ସ୍ୱାମୀଙ୍କ ସ୍ୱପ୍ନ ପୂରଣ କରିବାକୁ ବାୟୁସେନାରେ ଯୋଗଦେବେ ପତ୍ନୀ

ନୂଆଦିଲ୍ଲୀ: ବାୟୁସେନାରେ ସ୍କ୍ୱାର୍ଡନ ଲିଡର ଥିବା ସମୀର ଅବ୍ରୋଲ ଚଳିତ ବର୍ଷ ମିରାଜ-୨୦୦୦ ଉଡ଼ାଉ ଥିବା ବେଳେ ପ୍ରାଣ ହରାଇଥିଲେ। ଏବେ ସମୀରଙ୍କ ପତ୍ନୀ ଗରିମା ବାୟୁସେନା ପାଇଁ ତାଙ୍କ ସ୍ୱାମୀ ଦେଖିଥିବା ସ୍ୱପ୍ନକୁ ପୂରଣ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏଥିପାଇଁ ସେ ବାୟୁସେନାରେ ଯୋଗଦେବେ ବୋଲି ଘୋଷଣା କରିଛନ୍ତି। ଗରିମା ଏବେ ସର୍ଭିସ ସିଲେକସନ୍‌ ବୋର୍ଡରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ତେଣୁ ସେ ବାୟୁସେନାରେ ଯୋଗଦେବାକୁ ବାଟ ଫିଟିଛି। ଅବସରପ୍ରାପ୍ତ ଏୟାର ମାର୍ଶଲ ଅନୀଲ ଚୋପ୍ରା କହିଛନ୍ତି, […]

e

Hemant Lenka
  • Published: Tuesday, 16 July 2019
  • , Updated: 16 July 2019, 12:47 PM IST

ନୂଆଦିଲ୍ଲୀ: ବାୟୁସେନାରେ ସ୍କ୍ୱାର୍ଡନ ଲିଡର ଥିବା ସମୀର ଅବ୍ରୋଲ ଚଳିତ ବର୍ଷ ମିରାଜ-୨୦୦୦ ଉଡ଼ାଉ ଥିବା ବେଳେ ପ୍ରାଣ ହରାଇଥିଲେ। ଏବେ ସମୀରଙ୍କ ପତ୍ନୀ ଗରିମା ବାୟୁସେନା ପାଇଁ ତାଙ୍କ ସ୍ୱାମୀ ଦେଖିଥିବା ସ୍ୱପ୍ନକୁ ପୂରଣ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏଥିପାଇଁ ସେ ବାୟୁସେନାରେ ଯୋଗଦେବେ ବୋଲି ଘୋଷଣା କରିଛନ୍ତି।

ଗରିମା ଏବେ ସର୍ଭିସ ସିଲେକସନ୍‌ ବୋର୍ଡରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ତେଣୁ ସେ ବାୟୁସେନାରେ ଯୋଗଦେବାକୁ ବାଟ ଫିଟିଛି।

ଅବସରପ୍ରାପ୍ତ ଏୟାର ମାର୍ଶଲ ଅନୀଲ ଚୋପ୍ରା କହିଛନ୍ତି, “ଗରିମା ତେଲେଙ୍ଗାନାର ଡୁଣ୍ଡିଗଲ ଠାରେ ଥିବା ଏୟାର ଫୋର୍ସ ଏକାଡେମୀରେ ପ୍ରଥମେ ଯୋଗଦେବେ।

ଏହାପରେ ସେ ୨୦୨୦ରେ ବିଧିବଦ୍ଧ ଭାବେ ଭାରତୀୟ ବାୟୁସେନାରେ ସାମିଲ ହେବେ। ସେନାରେ ଥିବା ଯବାନଙ୍କ ପତ୍ନୀମାନେ ଯାହା କରିପାରନ୍ତି, ତା’ହା ସମସ୍ତ ମହିଳା କରିପାରନ୍ତି ନାହିଁ।”

ସ୍କ୍ୱାର୍ଡନ ଲିଡର ୩୩ ବର୍ଷୀୟ ସମୀର ଓ ୩୧ ବର୍ଷୀୟ ସିଦ୍ଧାର୍ଥ ନେଗୀ ବେଙ୍ଗାଲୁରୁ ଠାରେ ଏୟାରଫୋର୍ସ ରନୱେରେ ମିରାଜ-୨୦୦୦ ବିମାନ ଉଡ଼ାଣ କରୁଥିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ଏହି ଦୁର୍ଘଟଣାରେ ଉଭୟଙ୍କ ମୃତ୍ୟୁ ହୋଇଥିଲା।

Related story