ଫ୍ରାଙ୍କଫୁର୍ଟ: ଜର୍ମାନୀର ହେସେ ରାଜ୍ୟର ଅର୍ଥମନ୍ତ୍ରୀ ଆତ୍ମହତ୍ୟା କରିଛନ୍ତି। କରୋନା ଭାଇରସ୍ କାରଣରୁ ଅର୍ଥନୀତି ଗଭୀର ଭାବେ ପ୍ରଭାବିତ ହୋଇଥିବାରୁ ଏହି ମନ୍ତ୍ରୀ ଜଣକ ଚିନ୍ତାରେ ଥିଲେ। ଏହି କାରଣରୁ ଆତ୍ମହତ୍ୟା କରିଥିବା କୁହାଯାଉଛି। ଏହି ମନ୍ତ୍ରୀଙ୍କ ନାମ ଥୋମାସ୍ ସ୍କାଇଫର୍ ବୋଲି ଜଣାପଡ଼ିଛି।
ଥୋମାସ୍ଙ୍କ ମୃତ ଶରୀର ଶନିବାର ଏକ ରେଲ୍ୱେ ଟ୍ରାକ୍ ନିକଟରୁ ମିଳିଥିଲା। ସେ ଆତ୍ମହତ୍ୟା କରିଥିବା କୁହାଯାଉଥିଲେ ହେଁ ଏଯାଏ ସ୍ପଷ୍ଟ ହୋଇପାରିନି।
ସୂଚନାଯୋଗ୍ୟ ଯେ, ଜର୍ମାନୀର ଆର୍ଥିକ ରାଜଧାନୀ ଫ୍ରାଙ୍କଫୁର୍ଟ ଏହି ରାଜ୍ୟ ଅଧୀନରେ ଆସୁଛି। ଏଠାରେ ବହୁ ବଡ଼ ବଡ଼ ବ୍ୟାଙ୍କର ମୁଖ୍ୟାଳୟ ରହିଛି। ୟୁରୋପିଆନ୍ ସେଣ୍ଟ୍ରାଲ ବ୍ୟାଙ୍କର କାର୍ଯ୍ୟାଳୟ ମଧ୍ୟ ଏହି ସହରରେ ରହିଛି।
ଜର୍ମାନୀ ଚାନ୍ସେଲର ଆଞ୍ଜେଲା ମର୍କେଲ୍ଙ୍କର ଜଣେ ଘନିଷ୍ଠ ବଫିଅର କହିଛନ୍ତି, ଆମକୁ ଆଜି ଭାବିନେବାକୁ ହେବ ଯେ ସେ ଗଭୀର ଚିନ୍ତାରେ ଥିଲେ। ଏଭଳି କଷ୍ଟକର ସମୟରେ ଆମକୁ ତାଙ୍କର ବହୁତ ଆବଶ୍ୟକତା ରହିଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
୧୬ ବର୍ଷର ପୁଅ ସହିତ ପଳାଇଲା ୧୦ ବର୍ଷର ଝିଅ!
ରୋଚକ କଥା ହେଉଛି ଯେ ୫ମ ଶ୍ରେଣୀରେ ପଢୁଥିବା ଏହି ଝିଅଟିର ବାପା ଇନଷ୍ଟାଗ୍ରାମ ବିଷୟରେ କିଛି ଜାଣନ୍ତି ନାହିଁ।
National
ଅତୁଲ ସୁଭାଷ ଆତ୍ମହତ୍ୟା ମାମଲା: ପତ୍ନୀ, ଶାଶୁ ଓ ଶାଳକଙ୍କୁ ମିଳିଲା ଜାମିନ
ଗତ ଡିସେମ୍ବର ୯ ତାରିଖରେ ଅତୁଲ ସୁଭାଷ ଆତ୍ମହତ୍ୟା କରିଥିଲେ। ପତ୍ନୀ, ଶାଶୁ ଓ ଶାଳକଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ ଆଣି ସେ ଆତ୍ମହତ୍ୟା କରିଥିଲେ।
National
ସାମ୍ବାଦିକ ମୁକେଶଙ୍କ ହତ୍ୟା ଘଟଣାରେ ଟ୍ୱିଷ୍ଟ; ସଂପର୍କୀୟ ଭାଇ ଗିରଫ
ପୁଲିସ ଏହି ମାମଲାରେ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ୟରେ ରିତେଶ ସହିତ ତାଙ୍କ ପରିବାରର ଅନ୍ୟ ଜଣେ ସଦସ୍ୟ ଦୀନେଶ ଚନ୍ଦ୍ରକାର ମଧ୍ୟ ଅଛନ୍ତି।
National
ଘାଟି ତଳକୁ ଖସି ପଡ଼ିଲା ସେନା ଟ୍ରକ୍; ୪ ଯବାନ ମୃତ, ୫ ଆହତ
ଆହତ ଯବାନମାନଙ୍କୁ ନିକଟସ୍ଥ ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେମାନଙ୍କ ଅବସ୍ଥା ଗୁରୁତର ରହିଛି।
National
ଦିଲ୍ଲୀ ନିର୍ବାଚନ: ବିଜେପିର ପ୍ରଥମ ପ୍ରାର୍ଥୀ ତାଲିକା ଜାରି; ଜାଣନ୍ତୁ, କେଜ୍ରିୱାଲଙ୍କ ବିରୋଧରେ କାହାକୁ ଟିକେଟ ଦେଲା
ଗାନ୍ଧୀ ନଗର ବିଧାୟକ ଅନୀଲ ବାଜପେୟୀଙ୍କୁ ଏଥର ଟିକେଟ ଦେଇନି ବିଜେପି। ତାଙ୍କ ବଦଳରେ ପୂର୍ବତନ ଦିଲ୍ଲୀ କଂଗ୍ରେସ ମୁଖ୍ୟ ଅରବିନ୍ଦର ସିଂହ ଲଭଲୀଙ୍କୁ ଦଳ ଟିକେଟ ଦେଇଛି।