ଜମ୍ମୁ-କଶ୍ମୀରରେ ସରକାର ଗଠନ ପାଇଁ ମୁଫତିଙ୍କ ଦାବି, ଭାଙ୍ଗିଲା ବିଧାନସଭା

ଶ୍ରୀନଗର: ଦୀର୍ଘ ୬ ମାସର ରାଜ୍ୟପାଳ ଶାସନ ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ମୁଖ୍ୟ ମେହବୁବା ମୁଫତି ଜମ୍ମୁ-କଶ୍ମୀରରେ ସରକାର ଗଠନ କରିବାକୁ ଦାବି କରିଛନ୍ତି। ଏନେଇ ସେ ଏକ ଚିଠି ରାଜ୍ୟପାଳ ସତ୍ୟପାଲ ମଲିକଙ୍କୁ ଲେଖିଛନ୍ତି। କୌଣସି କାର୍ଯ୍ୟ ପାଇଁ ରାଜ୍ୟପାଳ ରାଜ୍ୟ ବାହାରେ ଥିବାରୁ ମୁଫତି ଏଭଳି ଚିଠି ଲେଖି ବୈଠକର ସମୟ ନିର୍ଦ୍ଧାରଣ ପାଇଁ ଚିଠି ଲେଖିଛନ୍ତି। ମୁଫତିଙ୍କ ପିଡିପିକୁ କଂଗ୍ରେସ ଓ ନ୍ୟାଶନାଲ କନଫରେନ୍ସ(ଏନ୍‌ସି) ସମର୍ଥନ ଦେବେ ବୋଲି କହିବା […]

s

Hemant Lenka
  • Published: Wednesday, 21 November 2018
  • , Updated: 21 November 2018, 09:39 PM IST

ଶ୍ରୀନଗର: ଦୀର୍ଘ ୬ ମାସର ରାଜ୍ୟପାଳ ଶାସନ ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ମୁଖ୍ୟ ମେହବୁବା ମୁଫତି ଜମ୍ମୁ-କଶ୍ମୀରରେ ସରକାର ଗଠନ କରିବାକୁ ଦାବି କରିଛନ୍ତି। ଏନେଇ ସେ ଏକ ଚିଠି ରାଜ୍ୟପାଳ ସତ୍ୟପାଲ ମଲିକଙ୍କୁ ଲେଖିଛନ୍ତି।

କୌଣସି କାର୍ଯ୍ୟ ପାଇଁ ରାଜ୍ୟପାଳ ରାଜ୍ୟ ବାହାରେ ଥିବାରୁ ମୁଫତି ଏଭଳି ଚିଠି ଲେଖି ବୈଠକର ସମୟ ନିର୍ଦ୍ଧାରଣ ପାଇଁ ଚିଠି ଲେଖିଛନ୍ତି। ମୁଫତିଙ୍କ ପିଡିପିକୁ କଂଗ୍ରେସ ଓ ନ୍ୟାଶନାଲ କନଫରେନ୍ସ(ଏନ୍‌ସି) ସମର୍ଥନ ଦେବେ ବୋଲି କହିବା ପରେ ମୁଫତି ଏଭଳି ସରକାର ଗଠନ କରିବାକୁ ଅଣ୍ଟା ଭିଡ଼ିଛନ୍ତି।

ଅନ୍ୟପକ୍ଷରେ ଜମ୍ମୁ-କଶ୍ମୀର ପିପୁଲ୍ସ କନଫରେନ୍ସ ନେତା ସଜାଦ ଲୋନ ମଧ୍ୟ ସରକାର ଗଠନ କରିବାକୁ ଦାବି କରିଛନ୍ତି। ତାଙ୍କୁ ବିଜେପି ସମର୍ଥନ କରିବ ବୋଲି କହିଛନ୍ତି। ଲୋନ କହିଛନ୍ତି, ବିଜେପିର ୨୬ ଜଣ ବିଧାୟକଙ୍କ ସମେତ ଆଉ ୧୮ ଜଣ ବିଧାୟକ ତାଙ୍କ ସମର୍ଥନରେ ରହିଛନ୍ତି।

ଏଭଳି ସରକାର ଗଠନ କରିବା ପାଇଁ ଦୁଇଟି ଭିନ୍ନ ଦାବି ଉପସ୍ଥାପନ ହେବା ପରେ ରାଜ୍ୟପାଳ ସତ୍ୟପାଲ ମଲିକ ଜମ୍ମୁ-କଶ୍ମୀର ବିଧାନସଭାକୁ ଭାଙ୍ଗି ଦେଇଛନ୍ତି। ଏହାର ଅର୍ଥ ରାଜ୍ୟ ବିଧାନସଭା ବର୍ତ୍ତମାନ ସସ୍‌ପେଣ୍ଡ ରହିବ ଏବଂ ନୂଆ ସରକାର କେବଳ ନିର୍ବାଚନ ପରେ ହିଁ ଗଠନ ହୋଇପାରିବ ବୋଲି କୁହାଯାଉଛି।

ମୁଫତି ତାଙ୍କ ପାଖରେ ୫୬ ଜଣ ବିଧାୟକଙ୍କ ସମର୍ଥନ ରହିଛି ବୋଲି ଦାବି କରିଛନ୍ତି। ମୁଫତିଙ୍କ ପିଡିପି ପାଖରେ ସର୍ବାଧିକ ୨୯ ଜଣ ବିଧାୟକ ଥିବା ବେଳେ କଂଗ୍ରେସର ୧୨ ଓ ଏନ୍‌ସିର ୧୫ ଜଣ ବିଧାୟକ ରହିଛନ୍ତି।

ସେହିପରି ବିଜେପିର ୨୬ ଜଣ ବିଧାୟକ ଥିବା ବେଳେ ଲୋନଙ୍କ ଦଳର ମାତ୍ର ୨ ଜଣ ବିଧାୟକ ଜିତିଛନ୍ତି। ଏପରି ସ୍ଥିତିରେ ସେ ପିଡିପି, କଂଗ୍ରେସ ଓ ଏନ୍‌ସିର ୧୬ ବିଦ୍ରୋହୀ ବିଧାୟକଙ୍କୁ ନିଜ ପାଖକୁ ଆଣିବାକୁ ଯୋଜନା କରି ଲୋନ ସରକାର ଗଠନ କରିବାକୁ ଦାବି କରିଛନ୍ତି।

ଜମ୍ମୁ-କଶ୍ମୀରର ୮୭ ଆସନ ବିଶିଷ୍ଟ ବିଧାନସଭାରେ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ହେଉଛି ୪୪।

ପୂର୍ବରୁ ବିଜେପି ଓ ପିଡିପି ମିଳିତ ଭାବେ ସରକାର ଗଠନ କରିଥିଲେ।

Related story