‘ଭଗବାନଙ୍କ ଭରସାରେ ଦେଶର ଅର୍ଥ ବ୍ୟବସ୍ଥା’

ନୂଆଦିଲ୍ଲୀ: ସଂସଦର ଶୀତକାଳୀନ ଅବସରରରେ ବିଜେପି ସାଂସଦ ନିଶିକାନ୍ତ ଦୁବେ ସୋମବାର ଜିଡିପି ଉପରେ ନିଜର ମତ ରଖିଥିଲେ। ଆଉ ଏହି ମତ ଏବେ ନିଜ ଦଳ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଛି। ଅନ୍ୟପଟେ ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଜେଲରେ ଥିବା କଂଗ୍ରେସ ନେତା ପି. ଚିଦାମ୍ୱରମ ଏହି ପ୍ରସଙ୍ଗରେ ନିଜ ସମ୍ପର୍କୀୟଙ୍କ ଦ୍ୱାରା ନିଜ ଟୁଇଟର ଆକାଉଣ୍ଟରେ ଟୁଇଟ୍ କରି କଡ଼ା ଜାବବ ରଖିଛନ୍ତି। ପି. ଚିଦାମ୍ୱରମ କହିଛନ୍ତି, ଦେଶର ଅଭିବୃଦ୍ଧି ଏବେ […]

chida

chida

Subhransu Sekhar
  • Published: Tuesday, 03 December 2019
  • Updated: 03 December 2019, 03:37 PM IST

Sports

Latest News

ନୂଆଦିଲ୍ଲୀ: ସଂସଦର ଶୀତକାଳୀନ ଅବସରରରେ ବିଜେପି ସାଂସଦ ନିଶିକାନ୍ତ ଦୁବେ ସୋମବାର ଜିଡିପି ଉପରେ ନିଜର ମତ ରଖିଥିଲେ। ଆଉ ଏହି ମତ ଏବେ ନିଜ ଦଳ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଛି। ଅନ୍ୟପଟେ ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଜେଲରେ ଥିବା କଂଗ୍ରେସ ନେତା ପି. ଚିଦାମ୍ୱରମ ଏହି ପ୍ରସଙ୍ଗରେ ନିଜ ସମ୍ପର୍କୀୟଙ୍କ ଦ୍ୱାରା ନିଜ ଟୁଇଟର ଆକାଉଣ୍ଟରେ ଟୁଇଟ୍ କରି କଡ଼ା ଜାବବ ରଖିଛନ୍ତି।

ପି. ଚିଦାମ୍ୱରମ କହିଛନ୍ତି, ଦେଶର ଅଭିବୃଦ୍ଧି ଏବେ ଭଗବାନଙ୍କ ଭରସାରେ।‘ ଜିଡିପି ଅଙ୍କର କୌଣସି ମୂଲ୍ୟ ନାହିଁ, ବ୍ୟକ୍ତିଗତ ଟିକସ କଟାଯିବ, ଆମଦାନୀ ଶୁଳ୍କ ବଢ଼ାଯିବ। ଅର୍ଥନୀତିର ସୁଧାର ପାଇଁ ବିଜେପିର ଏହା ବିଚାର’।

https://twitter.com/PChidambaram_IN/status/1201716119364489217

ବିଜେପି ସାଂସଦ ଦୁବେ କହିଥିଲେ, ୧୯୩୪ରେ ଜିଡିପି ଆସିଥିଲା, ଏହା ପୂର୍ବରୁ ଜିଡିପି ବ୍ୟବସ୍ଥା ନଥିଲା। କେବଳ ଜିଡିପିକୁ ବାଇବେଲ, ରାମାୟଣ କି ମହାଭାରତ ନୁହେଁ। ଏହା ଏବେ ଅଛି ଭବିଷ୍ୟତରେ ଡିଜିପିର ସେମିତି କିଛି ଉପଯୋଗ ରହିନପାରେ। ତେଣୁ ଜିଡିପିକୁ ନେଇ ଏତେ ଭାବିବାର ଆବଶ୍ୟକତା ନାହିଁ।

ସୂଚନାଯୋଗ୍ୟ, ଲଗାତାର ସପ୍ତମ କ୍ୱାର୍ଟର ପାଇଁ ଗ୍ରସ୍‌ ଡୋମେଷ୍ଟିକ୍‌ ପ୍ରଡକ୍ଟ (ଜିଡିପି)ରେ ହ୍ରାସ ହେବାରେ ଲାଗିଛି। ୨୦୧୯-୨୦୨୦ ଆର୍ଥିକ ବର୍ଷର ଜୁଲାଇ-ସେପ୍ଟେମ୍ବର କ୍ୱାର୍ଟରରେ ଜିଡିପି ୪.୫%ରେ ପହଞ୍ଚିଛି। ଗତ ତ୍ରୟମାସିକ ତୁଳନାରେ ଜିଡିପିରେ ୦.୫% ହ୍ରାସ ପାଇଛି। ଅନ୍ୟପକ୍ଷରେ ଗତ ଆର୍ଥିକ ବର୍ଷ (୨୦୧୮-୧୯)ର ଦ୍ୱିତୀୟ ତ୍ରୟମାସିକକୁ ତୁଳନା କଲେ ଏଥିରେ ୨.୬% ହ୍ରାସ ହୋଇଛି। ଗତ ବର୍ଷର ଦ୍ୱିତୀୟ କ୍ୱାର୍ଟରରେ ଜିଡିପି ୭.୧% ରହିଥିଲା। ଅଭିବୃଦ୍ଧି ହାର କମିବାକୁ ନେଇ ଏବେ ସରକାରକୁ ଘେରିଛନ୍ତି ବିରୋଧୀ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos