ଏନଆରସି ବିଲ୍ ପାସ କରିବାକୁ କଣ୍ଟା ସାଜିବ ଶିବସେନା!

ନୂଆଦିଲ୍ଲୀ: ଆସନ୍ତାକାଲିଠୁ ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ଏହି ଅଧିବେଶନରେ ଶାସକ ଦଳ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଲ୍ ଆଣିବ। ଏହି ଶୀତକାଳୀନ ଅଧିବେଶନ ୧୮ ନଭେମ୍ୱରରୁ ଆରମ୍ଭ ହୋଇ ୧୩ ଡିସେମ୍ୱରରେ ଶେଷ ହେବ। ଏହି ଅଧିବେଶନରେ ନାଗରିକ ସଂଶୋଧନ ବିଲ୍ (ଏନଆରସି) ସହିତ ଅନେକ ଗୁରୁତ୍ୱପୂର୍ଣ୍ଣ ବିଲ୍ ଆସିବ ବୋଲି ଜଣାପଡ଼ିଛି। ତେବେ ବିରୋଧୀ ମଧ୍ୟ ସରକାରଙ୍କୁ ଘେରିବା ପାଇଁ ରଣନୀତି ପ୍ରସ୍ତୁତ କରିଛନ୍ତି। ମୋଦି ସରକାର ତାଙ୍କ ପୂର୍ବ କାର୍ଯ୍ୟକାଳରେ ବିରୋଧୀଙ୍କ […]

parliament

parliament

Subhransu Sekhar
  • Published: Sunday, 17 November 2019
  • Updated: 17 November 2019, 04:27 PM IST

Sports

Latest News

ନୂଆଦିଲ୍ଲୀ: ଆସନ୍ତାକାଲିଠୁ ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ଏହି ଅଧିବେଶନରେ ଶାସକ ଦଳ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଲ୍ ଆଣିବ। ଏହି ଶୀତକାଳୀନ ଅଧିବେଶନ ୧୮ ନଭେମ୍ୱରରୁ ଆରମ୍ଭ ହୋଇ ୧୩ ଡିସେମ୍ୱରରେ ଶେଷ ହେବ। ଏହି ଅଧିବେଶନରେ ନାଗରିକ ସଂଶୋଧନ ବିଲ୍ (ଏନଆରସି) ସହିତ ଅନେକ ଗୁରୁତ୍ୱପୂର୍ଣ୍ଣ ବିଲ୍ ଆସିବ ବୋଲି ଜଣାପଡ଼ିଛି। ତେବେ ବିରୋଧୀ ମଧ୍ୟ ସରକାରଙ୍କୁ ଘେରିବା ପାଇଁ ରଣନୀତି ପ୍ରସ୍ତୁତ କରିଛନ୍ତି। ମୋଦି ସରକାର ତାଙ୍କ ପୂର୍ବ କାର୍ଯ୍ୟକାଳରେ ବିରୋଧୀଙ୍କ ବିରୋଧ ପାଇଁ ଗୃହରେ ଏନଆରସି ବିଲ୍ ପାରିତ କରିପାରିନଥିଲେ। ଏଥର ମଧ୍ୟ ରାଜ୍ୟସଭାରେ ଶିବସେନା ବିରୋଧୀ ଆସନରେ ବସିବ ବୋଲି ନିଷ୍ପତ୍ତି ନେଇଥିବାରୁ ଶାସକ ଦଳ ଏନଆରସି ବିଲ୍ ପାସ କରିବା କଷ୍ଟକର ହୋଇ ପଡ଼ିବ। ଯାହାର ଫାଇଦା ବିରୋଧୀ ନେବ ବୋଲି ଆଶା ରଖିଛନ୍ତି। ଏଥିସହ ଚଳିତ ଅଧିବେଶନରେ ଦେଶରେ ଦେଖାଦେଇଥିବା ମାନ୍ଦାବସ୍ଥାକୁ ପ୍ରସଙ୍ଗ କରି ଶାସକ ଦଳକୁ ବିରୋଧୀ ଘେରିବା ପାଇଁ ରଣନୀତି ପ୍ରସ୍ତୁତ ହୋଇଛି।

ସଂସଦରେ ଅନେକ ଗୁରୁତ୍ୱପୂର୍ଣ୍ଣ ବିଲ୍ ସରକାର ଆଣିବେ। ତେଣୁ ବିରୋଧୀଙ୍କୁ ମନାଇବାକୁ ଚେଷ୍ଟା କରୁଛି ଶାସକ ଦଳ। ଶନିବାର ଲୋକସଭାର ବାଚସ୍ପତି ଓମ୍ ବିର୍ଲା ସର୍ବଦଳୀୟ ବୈଠକ ଡାକିଥିବା ବେଳେ ଆଜି (ରବିବାର) ସଂସଦୀୟ ବ୍ୟପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ସର୍ବଦଳୀୟ ବୈଠକ ଡ଼ାକିଥିଲେ। ସେହିପରି ଆଜି ଏନଡିଏର ମଧ୍ୟ ଏକ ବୈଠକ ବସିଛି। ଯେଉଁଥିରେ ଶିବସେନା ସାମିଲ୍ ହୋଇନାହିଁ। ଲୋକସଭାରେ ଶାସକ ଦଳକୁ ବିଲ୍ ପାସ କରିବା କଷ୍ଟକର ହେବ ନାହିଁ। ହେଲେ ରାଜ୍ୟସଭାରେ ବିରୋଧୀଙ୍କ ସଂଖ୍ୟା ଅଧିକ ଥିବାବେଳେ ଏବେ ଶିବସେନା ଏନଡିଏରୁ ଓହରି ବିରୋଧୀ ଆସନରେ ବସିବ ବୋଲି ନିଷ୍ପତ୍ତି ନେଇଛି। ତେଣୁ ରାଜ୍ୟସଭାରେ ବିଲ୍ ପାସ କରିବା ପାଇଁ ଶାସକ ଦଳକୁ ପୂର୍ବ ଅପେକ୍ଷା ଅଧିକ କସରତ କରିବାକୁ ପଡ଼ିବ।

ଶନିବାର ଲୋକସଭାର ବାଚସ୍ପତି ସର୍ବ ଦଳୀୟ ବୈଠକ ଡ଼ାକିଥିଲେ। ମାନ୍ଦାବସ୍ଥା, ଚାଷୀଙ୍କ ସମସ୍ୟା, ବେରୋଜଗାରୀ ଏବଂ ଜମ୍ମୁ କଶ୍ମୀରର ସ୍ଥିତି ପ୍ରସଙ୍ଗରେ ସରକାରଙ୍କଠୁ ବିରୋଧୀ ଜବାବ ମାଗିବେ ବୋଲି କହି ସାରିଛନ୍ତି।

ସେହିପରି ଦିଲ୍ଲୀରେ ଥିବା ବେଆଇନ କଲୋନୀକୁ ନିୟମ ପରିସରଭୁକ୍ତ କରିବା, ଡାକ୍ତରଙ୍କ ସୁରକ୍ଷା ପାଇଁ ଶାସକ ଦଳ ବିଧେୟକ ଆଣିବ ବୋଲି ଜଣାପଡ଼ିଛି। କର୍ପୋରେଟ ଟ୍ୟାକ୍ସ କମାଇବା ଏବଂ ଇ-ସିଗାରେଟ୍ ଉପରେ ବ୍ୟାନ ଲଗାଇବା ଆଦି ପ୍ରସଙ୍ଗରେ ଦୁଇଟି ବିଧେୟକ ଆସିବ। ଏହି ଦୁଇଟି ବିଧେୟକ ଆସିବ ବୋଲି ସେପ୍ଟେମ୍ୱରରେ ଶାସକ ଦଳ କହିଥିଲା।

ଗତ ଅଧିବେଶନର ଅନ୍ତିମ ସମୟରେ ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ନେଇ ବିଧେୟକ ଆସିଥିଲା। ଚଳିତ ଥର ଅଧିବେଶନରେ ଧାରା ୩୭୦ ଉଚ୍ଛେଦ ହେବା ପରେ ସ୍ଥିତି ବାବଦରେ ବିରେଧୀ ସରକାରଙ୍କୁ ଘେରିବେ ବୋଲି ଜଣାପଡ଼ିଛି।

ସର୍ବଦଳୀୟ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଚ୍ର ମନ୍ତ୍ରୀ ଅମିତ ଶାହ, କଂଗ୍ରେସ ନେତା ଗୁଲାମ ନବୀ ଆଜାଦ୍, ଅଧୀର ରଞ୍ଜନ ଚୌଧୁରୀ, ବିଏସପି ନେତା ସତୀଶ ଚନ୍ଦ୍ର ମିଶ୍ର, ଟିଏମସି ନେତା ଡାରେକ ଓ ବ୍ରାଏନ, ସୁଦୀପ ବନ୍ଦୋପାଧ୍ୟାୟ, ବିଜେଡି ନେତା ପିନାକୀ ମିଶ୍ର ଇତ୍ୟାଦି ଯୋଗ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story