ରାଜ୍ୟପାଳଙ୍କୁ ଟାର୍ଗେଟ କଲେ ଶରଦ ପାୱାର: କଙ୍ଗନାଙ୍କୁ ଭେଟିବାକୁ ସମୟ ଅଛି, କିନ୍ତୁ ଚାଷୀଙ୍କୁ ନୁହେଁ

ମୁମ୍ବାଇ: କୃଷି ଆଇନ ବିରୋଧରେ ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି ଏନସିପି ମୁଖ୍ୟ ଶରଦ ପାୱାର। ଆଜି ମୁମ୍ବାଇର ଆଜାଦ ମୈଦାନରେ କୃଷି ଆଇନକୁ ବିରୋଧରେ ଉପସ୍ଥିତ ହଜାର ହଜାର ଲୋକଙ୍କୁ ସମ୍ବୋଧନ କରି ଶରଦ ପାୱାର ମହାରାଷ୍ଟ୍ର ରାଜ୍ୟପାଳଙ୍କୁ ଟାର୍ଗେଟ କରିଛନ୍ତି। ଚାଷୀମାନେ କୃଷି ଆଇନକୁ ବିରୋଧ କରି ରାଜ୍ୟପାଳ ଭଗତ ସିଂହ କୋଶିୟାରୀଙ୍କ ପାଖକୁ ଯିବାକୁ ଥିବା ବେଳେ, ସେ ଗୋଆ ଚାଲି ଯାଇଛନ୍ତି। ଏମିତି ଜଣେ ରାଜ୍ୟପାଳଙ୍କୁ ମହାରାଷ୍ଟ୍ର କେବେ ଦେଖି ନଥିଲା […]

de

Hemant Lenka
  • Published: Monday, 25 January 2021
  • , Updated: 25 January 2021, 05:46 PM IST

ମୁମ୍ବାଇ: କୃଷି ଆଇନ ବିରୋଧରେ ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି ଏନସିପି ମୁଖ୍ୟ ଶରଦ ପାୱାର। ଆଜି ମୁମ୍ବାଇର ଆଜାଦ ମୈଦାନରେ କୃଷି ଆଇନକୁ ବିରୋଧରେ ଉପସ୍ଥିତ ହଜାର ହଜାର ଲୋକଙ୍କୁ ସମ୍ବୋଧନ କରି ଶରଦ ପାୱାର ମହାରାଷ୍ଟ୍ର ରାଜ୍ୟପାଳଙ୍କୁ ଟାର୍ଗେଟ କରିଛନ୍ତି। ଚାଷୀମାନେ କୃଷି ଆଇନକୁ ବିରୋଧ କରି ରାଜ୍ୟପାଳ ଭଗତ ସିଂହ କୋଶିୟାରୀଙ୍କ ପାଖକୁ ଯିବାକୁ ଥିବା ବେଳେ, ସେ ଗୋଆ ଚାଲି ଯାଇଛନ୍ତି। ଏମିତି ଜଣେ ରାଜ୍ୟପାଳଙ୍କୁ ମହାରାଷ୍ଟ୍ର କେବେ ଦେଖି ନଥିଲା ବୋଲି ସେ କହିଛନ୍ତି।

ଆଜାଦ ମୈଦାନରେ ଶରଦ ପାୱାର କହିଛନ୍ତି, ଦୀର୍ଘ ୬୦ ଦିନ ହେଲା ପଞ୍ଜାବ, ହରିଆଣା, ଉତ୍ତର ପ୍ରଦେଶର ହଜାର ହଜାର ଚାଷୀ ଥଣ୍ଡା, ବର୍ଷା ଓ ଖରାକୁ ଖାତିର ନ କରି ଦିଲ୍ଲୀ ସୀମାରେ କୃଷି ଆଇନକୁ ବିରୋଧ କରି ଚାଲିଛନ୍ତି। କେନ୍ଦ୍ର ସରକାର କହୁଛନ୍ତି, ଆନ୍ଦୋଳନ କରୁଥିବା ଚାଷୀମାନେ କେବଳ ପଞ୍ଜାବରୁ ଆସିଛନ୍ତି। କ’ଣ ପଞ୍ଜାବ ପାକିସ୍ତାନରେ? ସେମାନେ ମଧ୍ୟ ଆମ ଲୋକ। ଦେଶର ନାଗରିକ।

ଆମେ କୃଷି ଆଇନକୁ ସିଲେକ୍ଟ କମିଟିକୁ ପଠାଇବାକୁ ଦାବି କରିଥିଲୁ। କାରଣ ଏଠାରେ ସବୁ ଦଳର ନେତା ଅଛନ୍ତି। କିନ୍ତୁ କେନ୍ଦ୍ର ସରକାର ଏହାକୁ ନେଇ ବିତର୍କ କରିବାକୁ ମନାକଲେ। ସେମାନେ ଏହାକୁ ଆଣିଛନ୍ତିମାନେ ବିନା ବିତର୍କରେ ପାସ୍‌ କରିଦେଲେ। ଆମେ ଏଠାକୁ ଚାଷୀଙ୍କ ସମର୍ଥନରେ ଆସିଛୁ। ଏବେ ଚାଷୀମାନେ କୃଷି ଆଇନ ପ୍ରତ୍ୟାହାର କରାଯିବା ପରେ ଯାଇ ଆଲୋଚନା କରାଯିବ ବୋଲି କହୁଛନ୍ତି। ଏହି ସରକାର କୃଷକମାନଙ୍କୁ ଧ୍ୱଂସ କରିଦେବାକୁ ଚାହୁଁଛନ୍ତି। ହେଲେ ଆମେ ଚାଷୀଙ୍କ ସମର୍ଥନରେ ରହିଛୁ। ଚାଷୀମାନେ ଏପରି ସରକାରଙ୍କୁ ଗାଦିରୁ ଫୋପାଡ଼ି ଦେବାକୁ ସକ୍ଷମ।

ଆମେ ସମସ୍ତେ ରାଜ୍ୟପାଳଙ୍କ ପାଖକୁ ଯାଉଛୁ। ହେଲେ ଏବେ ମହାରାଷ୍ଟ୍ରରେ ଥିବା ରାଜ୍ୟପାଳଙ୍କ ଭଳି ପୂର୍ବରୁ କେହି ବି ଏମିତି ଆଚରଣ କରୁ ନଥିଲେ। ତାଙ୍କ ପାଖରେ କଙ୍ଗନା ରାଣାୱତଙ୍କୁ ଭେଟିବାକୁ ସମୟ ଅଛି। କିନ୍ତୁ ଚାଷୀମାନଙ୍କୁ ଭେଟିବାକୁ ସମୟ ନାହିଁ। ଚାଷୀମାନଙ୍କୁ ସମ୍ବୋଧନ କରିବା ପାଇଁ ସେ ଏଠାକୁ ଆସିବାର ଥିଲା। ହେଲେ ସେ ଗୋଆ ଚାଲି ଯାଇଛନ୍ତି ବୋଲି ଶରଦ ପାୱାର କହିଛନ୍ତି।

ଆସନ୍ତାକାଲି ଚାଷୀମାନେ କୃଷି ଆଇନକୁ ବିରୋଧ କରି ଟ୍ରାକ୍ଟର ରାଲି କରିବେ। ଏହାକୁ ସମର୍ଥନ କରିବା ପାଇଁ ଆଜି ନାଶିକରୁ ହଜାର ହଜାର ଚାଷୀ ଓ କର୍ମୀ ଆଜାଦ ମୈଦାନରେ ଉପସ୍ଥିତ ହୋଇଥିଲେ।

Related story