ବୟଫ୍ରେଣ୍ଡଙ୍କ ସହ ଘରେ ଥିଲେ, ହଠାତ୍ ଛାତରୁ ଡେଇଁପଡ଼ିଲେ

ମୁମ୍ବାଇ: ଘର ଭିତରକୁ ମା’ ଚାଲିଆସିବାରୁ ନାବାଳିକା ଜଣଙ୍କ ପ୍ରେମିକଙ୍କ ସହିତ ଘରର ପ୍ରଥମ ମହଲାର ବାଲକୋନୀରୁ ତଳକୁ ଡେଇଁ ପଡ଼ିଛନ୍ତି। ମୁମ୍ୱାଇରେ ଏଭଳି ଘଟଣା ଦେଖିବାକୁ ମିଳିଛି। ଶୁକ୍ରବାର ଅପରାହ୍ନରେ ମୁମ୍ୱାଇର ଶୁବୁରବ ବେଲ୍ ବଜାରରେ ଏହି ଘଟଣା ଘଟିଥିଲା ବୋଲି ପୁଲିସ ସ୍ପଷ୍ଟ କରିଛି। “୧୭ ବର୍ଷର ନାବାଳିକା ତାଙ୍କ ଶୋଇବା ଘରେ ତାଙ୍କ ପ୍ରେମିକଙ୍କ ସହ ଥିଲେ। ଯେତେବେଳେ ସେ ଜାଣିଥିଲେ ଯେ ତାଙ୍କ ମାଆ ଘର ଭିତରକୁ ଆସିଛନ୍ତି, ସେତେବେଳେ ସେ […]

handcuffs arrest

handcuffs arrest

Subhransu Sekhar
  • Published: Sunday, 08 March 2020
  • Updated: 08 March 2020, 03:52 PM IST

Sports

Latest News

ମୁମ୍ବାଇ: ଘର ଭିତରକୁ ମା’ ଚାଲିଆସିବାରୁ ନାବାଳିକା ଜଣଙ୍କ ପ୍ରେମିକଙ୍କ ସହିତ ଘରର ପ୍ରଥମ ମହଲାର ବାଲକୋନୀରୁ ତଳକୁ ଡେଇଁ ପଡ଼ିଛନ୍ତି। ମୁମ୍ୱାଇରେ ଏଭଳି ଘଟଣା ଦେଖିବାକୁ ମିଳିଛି। ଶୁକ୍ରବାର ଅପରାହ୍ନରେ ମୁମ୍ୱାଇର ଶୁବୁରବ ବେଲ୍ ବଜାରରେ ଏହି ଘଟଣା ଘଟିଥିଲା ବୋଲି ପୁଲିସ ସ୍ପଷ୍ଟ କରିଛି।

"୧୭ ବର୍ଷର ନାବାଳିକା ତାଙ୍କ ଶୋଇବା ଘରେ ତାଙ୍କ ପ୍ରେମିକଙ୍କ ସହ ଥିଲେ। ଯେତେବେଳେ ସେ ଜାଣିଥିଲେ ଯେ ତାଙ୍କ ମାଆ ଘର ଭିତରକୁ ଆସିଛନ୍ତି, ସେତେବେଳେ ସେ ପ୍ରେମିକାଙ୍କୁ ପଳାଇବାକୁ କହିଥିଲେ ଏବଂ ଝରକା ଡେଇଁ ତଳକୁ ଉଭୟ ଡେଇଁ ପଡ଼ିଥିଲେ।"

ଏହି ସମୟରେ ନାବାଳିକାଙ୍କ ଗୋଡ଼ ମଧ୍ୟ ଭାଙ୍ଗିଯାଇଥିଲା। ପ୍ରେମିକର ନାମ ସୁନୀଲ ଜେଣ୍ଡେ (୨୦)। ଉଭୟ ଶୋଇବା ଘରେ ଥିଲେ ତେଣୁ ଭୟଭୀତ ହୋଇ ବାଲକୋନୀରୁ ତଳକୁ ଡେଇଁ ପଡିଥିଲେ ବୋଲି ନାବାଳିକା ଜଣଙ୍କ କହିଛନ୍ତି।

ଭି.ବି ନଗର ଥାନା ଅଧିକାରୀ କହିଛନ୍ତି, “ଝିଅର ପରିବାର ପକ୍ଷରୁ ଅଭିଯୋଗ କରିବାପରେ, ପୁଅ ବିରୋଧରେ ଦୁଷ୍କର୍ମ ଏବଂ ଯୌନ ନିର୍ଯାତନା ମାମଲା ରୁଜୁ କରାଯାଇଛି। ଏହାପରେ ପ୍ରେମିକ ଜେଣ୍ଡେଙ୍କୁ ଗିରଫ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos