ନଜରବନ୍ଦୀରୁ ମୁକ୍ତ ହେଲେ ଫାରୁକ୍ ଅବ୍ଦ୍ଦୁଲ୍ଲା
ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ନଜରବନ୍ଦୀ ରହିଥିବା ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦ୍ଦୁଲ୍ଲା ଏବେ ମୁକୁଳିବେ। ୭ ମାସରୁ ଅଧିକ ଦିନ ନ୍ୟାଶନାଲ କନଫରେନସର ସଭାପତି ଫାରୁକ ଅବଦ୍ଦୁଲ୍ଲା ନଜରବନ୍ଦୀ ହୋଇ ରହିବା ପରେ ମୁକୁଳିବେ। ଏ ନେଇ ଜମ୍ମୁ କଶ୍ମୀର ସରକାର ନିର୍ଦ୍ଦେଶ ଦେଇଛନ୍ତି।
Rohit Kansal, Principal Secretary Planning, Jammu & Kashmir: Government issues orders revoking detention of Dr Farooq Abdullah. pic.twitter.com/hgcCOQNzcg
— ANI (@ANI) March 13, 2020
ଗତ ବର୍ଷ ଡିସେମ୍ବରରେ ଫାରୁକ୍ ଅବଦ୍ଦୁଲ୍ଲାଙ୍କ ଅଟକ ମିଆଦ ତିନିମାସ ବୃଦ୍ଧି କରାଯାଇଥିଲା। ଫାରୁକ୍ ଅବଦୁଲ୍ଲାଙ୍କ ପୁଅ ଓମାର ଅବଦୁଲ୍ଲା ଏବଂ ପିପୁଲ୍ସ ଡେମୋକ୍ରାଟ୍ ପାର୍ଟି (ପିଡିପି) ସଭାପତି ମେହବୁବା ମୁଫତି ଏବେ ବି ଗୃହବନ୍ଦୀ ରହିଛନ୍ତି। ଏହି ଦୁଇ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ପବ୍ଲିକ ସେଫ୍ଟ ଆକ୍ଟ (ପିଏସଏ) ଲାଗୁ କରିଛନ୍ତି ସରକାର। ଉଭୟ ଏବେ ସରକାରଙ୍କ ଏହି ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।
ଗତବର୍ଷ ଅଗଷ୍ଟରେ ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିଥିଲେ କେନ୍ଦ୍ର ସରକାର। ଏହାପରେ ହିଂସା ଓ ଅନ୍ୟାନ୍ୟ ପାରିପାର୍ଶ୍ୱିକ ସ୍ଥିତିକୁ ଦେଖି ଅନେକ ନେତାଙ୍କୁ ଅଟକ ରଖିଥିଲା ପ୍ରଶାସନ। କାଳକ୍ରମେ ସରକାରଙ୍କ ସର୍ତ୍ତ ଆଧାରରେ କିଛି ନେତା ଜେଲରୁ ବାହାରିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।