ମା’ର ଗାଳି ସହିନପାରି ଆତ୍ମହତ୍ୟା କଲା ଝିଅ

ଲକ୍ଷ୍ନୌ: ମା’ର ଗାଳି ସହିନପାରି ଝିଅ (୧୭)ର ଆତ୍ମହତ୍ୟା। ମୁଣ୍ଡରେ ବନ୍ଧୁକ ଲଗାଇ ଆତ୍ମହତ୍ୟା କରିଛି ନାବାଳିକା। ୟୁପି ମୋରଦାବାଦରେ ଏହି ଅଭାବନୀୟ ଘଟଣା ଘଟିଛି। ଝିଅ ପାଠ ନପଢ଼ିବାରୁ ମା’ ଗାଳିଦେଇଥିବା ଝିଅର ବାପା ପୁଲିସ ନିକଟରେ ଅଭିଯୋଗ କରିଛନ୍ତି। ପୁଲିସ ଏବେ ଏହି ମାମଲାରେ ଅଧିକ ତଦନ୍ତ କରୁଛି।

ଆତ୍ମହତ୍ୟା କରିଥିବା ନାବାଳିକା ଯୁକ୍ତ ୨ରେ ପାଠ ପଢ଼ୁଥିଲେ। ଗାଳିଗୁଲଜର ଶିକାର ହେବା ପରେ ନିଜକୁ ରିଭଲଭର ବା ବନ୍ଧୁକ ସାହାଯ୍ୟରେ ଗୁଳି ଚଳାଇଥିବା ଅଭିଯୋଗ ହୋଇଛି। ନାବାଳିକାକୁ ସଙ୍ଗେସଙ୍ଗେ ଏକ ଘରୋଇ ଡାକ୍ତରଖାନାକୁ ନିଆଯାଇଥିଲା। ହେଲେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାର ମୃତ୍ୟୁ ଘଟିଛି। ଶନିବାର ବିଳମ୍ବିତ ରାତିରେ ମୋରାଦାବାଦର ମୁଣ୍ଢା ପାଣ୍ଡେ ପୁଲିସ ଷ୍ଟେସନ ସୀମା ଅନ୍ତର୍ଗତ ବାଜପୁର ମନ୍ ଗାଁରେ ଏହି ଘଟଣା ଘଟିଛି।

ମୃତକଙ୍କ ବାପା ପ୍ରେମ ପାଲ୍ ପୁଲିସକୁ ଫୋନ୍ ଜରିଆରେ ସୂଚନା ଦେଇଥିଲେ। ଏହି ଘଟଣା ଘଟିବା ବେଳେ ସେ ଘରେ ନଥିଲେ ବୋଲି ପୁଲିସକୁ କହିଛନ୍ତି। ତେବେ ଏହି ରିଭଲଭର କେଉଁଠୁ ଆସିଲା ? ପୁଲିସ ଏବେ ଏହି ବନ୍ଧୁକ ଜବତ କରି ତଦନ୍ତ କରୁଛି। ଏଥିସହ ପୁଲିସ ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଆଧାର କରି ପରିବାର ଲୋକଙ୍କୁ ପଚରାଉଚରା କରିିଥିବା ସୂଚନା ରହିଛି। ମୃତ୍ୟୂ ପୂର୍ବରୁ ଆଉ କିଛି କାରଣକୁ ନେଇ ନାବାଳିକା ଜଣଙ୍କ ମାନସିକ ଚିନ୍ତାରେ ଥିଲା କି ନାହିଁ ସେ ବାବଦରେ ମଧ୍ୟ ପୁଲିସ ତଦନ୍ତ କରୁଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।