ଆଧାର ନମ୍ବର ଭୁଲ୍‌ ଦେଲେ ୧୦ ହଜାର ଜୋରିମାନା!

ନୂଆଦିଲ୍ଲୀ: ଯଦି କୌଣସି ବ୍ୟକ୍ତି ଭୁଲ ଆଧାର ନମ୍ବର ଦିଅନ୍ତି, ତା’ହେଲେ ତାଙ୍କୁ ୧୦ ହଜାର ଟଙ୍କା ଜୋରିମାନା ଦାଖଲ କରିବାକୁ ପଡ଼ିବ। ଖୁବ୍‌ଶୀଘ୍ର ସରକାର ଏନେଇ ଏକ ନୂଆ ଆଇନ୍‌ ପ୍ରଣୟନ କରିବେ। ଚଳିତ ବଜେଟ୍‌ ବେଳେ କେନ୍ଦ୍ର ଅର୍ଥମନ୍ତ୍ରୀ ରିଟର୍ଣ୍ଣ ଫାଇଲ୍‌ ବେଳେ ଆଧାର ବଦଳରେ ପ୍ୟାନ୍ ଓ ପ୍ୟାନ୍‌ ବଦଳରେ ଆଧାର ଚଳିବ ବୋଲି କହିଥିଲେ। ବିପୁଳ ପରିମାଣର ଟଙ୍କା କାରବାର, କାର୍‌ କିମ୍ବା ଘର କିଣା, ବିଦେଶ ଯାତ୍ରା ଏବଂ ପୁଞ୍ଜି […]

e

Hemant Lenka
  • Published: Sunday, 14 July 2019
  • , Updated: 14 July 2019, 01:24 PM IST

ନୂଆଦିଲ୍ଲୀ: ଯଦି କୌଣସି ବ୍ୟକ୍ତି ଭୁଲ ଆଧାର ନମ୍ବର ଦିଅନ୍ତି, ତା’ହେଲେ ତାଙ୍କୁ ୧୦ ହଜାର ଟଙ୍କା ଜୋରିମାନା ଦାଖଲ କରିବାକୁ ପଡ଼ିବ। ଖୁବ୍‌ଶୀଘ୍ର ସରକାର ଏନେଇ ଏକ ନୂଆ ଆଇନ୍‌ ପ୍ରଣୟନ କରିବେ। ଚଳିତ ବଜେଟ୍‌ ବେଳେ କେନ୍ଦ୍ର ଅର୍ଥମନ୍ତ୍ରୀ ରିଟର୍ଣ୍ଣ ଫାଇଲ୍‌ ବେଳେ ଆଧାର ବଦଳରେ ପ୍ୟାନ୍ ଓ ପ୍ୟାନ୍‌ ବଦଳରେ ଆଧାର ଚଳିବ ବୋଲି କହିଥିଲେ।

ବିପୁଳ ପରିମାଣର ଟଙ୍କା କାରବାର, କାର୍‌ କିମ୍ବା ଘର କିଣା, ବିଦେଶ ଯାତ୍ରା ଏବଂ ପୁଞ୍ଜି ନିବେଶ ସମୟରେ ଆପଣ ଆଧାର ନମ୍ବର ଜରିଆରେ ନିଜର ପରିଚୟ ଦେଇପାରିବେ। କିନ୍ତୁ ଆପଣ ଯେତେଥର ଆଧାର ନମ୍ବର ଭୁଲ୍‌ ଦେବେ, ସେଥିପାଇଁ ଆପଣଙ୍କୁ ୧୦ ହଜାର ଟଙ୍କା ଲେଖାଏ ଜୋରିମାନା ଦେବାକୁ ପଡ଼ିବ। ସମ୍ଭବତଃ ୨୦୧୯ ସେପ୍ଟେମ୍ବର ୧ରୁ ଏହି ନିୟମ ଲାଗୁ ହେବ। ତେବେ ଏହାପୂର୍ବରୁ ଜୋରିମାନା ଆଇନ୍‌ ଓ ଏ ସଂକ୍ରାନ୍ତ ବିଜ୍ଞପ୍ତି ପ୍ରକାଶ ପାଇବ।

ପ୍ରସ୍ତାବିତ ନିୟମ ଅନୁଯାୟୀ, ଯଦି ଜଣେ ବ୍ୟକ୍ତି ଭୁଲ ଆଧାର ନମ୍ବର ଦିଅନ୍ତି, ତା’ହେଲେ ତାଙ୍କୁ ଜୋରିମାନା ହେବ। ସେହିପରି ଉକ୍ତ ବ୍ୟକ୍ତିଙ୍କ ଆଧାର କାର୍ଡକୁ ବୈଧ ଦର୍ଶାଇଥିବା ଅଧିକାରୀ ମଧ୍ୟ ଅନୁରୂପ ଭାବେ ଦଣ୍ଡିତ ହେବେ। ତେବେ ଜୋରିମାନା ନିର୍ଦ୍ଦେଶ ଦେବା ପୂର୍ବରୁ ସଂପୃକ୍ତ ବ୍ୟକ୍ତିଙ୍କୁ ନିଜର ପକ୍ଷ ରଖିବାକୁ ସୁଯୋଗ ଦିଆଯିବ।

ବଜେଟ ଉପସ୍ଥାପନ ବେଳେ ଅର୍ଥମନ୍ତ୍ରୀ କହିଥିଲେ, ବର୍ତ୍ତମାନ ୧.୨ ବିଲିୟନ ଭାରତୀୟଙ୍କ ପାଖରେ ଆଧାର କାର୍ଡ ରହିଛି। କିନ୍ତୁ ୨୨୦ ମିଲିୟନ ଲୋକଙ୍କ ପାଖରେ ପ୍ୟାନ୍‌ କାର୍ଡ ରହିଛି। ତେଣୁ ଆୟକର ଦାଖଲ ବେଳେ ଆଧାର ବଦଳରେ ପ୍ୟାନ୍ ଓ ପ୍ୟାନ୍ ବଦଳରେ ଜଣେ ବ୍ୟକ୍ତି ଆଧାର କାର୍ଡ ଦେଖାଇ ପାରିବେ।

ସେହିପରି ବ୍ୟାଙ୍କ ଆକାଉଣ୍ଟ, କ୍ରେଡିଟ୍‌ ଓ ଡେବିଟ୍‌ କାର୍ଡ ଆବେଦନ, ୫୦ ହଜାରୁ ଅଧିକ ରେଷ୍ଟୁରାଣ୍ଟ ଓ ହୋଟେଲ ବିଲ୍‌ ପୈଠ ଏବଂ ୨ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ସାମଗ୍ରୀ କିଣିବା ପାଇଁ ଲୋକମାନେ ପ୍ୟାନ୍‌ ବଦଳରେ ଆଧାର କାର୍ଡ ଦେଇପାରିବେ।

Related story