ଆନ୍ଦୋଳନ ଓ ମତାନ୍ତରକୁ ନେଇ ସୁପ୍ରିମକୋର୍ଟ ଜଜଙ୍କ ବଡ଼ ବୟାନ: ସରକାର ସବୁବେଳେ ଠିକ ନୁହନ୍ତି

ନୂଆଦିଲ୍ଲୀ: ଦେଶରେ ଏବେ ବିବାଦୀୟ ନାଗରିକତା ସଂଶୋଧନ ଆଇନ(ସିଏଏ) ଓ ଏନଆରସି ବିରୋଧରେ ଅନେକ ଆନ୍ଦୋଳନ ହେଉଛି। ଏଭଳି ଆନ୍ଦୋଳନକୁ କେତେବେଳେ ସରକାର ଦେଶ ବିରୋଧୀ କହୁଛନ୍ତି ତ ଆଉ କେତେବେଳେ ବିକ୍ଷୋଭକାରୀଙ୍କୁ ଦେଶଦ୍ରୋହୀ ଆଖ୍ୟା ଦେଉଛନ୍ତି। ସେହିପରି ସରକାରଙ୍କ ସହ ମଥ ପାର୍ଥକ୍ୟ ରଖୁଥିବା ଲୋକଙ୍କୁ ମଧ୍ୟ ଦେଶଦ୍ରୋହୀ କୁହାଯାଉଛି। ଦେଶରେ ଚାଲିଥିବା ଆନ୍ଦୋଳନ ଓ ମତ ପାର୍ଥକ୍ୟ ଉପରେ ଆଜି ସୁପ୍ରିମକୋର୍ଟର ଜଣେ ବିଚାରପତି ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। ସରକାର ସବୁ ବେଳେ ଠିକ୍ […]

ez

Hemant Lenka
  • Published: Monday, 24 February 2020
  • , Updated: 24 February 2020, 09:57 PM IST

ନୂଆଦିଲ୍ଲୀ: ଦେଶରେ ଏବେ ବିବାଦୀୟ ନାଗରିକତା ସଂଶୋଧନ ଆଇନ(ସିଏଏ) ଓ ଏନଆରସି ବିରୋଧରେ ଅନେକ ଆନ୍ଦୋଳନ ହେଉଛି। ଏଭଳି ଆନ୍ଦୋଳନକୁ କେତେବେଳେ ସରକାର ଦେଶ ବିରୋଧୀ କହୁଛନ୍ତି ତ ଆଉ କେତେବେଳେ ବିକ୍ଷୋଭକାରୀଙ୍କୁ ଦେଶଦ୍ରୋହୀ ଆଖ୍ୟା ଦେଉଛନ୍ତି। ସେହିପରି ସରକାରଙ୍କ ସହ ମଥ ପାର୍ଥକ୍ୟ ରଖୁଥିବା ଲୋକଙ୍କୁ ମଧ୍ୟ ଦେଶଦ୍ରୋହୀ କୁହାଯାଉଛି।

ଦେଶରେ ଚାଲିଥିବା ଆନ୍ଦୋଳନ ଓ ମତ ପାର୍ଥକ୍ୟ ଉପରେ ଆଜି ସୁପ୍ରିମକୋର୍ଟର ଜଣେ ବିଚାରପତି ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। ସରକାର ସବୁ ବେଳେ ଠିକ୍ ବୋଲି ଭାବିବା ଭୁଲ ବୋଲି ଆଜି ବିଚାରପତି ଜଷ୍ଟିସ ଦୀପକ ଗୁପ୍ତା କହିଛନ୍ତି।

ସେ କହିଛନ୍ତି, “ମତ ପାର୍ଥକ୍ୟକୁ ରୋକିବା ବା ଏହାକୁ ବିରୋଧ କରିବାର କୁପ୍ରଭାବ ଗଣତନ୍ତ୍ର ଉପରେ ପଡ଼ିଥାଏ। ଯେଉଁ ପର୍ଯ୍ୟନ୍ତ କୌଣସି ଆନ୍ଦୋଳନ ହିଂସାତ୍ମକ ରୂପ ନେଇ ନାହିଁ, ସେ ଯାଏ ସରକାର ଏହାକୁ ଦମନ କରିପାରିବେ ନାହିଁ କିମ୍ବା ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ନାହିଁ। ସରକାର ସବୁ ବେଳେ ଠିକ୍ ହୋଇ ନପାରନ୍ତି। ସଂଖ୍ୟାଗରିଷ୍ଠତା ଗଣତନ୍ତ୍ରର ବିରୋଧାଭାଷ। ଆମେ ସମସ୍ତେ ଭୁଲ କରିଥାଉ।”

ମତାନ୍ତର ଓ ଗଣତନ୍ତ୍ର ଉପରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଜଷ୍ଟିସ ଗୁପ୍ତା କହିଛନ୍ତି, “ଯଦି କୌଣସି ଦଳ ୫୧% ଭୋଟ ପାଇଛି ଓ ତା’ର ପ୍ରତିପକ୍ଷ ୪୯% ଭୋଟ ପାଇଛି, ତା’ହେଲେ ଏହାର ଅର୍ଥ ନୁହେଁ ଯେ ୫ ବର୍ଷ ଯାଏ ୪୯% ଭୋଟ ପାଇଥିବା ଦଳ କିଛି ବି କହି ପାରିବ ନାହିଁ। ଗଣତନ୍ତ୍ରରେ ପ୍ରତିଟି ନାଗରିକଙ୍କ ଭୂମିକା ରହିଛି।

ଆଜିକାଲି ମତ ପାର୍ଥକ୍ୟକୁ ଦେଶଦ୍ରୋହୀ ଭାବେ ଦେଖାଯାଉଛି। ସରକାର ଓ ଦେଶ ଦୁଇଟି ଭିନ୍ନ ଭିନ୍ନ କଥା। ମୁଁ ଦେଖିବାକୁ ପାଇଛି ଯେ ନିକଟରେ ବାର ଆସୋସିଏସନ ଏକ ସଂକଳ୍ପ ପାରିତ କରିଛି। ଏଥିରେ କୁହାଯାଇଛି ଯେ ଦେଶଦ୍ରୋହୀ ମାମଲାରେ ସେମାନେ ଅଭିଯୁକ୍ତକୁ ଆଇନଗତ ସହାୟତା ଯୋଗାଇ ଦେବେନାହିଁ।

ଏହା ଭୁଲ। ଆପଣମାନେ କାହାକୁ ବି ଆଇନଗତ ସହଯୋଗରୁ ବଞ୍ଚିତ କରିପାରିବେ ନାହିଁ। ଯେଉଁ ପର୍ଯ୍ୟନ୍ତ ଆଇନ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେଉଥିବ, ସେ ଯାଏ ସମାଜର ବିକାଶ ହୋଇପାରିବ ନାହିଁ।”

ଏହାପୂର୍ବରୁ ମଧ୍ୟ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ ମତ ପାର୍ଥକ୍ୟକୁ ଏବେ ଦେଶରେ ଦେଶଦ୍ରୋହୀ ଭାବେ ବିବେଚନା କରାଯାଉଛି ବୋଲି ଚିନ୍ତା ପ୍ରକଟ କରିଥିଲେ।

Related story