀତି ଅପରାଧ ବିଲ୍‌’ ଆଜି ରାଜ୍ୟସଭାରେ ପାସ୍‌ ହୋଇଯାଇଛି। ରାଜ୍ୟସଭାରେ ଏହି ବିଲ୍‌ ଉପସ୍ଥାପନ କରି ଅର୍ଥମନ୍ତ୍ରୀ ଦାୟିତ୍ୱରେ ଥିବା ପୀୟୂଷ ଗୋଏଲ୍ କହିଥିଲେ, ‘ଦେଶରେ ଋଣ ନେଇ ବିଦେଶ ପଳାଉଥିବା ବ୍ୟକ୍ତିଙ୍କ ସଂଖ୍ୟା ଏବେ ବଢ଼ିବାରେ ଲାଗିଛି। ଏହା ଉପରେ ଲଗାମ ଲାଗିବା ଦରକାର। ଏହା ବିରୋଧରେ ଲଢ଼େଇ କରିବାକୁ ବର୍ତ୍ତମାନର ଆଇନ୍‌ ଯଥେଷ୍ଟ ନୁହେଁ। ତେଣୁ ନୂଆ ଆଇନ୍‌ ଆସିବା ଦରକାର। ଭାରତ ସରକାର ଏନେଇ ‘ପଳାତକ ଅର୍ଥନୀତିକ ଅପରାଧ ବିଲ୍‌’ ଆଣିଛନ୍ତି। ଏହା ଆଇନ୍‌ରେ ପରିଣତ ହେବା ଦରକାର।’

[caption id="attachment_256579" align="aligncenter" width="940"] ନିରବ ମୋଦି ଓ ବିଜୟ ମାଲ୍ୟା[/caption]

ଏହପରେ ବାଚନିକ ଭୋଟ୍‌ରେ ଏହା ପାରିତ ହୋଇ ଯାଇଥିଲା। ଗୁରୁବାର ଏହି ବିଲ୍‌ ଲୋକସଭାରେ ପାରିତ ହୋଇଥିଲା। ବିଲ୍‌ ଅନୁଯାୟୀ, ଜଣେ ବ୍ୟକ୍ତି ଯଦି ଋଣ ନେଇ ଏହାକୁ ନ ଫେରାଏ, ତେବେ ତା’ ବିରୋଧରେ ଆଇନ୍‌ଗତ ପ୍ରକ୍ରିୟା ଗ୍ରହଣ କରାଯିବ। ସେମାନଙ୍କ ବିରୋଧରେ ଗିରଫ ପରୱାନା ମଧ୍ୟ ଜାରି କରାଯିବ। ୧୦୦ କୋଟିରୁ ଅଧିକ ଟଙ୍କାର ବ୍ୟାଙ୍କ ଋଣ ବାକି ରଖିଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ। ଏଭଳି ଋଣ ଖିଲାପୀଙ୍କ ସମ୍ପତ୍ତିକୁ ଜବତ କରାଯାଇ ଋଣ ଦେଇଥିବା ବ୍ୟକ୍ତି ଅର୍ଥ ଫେରସ୍ତ କରାଯିବ।

ବିଲ୍‌ ଅନୁଯାୟୀ ନିର୍ଦ୍ଦେଶକ କିମ୍ବା ଡେପୁଟି ନିର୍ଦ୍ଦେଶକ ପାହ୍ୟାର ଅଫିସର ହିଁ ଜଣେ ବ୍ୟକ୍ତିଙ୍କୁ ଅର୍ଥନୀତି ପଳାତକ ବୋଲି ଘୋଷଣା କରିପାରିବେ। ଏଥିପାଇଁ ସ୍ୱତନ୍ତ୍ର କୋର୍ଟରେ ଏକ ପିଟିସନ୍‌ ଦେବାକୁ ପଡ଼ିବ। କିନ୍ତୁ ଏହି ସମୟରେ ଅଭିଯୁକ୍ତ ବିରୋଧରେ ପର୍ଯ୍ୟାପ୍ତ ପ୍ରମାଣ ଥିବା ଦରକାର। ଜଣେ ବ୍ୟକ୍ତିଙ୍କୁ ପଳାତକ ଅର୍ଥନୀତିକ ଅପରାଧୀ ବୋଲି ଘୋଷଣା କରିବା ପୂର୍ବରୁ କୋର୍ଟରେ ଦାଖଲ ହୋଇଥିବା ଆବେଦନରେ ସଂପୃକ୍ତ ବ୍ୟକ୍ତିଙ୍କ ସମ୍ପତ୍ତି ତାଲିକା ଏବଂ ଠିକଣା ରହିବା ଜରୁରୀ। ବିଦେଶ ଜମା ଓ ସମ୍ପତ୍ତିର ତଥ୍ୟ ମଧ୍ୟ ଦେବାକୁ ପଡ଼ିବ। ଏହବାଦ୍‌ ବ୍ୟକ୍ତିଙ୍କର ସମ୍ପତ୍ତିରେ ଆଉ କିଏ ଭାଗିଦାର ଅଛନ୍ତି, ସେକଥା ମଧ୍ୟ କୋର୍ଟଙ୍କୁ ଜଣାଇବାକୁ ପଡ଼ିବ। କୋର୍ଟ ଏହି ଆବେଦନ ଗ୍ରହଣ କରିବା ପରେ ୬ ସପ୍ତାହ ମଧ୍ୟରେ ସଂପୃକ୍ତ ବ୍ୟକ୍ତିଙ୍କୁ ହାଜର ହେବା ପାଇଁ ନୋଟିସ୍‌ ପଠାଇବେ। ଯଦି ଅଭିଯୁକ୍ତ ଜଣଙ୍କ ହାଜର ହୁଅନ୍ତି, ତା’ହେଲେ ପଳାତକ ଅର୍ଥନୀତିକ ଅପରାଧ ବିଲ୍‌ ଅନୁଯାୟୀ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବନାହିଁ ବୋଲି ବିଲ୍‌ରେ ଉଲ୍ଲେଖ ରହିଛି।

Related story