ନୂଆଦିଲ୍ଲୀ: ମହାମାରୀ କରୋନାକୁ ଦୃଷ୍ଟିରେ ରଖି ଆଜି ଭାରତ ସରକାର ବିଧିବଦ୍ଧ ଭାବେ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ଉପରେ ବଡ଼ ଘୋଷଣା କରିଛନ୍ତି। ପୂର୍ବରୁ ଜୁଲାଇ ୧୫ ଯାଏ ବିଦେଶକୁ ଉଡ଼ାଣ ବନ୍ଦ ରହିଥିବା ବେଳେ ଏବେ ଏହାକୁ ଜୁଲାଇ ୩୧ ତାରିଖ ଯାଏ ବୃଦ୍ଧି କରାଯାଇଛି। ଅର୍ଥାତ ଜୁଲାଇ ୩୧ ଯାଏ ବିଦେଶକୁ କୌଣସି ପ୍ରକାରର ବିମାନ ଉଡ଼ି ପାରିବ ନାହିଁ ବୋଲି ସରକାର କହିଛନ୍ତି।
ତେବେ ଯଦି ଜରୁରୀ ପଡ଼େ କିମ୍ବା ଆଉ କୌଣସି କାରଣ ପାଇଁ କିଛି ନିର୍ଦ୍ଦିଷ୍ଟ କିଛି ରୁଟ୍ରେ ବିମାନ ଚଳାଚଳ ପାଇଁ ଅନୁମତି ଦିଆଯାଇ ପାରିବ ବୋଲି ସରକାର ସର୍ତ୍ତ ରଖିଛନ୍ତି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମାର୍ଚ୍ଚ ୨୩ରୁ ହିଁ ଅନ୍ତର୍ଜାତୀୟ ବିମାନ ସେବାକୁ ବନ୍ଦ କରାଯାଇଥିଲା।
ପର୍ଯ୍ୟାୟକ୍ରମେ ଲକଡାଉନ ବଢ଼ିବା ସହ ବିମାନ ଉଡ଼ାଣ ଉପରେ ମଧ୍ୟ କଟକଣା ଲାଗୁ କରାଯାଉଛି। କିନ୍ତୁ ବିଦେଶରେ ଫସିଥିବା ଭାରତୀୟଙ୍କୁ ଉଦ୍ଧାର କରିବା ପାଇଁ ବନ୍ଦେ ଭାରତ ମିଶନ ଜରିଆରେ ଏୟାର ଇଣ୍ଡିଆ ବିମାନ ଚଳାଚଳ କରାଯାଉଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Health
ଚାଇନାର ନୂଆ ଭାଇରସକୁ ନେଇ ଆତଙ୍କିତ ହୁଅନ୍ତୁନି: ସ୍ୱାସ୍ଥ୍ୟ ବିଭାଗ
ଚୀନରେ କୋରୋନାଠୁ ଆହୁରି ଦ୍ରୁତ ଗତିରେ ବ୍ୟାପୁଛି ନୂଆ ଭାଇରସ୍ HMPV। ହେଲେ ଏହାକୁ ନେଇ ଭାରତରେ ଚିନ୍ତିତ ହେବାର କିଛି ନାହିଁ ବୋଲି କହିଲା ସ୍ୱାସ୍ଥ୍ୟ ବିଭାଗ।
Health
ଚୀନରେ ଆଉ ଏକ ଭୂତାଣୁ ଆତଙ୍କ, ପବନ ବେଗରେ ବ୍ୟାପୁଛି; ହସ୍ପିଟାଲରେ ମିଳୁନି ଜାଗା
ପିଲାଠୁ ବୁଢ଼ା ସମସ୍ତଙ୍କୁ ଏହି ନୂଆ ଭାଇରସ୍ ଆକ୍ରାନ୍ତ କରୁଛି। ହୁ ହୁ ହୋଇ ସଂକ୍ରମଣ ମାମଲା ବୃଦ୍ଧି ପାଇବା ଫଳରେ ହସ୍ପିଟାଲ ଗୁଡ଼ିକ ଭର୍ତ୍ତି ହେଲାଣି। ରୋଗୀ ଚିହ୍ନଟ ପ୍ରକ୍ରିୟା ସହ ଆଇସୋଲେସନ ପ୍ରୋଟକଲକୁ ଅଧିକ କଡ଼ାକଡ଼ି କରିଛନ୍ତି ଚୀନ ସରକାର।
Health
ପ୍ରେସକ୍ରିପସନରୁ ମୁକ୍ତି ଦେବ ‘ଆଭା’ କାର୍ଡ, ଗୋଟିଏ ଆକାଉଣ୍ଟରେ ରହିବ ରୋଗୀର ପୂର୍ବ ଡାଟା
ଖୁବଶୀଘ୍ର ସରକାର ଲାଗୁ କରିବାକୁ ଯାଉଛନ୍ତି ନ୍ୟାସନାଲ ଡିଜିଟାଲ ହେଲଥ ମିଶନ । ଏହି ମିଶନ ଅଧୀନରେ ରୋଗୀଙ୍କୁ ମିଳିବ ଏକ ସ୍ୱତନ୍ତ୍ର କାର୍ଡ।
Health
ଆୟୁଷ୍ମାନ ଭାରତରେ କାହାକୁ କେତେ ଟଙ୍କାର ବୀମା ମିଳିବ?
ଗୋପବନ୍ଧୁ ଜନ ଆରୋଗ୍ୟ ଓ ଆୟୁଷ୍ମାନ ଭାରତ ମିଶ୍ରଣରେ ଏହି ସୁବିଧା ମିଳିବ। ୩୦ ହଜାର ହସ୍ପିଟାଲରେ ଏହି ସୁବିଧା ଉପଲବ୍ଧ ହେବ
Health
ଆସିଲା ସାଂଘାତିକ ତଥ୍ୟ: ଗୋଟିଏ ସିଗାରେଟ ନେଉଛି ୨୦ ମିନିଟ ଆୟୁଷ
ଗୋଟିଏ ସିଗାରେଟ ଟାଣିବା ଦ୍ୱାରା ମହିଳାଙ୍କ ଆୟୁଷ ୨୨ ମିନିଟ ଓ ପୁରୁଷମାନେ ୧୭ ମିନିଟ ଆୟୁଷ ହରାଉଛନ୍ତି।