ସପିଂ ମଲରେ ମିଳିବ ମଦ

ଲକ୍ଷ୍ନୌ: ଏଣିକି ସପିଂ ମଲରେ ମିଳିବ ମଦ। ଗ୍ରାହକମାନେ ସପିଂ ମଲରୁ ନିଜ ପସନ୍ଦର ମଦ ଆସି ନେଇପାରିବେ। ଏ ନେଇ ଉତ୍ତର ପ୍ରଦେଶ ସରକାର ଅନୁମତି ଦେଇଛନ୍ତି। ବିଦେଶୀ ମଦ, ସ୍କଚ୍, ବ୍ରାଣ୍ଡି, ଭୋଡା, ରମ୍ ଏବଂ ବିୟର କ୍ୟାନ୍ ଆଦି ସପିଂ ମଲରେ ବିକ୍ରି ହେବ। ଏହି ସପିଂ ମଲ ଗୁଡିକ ପାଇଁ ବର୍ଷିକିଆ ଲାଇସେନ୍ସ ଭାବରେ ୧୨ ଲକ୍ଷ ଟଙ୍କା ଦେୟ ସ୍ଥିର କରିଛନ୍ତି ସରକାର। ଗ୍ରାହକମାନଙ୍କୁ ନିଜେ ବ୍ରାଣ୍ଡ ବାଛିବା ପାଇଁ […]

wine shopping mall

Subhransu Sekhar
  • Published: Saturday, 25 July 2020
  • , Updated: 25 July 2020, 10:22 PM IST

ଲକ୍ଷ୍ନୌ: ଏଣିକି ସପିଂ ମଲରେ ମିଳିବ ମଦ। ଗ୍ରାହକମାନେ ସପିଂ ମଲରୁ ନିଜ ପସନ୍ଦର ମଦ ଆସି ନେଇପାରିବେ। ଏ ନେଇ ଉତ୍ତର ପ୍ରଦେଶ ସରକାର ଅନୁମତି ଦେଇଛନ୍ତି। ବିଦେଶୀ ମଦ, ସ୍କଚ୍, ବ୍ରାଣ୍ଡି, ଭୋଡା, ରମ୍ ଏବଂ ବିୟର କ୍ୟାନ୍ ଆଦି ସପିଂ ମଲରେ ବିକ୍ରି ହେବ। ଏହି ସପିଂ ମଲ ଗୁଡିକ ପାଇଁ ବର୍ଷିକିଆ ଲାଇସେନ୍ସ ଭାବରେ ୧୨ ଲକ୍ଷ ଟଙ୍କା ଦେୟ ସ୍ଥିର କରିଛନ୍ତି ସରକାର।

ଗ୍ରାହକମାନଙ୍କୁ ନିଜେ ବ୍ରାଣ୍ଡ ବାଛିବା ପାଇଁ ଅନୁମତି ଦିଆଯିବ। ତେବେ ସପିଂ ମଲ ଭିତରେ ମଦ ପିଇବାକୁ ଅନୁମତି ଦିଆଯିବ ନାହିଁ।

ସମଗ୍ର ଉତ୍ତରପ୍ରଦେଶ ସପ୍ତାହ ଶେଷରେ ବନ୍ଦ ରହିବ, କିନ୍ତୁ ଏହି ସମୟ ମଧ୍ୟରେ ମଦ ଦୋକାନ ଖୋଲା ରଖିବାକୁ ଅନୁମତି ଦେଇଛନ୍ତି ଯୋଗୀ ସରକାର। ସକାଳ ୧୦ ଟାରୁ ରାତି ୯ ଟା ପର୍ଯ୍ୟନ୍ତ ମଦ ଦୋକାନ ଖୋଲା ରହିପାରିବ।

ତେବେ କେଣ୍ଟେନମେଣ୍ଟ ଜୋନରେ ସପିଂ ମଲ୍ ଥିଲେ ଖୋଲିବାକୁ ଅନୁମତି ମିଳିବ ନାହିଁ ବୋଲି ସରକାର କହିଛନ୍ତି। ଦେଶରେ ଲକଡାଉନ ଲାଗୁ ହୋଇଥିବା ବେଳେ ମଦ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଯାଇଥିଲା। ଏହି ସମୟରେ ଲୋକମାନେ ବେଆଇନ ଭାବେ ଚୋରା ମଦ କିଣୁ ଥିବା ନଜରକୁ ଆସିଥିଲା। ହେଲେ ଏବେର ଲକଡାଉନ ବେଳେ ସରକାର ଅନେକ ରିହାତି ଦେଇଛନ୍ତି।

Related story