ନାବାଳକକୁ ନୃଶଂସ ଛେଚିଲେ ଛେଳି ଚୋର

ମଣ୍ଡସୌର: ମଧ୍ୟପ୍ରଦେଶର ମଣ୍ଡସୌରରେ ଗୋଟିଏ ଭୟଙ୍କର ହତ୍ୟାକାଣ୍ଡ ଘଟିଛି। ଜଣେ ୧୨ ବର୍ଷର ପିଲାକୁ କିଛି ଛେଳି ଚୋର ଅତ୍ୟନ୍ତ ନୃଶଂସ ଭାବେ ତଣ୍ଟି ଚପିବା ପରେ ପଥରରେ ମୁଣ୍ଡକୁ ବାଡ଼େଇ ବାଡ଼େଇ ହତ୍ୟା କରିଛନ୍ତି। ପୁଲିସ୍‌ ଏହି ଘଟଣାରେ ଜଣେ ନାବାଳକ ସହ ୪ ଜଣଙ୍କୁ ଗିରଫ କରିଛି। ନଭେମ୍ବର ୧୧ରେ ଧବଲ ଗାଁର ଜଣେ ୧୨ ବର୍ଷୀୟ ବାଳକ ସ୍ଥାନୀୟ ଜଙ୍ଗଲକୁ ଛେଳି ନେଇ ଚରାଇବାକୁ ଯାଇଥିଲେ। ଉକ୍ତ ନାବାଳକର ନାଁ କାଳୁ। ଏହି […]

ui

Hemant Lenka
  • Published: Monday, 16 November 2020
  • , Updated: 16 November 2020, 09:39 PM IST

ମଣ୍ଡସୌର: ମଧ୍ୟପ୍ରଦେଶର ମଣ୍ଡସୌରରେ ଗୋଟିଏ ଭୟଙ୍କର ହତ୍ୟାକାଣ୍ଡ ଘଟିଛି। ଜଣେ ୧୨ ବର୍ଷର ପିଲାକୁ କିଛି ଛେଳି ଚୋର ଅତ୍ୟନ୍ତ ନୃଶଂସ ଭାବେ ତଣ୍ଟି ଚପିବା ପରେ ପଥରରେ ମୁଣ୍ଡକୁ ବାଡ଼େଇ ବାଡ଼େଇ ହତ୍ୟା କରିଛନ୍ତି। ପୁଲିସ୍‌ ଏହି ଘଟଣାରେ ଜଣେ ନାବାଳକ ସହ ୪ ଜଣଙ୍କୁ ଗିରଫ କରିଛି।

ନଭେମ୍ବର ୧୧ରେ ଧବଲ ଗାଁର ଜଣେ ୧୨ ବର୍ଷୀୟ ବାଳକ ସ୍ଥାନୀୟ ଜଙ୍ଗଲକୁ ଛେଳି ନେଇ ଚରାଇବାକୁ ଯାଇଥିଲେ। ଉକ୍ତ ନାବାଳକର ନାଁ କାଳୁ। ଏହି ସମୟରେ ଜଣେ ଯୁବକ କାଳୁର ଗୋଟିଏ ଛେଳିକୁ ଚୋରି କରିବାକୁ ଉଦ୍ୟମ କରିଥିଲେ। ଯୁବକ ଜଣଙ୍କ ଛେଳି ଚୋରି କରୁଥିବାରୁ କାଳୁ ଏହାର ପ୍ରତିବାଦ କରିଥିଲେ।

ଏଥିରେ ଉତକ୍ଷିପ୍ତ ହୋଇ ଯୁବକ ଜଣଙ୍କ ତାଙ୍କ ତଣ୍ଟିକୁ ଚିପି ଦେଇଥିଲେ। ସେ ତଳେ ପଡ଼ିଯିବା ପରେ ସଂପୃକ୍ତ ଯୁବକ ଓ ତା’ର ସହଯୋଗୀ କାଳୁର ମୁଣ୍ଡ ଏବଂ ମୁହଁକୁ ଗୋଟିଏ ବଡ଼ ପଥରରେ ବାରମ୍ବାର ପିଟି ଚାଲିଥିଲେ। ଘଟଣା ସ୍ଥଳରେ ହିଁ କାଳୁର ମୃତ୍ୟୁ ଘଟିଥିଲା। ପୁଲିସ୍‌ ଘଟଣା ସ୍ଥଳରୁ ଉକ୍ତ ପଥରକୁ ଜବତ କରି ୪ ଅଭିଯୁକ୍ତଙ୍କୁ ହତ୍ୟା ମାମଲାରେ ଗିରଫ କରିଛି।

ଏହି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ହେଉଛି ସଞ୍ଜୟ ମେଘୱାଲ(୨୧)। ପୁଲିସ୍‌ କହିଛି, ସଞ୍ଜୟ ହିଁ ପ୍ରଥମେ କାଳୁକୁ ପଥରରେ ଛେଚିଥିଲା। ତା’ ସହ ୩୫ ବର୍ଷୀୟ ନିର୍ମଳ ମେଘୱାଲ ମଧ୍ୟ ରହିଥିଲା।

କାଳୁଙ୍କୁ ହତ୍ୟା କରିବା ପରେ ଚୋରି ଛେଳି ସହ ସଞ୍ଜୟ ଓ ନିର୍ମଳ ରାଜସ୍ଥାନର ଗୌଲାନ ଗାଁରେ ରହୁଥିବା ରାଜେନ୍ଦ୍ର ପାଖରେ ପହଞ୍ଚିଥିଲେ। ଏଠାରେ ଛେଳିକୁ ନେବା ପାଇଁ ସେମାନଙ୍କୁ ଜଣେ ନାବାଳକ ସହଯୋଗ କରିଥିଲା।

ପୁଲିସ୍‌ କହିଛି ଯେ ଛେଳି ଚୋରି ଓ ହତ୍ୟାକାଣ୍ଡରେ ସଂପୃକ୍ତ ସମସ୍ତ ୪ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଏଥିସହ ଚୋରି ହୋଇଥିବା ଛେଳିକୁ ମଧ୍ୟ ଉଦ୍ଧାର କରାଯାଇଛି।

Related story