ପିଓକେ ଦଖଲ ଆଗାମୀ ମିଶନ୍‌: କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: ଗତ କିଛି ଦିନ ଧରି ବିଭିନ୍ନ ପ୍ରସଙ୍ଗ ମଧ୍ୟରେ ସବୁଠାରୁ ଅଧିକ ଚର୍ଚ୍ଚାରେ ରହିଛି କଶ୍ମୀର ପ୍ରସଙ୍ଗ। ଜମ୍ମୁ-କଶ୍ମୀରକୁ ଭାରତଠାରୁ ଅଲଗା କରି ରଖୁଥିବା ଧାରା ୩୭୦ ଉଚ୍ଛେଦ ପରେ ସମସ୍ତଙ୍କ ନଜର ଏବେ କଶ୍ମୀର ଉପରେ ରହିଛି। ତେବେ ଜାଣିକରି ଆଶ୍ଚର୍ଯ୍ୟ ହେବେ କିଛି ରାଜନୀତିକ ଭୁଲ୍‌ କାରଣରୁ କଶ୍ମୀରର ଏକ ଅଂଶ ବର୍ତ୍ତମାନ ପାକିସ୍ତାନ ଦଖଲରେ ରହିଛି। କେନ୍ଦ୍ର ସରକାର ବର୍ତ୍ତମାନ ଏହି ପାକିସ୍ତାନ ଅଧିକୃତ କଶ୍ମୀର (ପିଓକେ)କୁ ଆମ ଦେଶର ଦଖଲକୁ […]

jitendra

jitendra

Subrat Kumar Nayak
  • Published: Wednesday, 11 September 2019
  • Updated: 11 September 2019, 09:01 PM IST

Sports

Latest News

ନୂଆଦିଲ୍ଲୀ: ଗତ କିଛି ଦିନ ଧରି ବିଭିନ୍ନ ପ୍ରସଙ୍ଗ ମଧ୍ୟରେ ସବୁଠାରୁ ଅଧିକ ଚର୍ଚ୍ଚାରେ ରହିଛି କଶ୍ମୀର ପ୍ରସଙ୍ଗ। ଜମ୍ମୁ-କଶ୍ମୀରକୁ ଭାରତଠାରୁ ଅଲଗା କରି ରଖୁଥିବା ଧାରା ୩୭୦ ଉଚ୍ଛେଦ ପରେ ସମସ୍ତଙ୍କ ନଜର ଏବେ କଶ୍ମୀର ଉପରେ ରହିଛି। ତେବେ ଜାଣିକରି ଆଶ୍ଚର୍ଯ୍ୟ ହେବେ କିଛି ରାଜନୀତିକ ଭୁଲ୍‌ କାରଣରୁ କଶ୍ମୀରର ଏକ ଅଂଶ ବର୍ତ୍ତମାନ ପାକିସ୍ତାନ ଦଖଲରେ ରହିଛି। କେନ୍ଦ୍ର ସରକାର ବର୍ତ୍ତମାନ ଏହି ପାକିସ୍ତାନ ଅଧିକୃତ କଶ୍ମୀର (ପିଓକେ)କୁ ଆମ ଦେଶର ଦଖଲକୁ ଆଣିବାକୁ ସମସ୍ତ ପ୍ରୟାସ ଆରମ୍ଭ କରିଥିବା ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ।

ସେ କହିଛନ୍ତି, “ବର୍ତ୍ତମାନ ଏଜେଣ୍ଡା ହେଉଛି ପିଓକେ ଦଖଲ କରିବା ଏବଂ ଏହାକୁ ପୂର୍ବବତ୍‌ ଭାରତରେ ସାମିଲ କରିବା। ଏହା ମୋର କିମ୍ବା ମୋ ଦଳର ପ୍ରତିଜ୍ଞା ନୁହେଁ। ଏହା ୧୯୯୪ ମସିହାରେ ପିଭି ନରସିଂହ ରାଓଙ୍କ ନେତୃତ୍ୱରେ କଂଗ୍ରେସ ସରକାର ଦ୍ୱାରା ପାରିତ ସଂକଳ୍ପର ପ୍ରତିଜ୍ଞା।”

ସେ ଏହି ଅବସରରେ କହିଥିଲେ, ସରକାର ଗତ ୧୦୦ ଦିନରେ ବହୁତ ନିଷ୍ପତ୍ତି ନେଇଛନ୍ତି। କିନ୍ତୁ ସେଗୁଡ଼ିକ ମଧ୍ୟରେ ଧାରା ୩୭୦ ଉଚ୍ଛେଦ ସବୁଠାରୁ ବଡ଼ ସଫଳତା। ସେ କହିଛନ୍ତି ନା କଶ୍ମୀର ବନ୍ଦ ଅଛି ନା ସେଠାରେ କର୍ଫ୍ୟୁ ଲାଗିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos