ଶିବସେନା ସମର୍ଥନ ବିନା ସରକାର ଗଢ଼ିବାକୁ ଫଡ଼ନାବିସଙ୍କୁ ମନା କରିଥିଲା ଆରଏସଏସ

ମୁମ୍ୱାଇ: ମହାରାଷ୍ଟ୍ରରେ ନିର୍ବାଚନ ଫଳାଫଳ ଘୋଷଣା ହେବା ପରେ ଦେବେନ୍ଦ୍ର ଫଡ଼ନାବିସ ସରକାର ଗଢ଼ିଥିଲେ। ହେଲେ ୩ ଦିନ ପରେ ସେ ଇସ୍ତଫା ଦେଇଛନ୍ତି। କିନ୍ତୁ ଏଭଳି ସରକାର ନଗଢ଼ିବା ପାଇଁ ବିଜେପିର ଆଦର୍ଶ ଗୁରୁ ଆରଏସଏସ କହିଥିଲା। ମୁମ୍ୱାଇର ଏକ ଖବରକାଗଜରେ ଏ ନେଇ ଖବର ପ୍ରକାଶ ପାଇଛି। ଆରଏସଏସ ଚାହୁଁଥିଲା ଶିବସେନା ସହ ମିଶି ବିଜେପି ସରକାର ଗଢ଼ୁ। ଯଦି ମେଣ୍ଟ ସମ୍ଭବ ନହେଉଛି ତାହେଲେ ବିରୋଧୀ ଆସନରେ ରହି ଲୋକଙ୍କ ସେବା କରିବା […]

FADNAVIS MOHAN BHAGWAT

Subhransu Sekhar
  • Published: Wednesday, 27 November 2019
  • , Updated: 27 November 2019, 03:12 PM IST

ମୁମ୍ୱାଇ: ମହାରାଷ୍ଟ୍ରରେ ନିର୍ବାଚନ ଫଳାଫଳ ଘୋଷଣା ହେବା ପରେ ଦେବେନ୍ଦ୍ର ଫଡ଼ନାବିସ ସରକାର ଗଢ଼ିଥିଲେ। ହେଲେ ୩ ଦିନ ପରେ ସେ ଇସ୍ତଫା ଦେଇଛନ୍ତି। କିନ୍ତୁ ଏଭଳି ସରକାର ନଗଢ଼ିବା ପାଇଁ ବିଜେପିର ଆଦର୍ଶ ଗୁରୁ ଆରଏସଏସ କହିଥିଲା। ମୁମ୍ୱାଇର ଏକ ଖବରକାଗଜରେ ଏ ନେଇ ଖବର ପ୍ରକାଶ ପାଇଛି। ଆରଏସଏସ ଚାହୁଁଥିଲା ଶିବସେନା ସହ ମିଶି ବିଜେପି ସରକାର ଗଢ଼ୁ। ଯଦି ମେଣ୍ଟ ସମ୍ଭବ ନହେଉଛି ତାହେଲେ ବିରୋଧୀ ଆସନରେ ରହି ଲୋକଙ୍କ ସେବା କରିବା ଦରକାର ବୋଲି ଦେବେନ୍ଦ୍ର ଫଡ଼ନାବିସଙ୍କୁ ଆରଏସଏସ ପରମର୍ଶ ଦେଇଥିଲା। ଯଦି ବିଧାୟକ କିଣାବିକା ହେବ ତାହେଲେ ବିଜେପିର ଭାବମୂର୍ତ୍ତି ଉପରେ ଦାଗ ଲାଗିପାରେ।

ସୂଚନାଯୋଗ୍ୟ, ଶିବସେନା ନେତା କିଶୋର ତିଓ୍ୱାରୀ ଆରଏସଏସ ମୁଖ୍ୟ ମୋହନ ଭାଗବତଙ୍କୁ ଚିଠି ଲେଖି ଶିବସେନା ଓ ବିଜେପି ମଧ୍ୟରେ ବିବାଦ ସମାଧାନ ପାଇଁ ନିବେଦନ କରିଥିଲେ। ଏହାପରେ କେନ୍ଦ୍ରମନ୍ତ୍ରୀ ନୀତୀନ ଗଡ଼କରୀ ଏବଂ ଦେବେନ୍ଦ୍ର ଫଡ଼ନାବିସ ନାଗପୁର ଆରଏସଏସ ମୁଖ୍ୟ କାର୍ଯ୍ୟାଳୟରେ ମୋହନ ଭାଗବତଙ୍କୁ ଭେଟିଥିଲେ। ଏହି ସମୟରେ ମୋହନ ଭାଗବତ ବିଜେପିକୁ ଶିବସେନା ସହିତ ମିଶିବା ପାଇଁ ପରାମର୍ଶ ଦେଇଥିଲେ। ନଚେତ ବିରୋଧୀ ଆସନରେ ବସିବାକୁ ପରାମର୍ଶ ଦେଇଥିଲେ ବୋଲି ସୂଚନା ରହିଛି।

ହେଲେ ଏହାପରେ ଫଡ଼ନାବିସ ଏନସିପି ବିଧାୟକ ଅଜିତ ପାଓ୍ୱାରଙ୍କ ସମର୍ଥନରେ ସରକାର ଗଢ଼ିଥିଲେ। ସକାଳୁ ସକାଳୁ ଫଡ଼ନାବିସ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଥିବା ବେଳେ ଅଜିତ ପାଓ୍ୱାର ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଥିଲେ। ହେଲେ ଏନସିପି ବିଧାୟକମାନେ ଅଜିତଙ୍କ ନେତୃତ୍ୱକୁ ସମର୍ଥନ କରିନଥିଲେ। ଫଳରେ ଆସ୍ଥା ଭୋଟ ପୂର୍ବରୁ ଉଭୟ ଫଡ଼ନାବିସ ଏବଂ ଅଜିତ ପାଓ୍ୱାର ନିଜ ନିଜ ପଦବୀରୁ ଇସ୍ତଫା ଦେଇଥିଲେ।

Related story