ନୂଆଦିଲ୍ଲୀ: ମସ୍କୋରେ ଭାରତ ଏବଂ ଚୀନର ବୈଦେଶିକ ମନ୍ତ୍ରୀ ଏଲଏସି ପ୍ରସଙ୍ଗରେ କଥା ହୋଇଛନ୍ତି। ଏହି ଆଲୋଚନା ଦୁଇ ଦେଶ ମଧ୍ୟରେ ଚାଲିଥିବା ତିକ୍ତତାରେ ପୂର୍ଣ୍ଣଛେଦ ଟାଣିବ। କାରଣ ଆଲୋଚନା ସକାରାତ୍ମକ ରହିଛି। ହେଲେ ଚୀନ ଗଣମାଧ୍ୟମରେ ଏହାର ନକାରାତ୍ମକ ଚିତ୍ର ଦେଖିବାକୁ ମିଳିଛି। ଚୀନର ଗଣମାଧ୍ୟମ ସରକାରଙ୍କ କଥାରେ ପରିଚାଳିତ ହୋଇଥାଏ। ତେଣୁ କାଗଜ କଲମରେ ଏଲଏସିରେ ତିକ୍ତତା କମିବ ବୋଲି ଆକଳନ କରାଯାଉଛି।
ଚୀନ୍ ସରକାରଙ୍କ ମୁଖପାତ୍ର ଗ୍ଲୋବାଲ୍ ଟାଇମ୍ସରେ ଏକ ଖବର ପ୍ରକାଶ ପାଇଛି, ଯେଉଁଥିରେ କୁହାଯାଇଛି ଯେ ଦୁଇ ଦେଶ ମଧ୍ୟରେ ହୋଇଥିବା ଚୁକ୍ତିନାମାକୁ ପଏଣ୍ଟରେ ସହମତି କରାଯାଇପାରିବ ଏବଂ କେବଳ କାଗଜରେ ରହିପାରିବ। ଏହା ସହ ମୋଦି ସରକାର ମଧ୍ୟ ପୁରୁଣା ଶାନ୍ତି ଚୁକ୍ତିନାମା ଗ୍ରହଣ କରୁ ନ ଥିବା ଏହି ଖବରର ପ୍ରକାଶ ପାଇଛି।
ଗ୍ଲୋବାଲ ଟାଇମ୍ସର ଏହି ଖବରର ବିପରୀତ ଭାରତ ଅଭିଯୋଗ କରିଛି। ଚୀନ୍ ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟିଙ୍କ ସହ ବୈଠକରେ ମଧ୍ୟ ଜୟଶଙ୍କର ସ୍ପଷ୍ଟ ଭାବରେ କହିଛନ୍ତି ଯେ ଭାରତ ପୂର୍ବ ଚୁକ୍ତିନାମାକୁ ଅନୁସରଣ କରୁଛି ଏବଂ ଚୀନ୍ ତାହା କରୁନାହିଁ।
ଏହି ଖବରକୁ ନେଇ ସୀମା ବିଶେଷଜ୍ଞ ହୁ ଝିୟାଙ୍ଗ କହିଛନ୍ତି ଯେ, ଚୀନ୍ ଏବଂ ଭାରତ କ’ଣ କହୁଛି ତାହା ଦେଖିବାକୁ ଦରକାର ନାହିଁ। ବରଂ ଉଭୟ କ'ଣ କରୁଛନ୍ତି ତାହା ଦେଖିବା ଦରକାର। '
ହୁ ଝିୟାଙ୍ଗ ଆହୁରି କହିଛନ୍ତି ଯେ 2005 ମସିହାରେ ଚୀନ୍ ସରକାର ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ସହ ଶାନ୍ତି ପ୍ରସ୍ତାବ ସ୍ୱାକ୍ଷର କରିଥିଲେ। ହେଲେ ମୋଦି ପ୍ରଧାନମନ୍ତ୍ରୀ ହେବା ମାତ୍ରେ ସମସ୍ତ ଶାନ୍ତି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରାଯାଇଛି। ଯଦିଓ ଚୀନ୍ ନିଜେ ସୀମାରେ ଜମି ଦଖଲ କରିବାକୁ ଚେଷ୍ଟା କରୁଛି, କିନ୍ତୁ ଗ୍ଲୋବାଲ ଟାଇମ୍ସ ଲେଖିଛି ଯେ ଭାରତ ସୀମାରେ ଉତ୍ତେଜନାମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି।