ଆରପାରିରେ ଜର୍ଜ ଏଚ୍‌ଡବ୍ଲ୍ୟୁ ବୁଶ୍‌

ୱାଶିଂଟନ୍‌: ଆଉ ନାହାନ୍ତି ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜର୍ଜ ଏଚ୍‌ଡବ୍ଲ୍ୟୁ ବୁଶ। ମୃତ୍ୟୁ ବେଳକୁ ତାଙ୍କୁ ୯୪ ବର୍ଷ ବୟସ ହୋଇଥିଲା। ବୁଶ ଆମେରିକାର ୪୧ ତମ ରାଷ୍ଟ୍ରପତି ଭାବେ କାର୍ଯ୍ୟ କରିଥିଲେ। ଆମେରିକା ସମୟ ରାତି ୧୦.୧୦ରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ହୋଷ୍ଟନ୍‌ରେ ତାଙ୍କର ଦେହାନ୍ତ ହୋଇଥିବା ଜଣାପଡ଼ିଛି। ତାଙ୍କ ମୃତ୍ୟୁରେ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି। ୧୯୯୨ରେ ଦେଶରେ ନୂଆ ଟିକସ୍‌ ବ୍ୟବସ୍ଥା ପ୍ରଣୟନ କରିବାରୁ ତାଙ୍କୁ ଜୋରଦାର […]

b

Hemant Lenka
  • Published: Saturday, 01 December 2018
  • , Updated: 01 December 2018, 02:52 PM IST

ୱାଶିଂଟନ୍‌: ଆଉ ନାହାନ୍ତି ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜର୍ଜ ଏଚ୍‌ଡବ୍ଲ୍ୟୁ ବୁଶ। ମୃତ୍ୟୁ ବେଳକୁ ତାଙ୍କୁ ୯୪ ବର୍ଷ ବୟସ ହୋଇଥିଲା। ବୁଶ ଆମେରିକାର ୪୧ ତମ ରାଷ୍ଟ୍ରପତି ଭାବେ କାର୍ଯ୍ୟ କରିଥିଲେ। ଆମେରିକା ସମୟ ରାତି ୧୦.୧୦ରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ହୋଷ୍ଟନ୍‌ରେ ତାଙ୍କର ଦେହାନ୍ତ ହୋଇଥିବା ଜଣାପଡ଼ିଛି। ତାଙ୍କ ମୃତ୍ୟୁରେ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି।

୧୯୯୨ରେ ଦେଶରେ ନୂଆ ଟିକସ୍‌ ବ୍ୟବସ୍ଥା ପ୍ରଣୟନ କରିବାରୁ ତାଙ୍କୁ ଜୋରଦାର ବରୋଧ କରାଯାଇଥିଲା। ଏଥିପାଇଁ ସେ ଦ୍ୱିତୀୟ ଥର ଆମେରିକା ଶାସନ ଦଖଲ କରିବାରେ ଅସମର୍ଥ ହୋଇଥିଲେ।

୧୯୨୪ ମସିହା ଜୁନ୍‌ ୧୨ରେ ଜନ୍ମ ଗ୍ରହଣ କରିଥିବା ବୁଶ ୧୯୬୪ରେ ରାଜନୀତିରେ ପ୍ରବେଶ କରିଥିଲେ। ସେ ୧୯୮୯ ଜାନୁଆରୀ ୨୦ରୁ ୨୦ ଜାନୁଆରୀ ୧୯୯୩ ପର୍ଯ୍ୟନ୍ତ ଆମେରିକାର ରାଷ୍ଟ୍ରପତି ରହିଥିଲେ। ୧୯୮୦ରେ ସେ ରାଷ୍ଟ୍ରପତି ନିର୍ବାଚନ ପାଇଁ ଲଢ଼େଇ କରିଥିଲେ ହେଁ ପରାସ୍ତ ହୋଇଥିଲେ। ସେ ୧୯୮୧ରୁ ୧୯୮୯ ଯାଏ ଆମେରିକାର ଉପ ରାଷ୍ଟ୍ରପତି ଭାବେ କାର୍ଯ୍ୟ କରିଥିଲେ।

Related story