ସ୍କୁଲରେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ, ସୋଶାଲ ମିଡିଆରୁ ଜାଣିଲା ପୁଲିସ

ନୂଆଦିଲ୍ଲୀ: ଜଣେ ୧୪ ବର୍ଷୀୟା ୧୦ମ ଶ୍ରେଣୀ ଛାତ୍ରୀର ଏକ ଘରୋଇ ସ୍କୁଲରେ ସନ୍ଦେହଜନକ ଭାବରେ ମୃତ୍ୟୁ ଘଟିଛି। ଏହାପରେ ସ୍କୁଲ କର୍ତ୍ତୃପକ୍ଷ ପ୍ରଶାସନକୁ ଏବାବଦରେ ନଜଣାଇ ଚୁପଚାପ ଅନ୍ତିମ ସଂସ୍କାର କରି ଦେଇଛନ୍ତି। ଏମିତିକି ଅନ୍ତିମ ସଂସ୍କାରକୁ ଛାତ୍ରୀଙ୍କ ପରିବାରକୁ ଡକା ଯାଇନଥିବା ଅଭିଯୋଗ ହୋଇଛି। ସୋଶାଲ ମିଡିଆରେ ନ୍ୟାୟ ପାଇଁ ଦାବି ଉଠିବା ପରେ ଘଟଣା ବାବଦରେ ଜଣାପଡ଼ିଛି। ଉତ୍ତର ପ୍ରଦେଶର ନୋଏଡା ସେକ୍ଟର ୧୧୫ରେ ଥିବା ଏକ ଆବାସିକ ଘରୋଇ ସ୍କୁଲରେ ଏହି […]

sucide

Subhransu Sekhar
  • Published: Monday, 13 July 2020
  • , Updated: 13 July 2020, 07:58 PM IST

ନୂଆଦିଲ୍ଲୀ: ଜଣେ ୧୪ ବର୍ଷୀୟା ୧୦ମ ଶ୍ରେଣୀ ଛାତ୍ରୀର ଏକ ଘରୋଇ ସ୍କୁଲରେ ସନ୍ଦେହଜନକ ଭାବରେ ମୃତ୍ୟୁ ଘଟିଛି। ଏହାପରେ ସ୍କୁଲ କର୍ତ୍ତୃପକ୍ଷ ପ୍ରଶାସନକୁ ଏବାବଦରେ ନଜଣାଇ ଚୁପଚାପ ଅନ୍ତିମ ସଂସ୍କାର କରି ଦେଇଛନ୍ତି। ଏମିତିକି ଅନ୍ତିମ ସଂସ୍କାରକୁ ଛାତ୍ରୀଙ୍କ ପରିବାରକୁ ଡକା ଯାଇନଥିବା ଅଭିଯୋଗ ହୋଇଛି। ସୋଶାଲ ମିଡିଆରେ ନ୍ୟାୟ ପାଇଁ ଦାବି ଉଠିବା ପରେ ଘଟଣା ବାବଦରେ ଜଣାପଡ଼ିଛି।

ଉତ୍ତର ପ୍ରଦେଶର ନୋଏଡା ସେକ୍ଟର ୧୧୫ରେ ଥିବା ଏକ ଆବାସିକ ଘରୋଇ ସ୍କୁଲରେ ଏହି ଅଘଟଣ ଘଟିଛି। ଜୁଲାଇ ୩ରେ ଛାତ୍ରୀଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ରବିବାର ଦିନ ସୋଶାଲ ମିଡିଆରେ ଛାତ୍ରୀଙ୍କ ମୃତ୍ୟୁର ତଦନ୍ତ ଦାବି ହୋଇଥିବା ନେଇ ଦେଖିବାକୁ ମିଳିଛି। ଖବର ଲେଖାହେବା ସୁଦ୍ଧା କୌଣସି ଏତଲା ଦାୟର ହୋଇନଥିବା ସୂଚନା ରହିଛି। ମୃତ ଝିଅର ଘର ହରିଆଣାର ମହେନ୍ଦ୍ରଗଡ ଜିଲ୍ଲାରେ। ଝିଅର ପରିବାର ଲୋକେ ମୃତ୍ୟୁର ତଦନ୍ତ ଦାବି କରି ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କୁ ଚିଠି ଲେଖିଛନ୍ତି।

