ଭାରତୀୟଙ୍କୁ ରୋଜଗାର ଦେବ ଗୁଗୁଲ

ଓ୍ୱାଶିଂଟନ: ଭାରତରେ ୧୦ ବିଲିୟନ ଡଲାର (୭୫, ୦୦୦ କୋଟି) ପୁଞ୍ଜି ନିବେଶ କରିବ ଗୁଗୁଲ୍। କରୋନା ମହାମାରୀ ବେଳେ ଦେଶରେ ବେରୋଜଗାରୀ ହାର ବଢ଼ୁଥିବା ବେଳେ ଗୁଗୁଲର ଏହି ଘୋଷଣା ଭାରତୀୟଙ୍କ ପାଇଁ ନିଶ୍ଚିତ ଭାବରେ ଭଲ ଖବର। ଗୁଗୁଲ କହିଛି ଯେ ଏହି ପୁଞ୍ଜି ନିବେଶ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଡିଜିଟାଲ୍ ଇଣ୍ଡିଆ ଲକ୍ଷ୍ୟକୁ ସଫଳ କରିବାରେ ସହାୟକ ହେବ। Today at #GoogleForIndia we announced a new $10B digitization fund […]

Google-and-Alphabet-CEO-Sundar-Pichai

Subhransu Sekhar
  • Published: Monday, 13 July 2020
  • , Updated: 13 July 2020, 06:02 PM IST

ଓ୍ୱାଶିଂଟନ: ଭାରତରେ ୧୦ ବିଲିୟନ ଡଲାର (୭୫, ୦୦୦ କୋଟି) ପୁଞ୍ଜି ନିବେଶ କରିବ ଗୁଗୁଲ୍। କରୋନା ମହାମାରୀ ବେଳେ ଦେଶରେ ବେରୋଜଗାରୀ ହାର ବଢ଼ୁଥିବା ବେଳେ ଗୁଗୁଲର ଏହି ଘୋଷଣା ଭାରତୀୟଙ୍କ ପାଇଁ ନିଶ୍ଚିତ ଭାବରେ ଭଲ ଖବର। ଗୁଗୁଲ କହିଛି ଯେ ଏହି ପୁଞ୍ଜି ନିବେଶ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଡିଜିଟାଲ୍ ଇଣ୍ଡିଆ ଲକ୍ଷ୍ୟକୁ ସଫଳ କରିବାରେ ସହାୟକ ହେବ।

https://twitter.com/sundarpichai/status/1282598821504016386

ଗୁରୁଲ ଏହି ଘୋଷଣା କରିବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୁଗୁଲ ସିଇଓ ସୁନ୍ଦର ପିଚାଇଙ୍କ ମଧ୍ୟରେ ଭିଡିଓ କନଫରେନସିଂ ଜରିଆରେ ବୈଠକ ହୋଇଥିଲା। ଯେଉଁଥିରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ଭାରତର ଚାଷୀ, ଯୁବକ ଏବଂ ଉଦ୍ୟୋଗୀଙ୍କ ଜୀବନରେ ପରିବର୍ତ୍ତନ ଆଣିବା ପାଇଁ ଟେକ୍ନୋଲୋଜିକୁ ଗୁରୁତ୍ୱ ଦେବା ଦରକାର ବୋଲି ବୈଠକରେ ଆଲୋଚନା ହୋଇଥିବା ସୂଚନା ରହିଛି।
ମୋଦି ମଧ୍ୟ ଟୁଇଟ୍ କରି କହିଛନ୍ତି, ଆଜି ସକାଳେ ସୁନ୍ଦର ପିଚାଇଙ୍କ ସହିତ ଆଲୋଚନା ସଫଳ ହୋଇଛି। ବିଭିନ୍ନ ପ୍ରସଙ୍ଗରେ ଆମେ କଥା ହୋଇଛୁ।

https://twitter.com/narendramodi/status/1282582190061047808

ସୂଚନାଯୋଗ୍ୟ, ଗୁଗୁଲ୍ ଫର୍ ଇଣ୍ଡିଆ ବାର୍ଷିକ କାର୍ଯ୍ୟକ୍ରମ ଆୟୋଜିତ କରିଛି। କରୋନା ମହାମାରୀ ପାଇଁ ଏହି କାର୍ଯ୍ୟକ୍ରମ ଭର୍ଚୁଆଲ୍ ଢ଼ଙ୍ଗରେ ଆୟୋଜିତ ହେଉଛି। ଏହି କାର୍ଯ୍ୟକ୍ରମରେ ଗୁଗୁଲ୍ ଏବଂ ଆଲଫାବେଟର ସିଇଓ ସୁନ୍ଦର ପିଚାଇ ଉପସ୍ଥିତ ଥିଲେ। ସୁନ୍ଦର ପିଚାଇ ହେଉଛନ୍ତି ଭାରତୀୟ ବଂଶୋଦ୍ଭବ। ଏବେ ସେ ଆମେରିକାର ନାଗରିକତ୍ୱ ଗ୍ରହଣ କରିଛନ୍ତି।

Related story