ମୃତ ଛାତ୍ରୀର ଭାଇ ମଧ୍ୟ ଏହି ସ୍କୁଲର ଅନ୍ୟ ଏକ ଶାଖାରେ ପାଠ ପଢ଼ନ୍ତି। ମୃତ ଛାତ୍ରୀଙ୍କ ପରିବାରର ଆର୍ଥିକ ସ୍ଥିତି ଭଲ ନଥିବା ଜଣାପଡ଼ିଛି।  ନୋଏଡାର ଏକ ପୁଲିସ ଟିମ୍ ଛାତ୍ରୀଙ୍କ ଘରକୁ ଯାଇଛନ୍ତି। ମୃତ ଛାତ୍ରୀଙ୍କ ମାଆ ସୋଶାଲ ମିଡିଆରେ ଏକ ଭିଡିଓ ଜାରି କରିଛନ୍ତି। ଯେଉଁଥିରେ ସେ ସ୍କୁଲକୁ ଟାର୍ଗେଟ କରିଛନ୍ତି। ଝିଅକୁ ଦୁଷ୍କର୍ମ କରିବା ପରେ ପଙ୍ଖାରେ ଝୁଲାଇ ହତ୍ୟା କରାଯାଇଛି ବୋଲି ସେ କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି, "ଜୁଲାଇ ୩ରେ, ସକାଳ ପାଞ୍ଚଟାରେ ସ୍କୁଲରୁ ଫୋନ୍ କଲ୍ ଆସିଥିଲା। ଶୀଘ୍ର ସ୍କୁଲକୁ ଆସିବାକୁ ଫୋନ କରିଥିବା ବ୍ୟକ୍ତି କହିଥିଲେ। ତେବେ କାରଣ ପଚାରିବାରୁ କିଛି ଉତ୍ତର ମିଳିନଥିଲା। ସ୍କୁଲ ଭିତରକୁ ଯିବା ମାତ୍ରେ ଆମ ଫୋନ୍ ଛଡ଼ାଇ ନିଆଯାଇଥିଲାଲା। ଏହା ପରେ ଆମେ ଝିଅ ଫ୍ୟାନରେ ଝୁଲୁଥିବାର ଦେଖିବାକୁ ପାଇଥିଲୁ"।

ନାବାଳିକାଙ୍କ ମା' ଅଭିଯୋଗ କରିଛନ୍ତି ଯେ ତାଙ୍କୁ ସ୍କୁଲ ମଧ୍ୟ ଧମକ ଦେଇଛି। ନୋଏଡା ଡିସିପି ସଙ୍କଲପ ଶର୍ମା କହିଛନ୍ତି ଯେ, ଏହି ମାମଲା ଜୁଲାଇ ୩ର। ଆମକୁ ସ୍କୁଲ ତରଫରୁ କୌଣସି ସୂଚନା ଦିଆଯାଇ ନଥିଲା। ଆମେ ଏପର୍ଯ୍ୟନ୍ତ କୌଣସି ଅଭିଯୋଗ ଗ୍ରହଣ କରିନାହୁଁ। ଆମେ ପରିବାର ସହ କଥା ହୋଇଛୁ ଅଭିଯୋଗ କରିବାକୁ କହିଛୁ। କିନ୍ତୁ ଏପର୍ଯ୍ୟନ୍ତ ମୃତକଙ୍କ ପରିବାର କୌଣସି ପ୍ରତିକ୍ରିୟା ରଖି ନାହାନ୍ତି। ସ୍କୁଲ ସହିତ ଆଲୋଚନା ହୋଇଛି। ଛାତ୍ରୀ ଜଣଙ୍କ ମୃତ୍ୟୂ ପୂର୍ବରୁ ଏକ ଚିଠି ଲେଖିଛନ୍ତି ବୋଲି ଜଣାପଡ଼ିଛି।

ସ୍କୁଲର ଶିକ୍ଷକ ଦେବେନ୍ଦ୍ର କହିଛନ୍ତି, ‘ଜୁଲାଇ ୩ରେ ଛାତ୍ରଛାତ୍ରୀଙ୍କ ପାଟିତୁଣ୍ଡର ଶବ୍ଦ ଶୁଣା ଯାଇଥିଲା। ଆମେ ଦେଖିଲୁ ଝିଅଟି ଏକ ଫ୍ୟାନରେ ଝୁଲୁଥିଲା। ଏହା ପରେ ଆମେ ସ୍କୁଲର ପ୍ରତିଷ୍ଠାତାଙ୍କୁ ଜଣାଇଥିଲୁ। ଏହା ପରେ ଅଭିଭାବକମାନଙ୍କୁ ସ୍କୁଲରୁ ଡକାଯାଇଥିଲା। ତେବେ ସ୍କୁଲ ପ୍ରତିଷ୍ଠାତା ଏବଂ ମୃତକଙ୍କ ଅଭିଭାବକଙ୍କ ମଧ୍ୟରେ କ’ଣ ହେଲା, ମୁଁ ଜାଣେ ନାହିଁ। ”

ଶିକ୍ଷକ ଜଣଙ୍କ ଆହୁରି କହିଛନ୍ତି, ଆତ୍ମହତ୍ୟା ନୋଟ ମଧ୍ୟ ମିଳିଛି ଯେଉଁଥିରେ ଲେଖା ଅଛି ଯେ “ମୋ ପରିବାର ସହ ମୋର ସମ୍ପର୍କ ଭଲ ନଥିଲା ଏବଂ ମୋ ମୃତ୍ୟୁରେ ସ୍କୁଲ କର୍ତ୍ତୃପକ୍ଷଙ୍କ କୌଣସି ଦୋଷ ନାହିଁ”।

Related story